ETV Bharat / bharat

‘ଗଣମାଧ୍ୟମରେ ସାମ୍ପ୍ରଦାୟିକ ସ୍ବର ଦେଶ ପାଇଁ ଶୁଭଙ୍କର ନୁହେଁ’ - Supreme Court of india

ଗଣମାଧ୍ୟମ ଉପରେ ବର୍ଷିଲେ ସର୍ବୋଚ୍ଚ କୋର୍ଟ । କୌଣସି ଘଟଣାରେ ଗଣମାଧ୍ୟମରେ ସାମ୍ପ୍ରଦାୟିକ ସ୍ବର ଦେଶ ପାଇଁ ଶୁଭଙ୍କର ନୁହେଁ । ଘୃଣାର ବିସ୍ତାର କଲେ ବୋଲି କଲେ ବିବେଚନା । ଅଧିକ ପଢନ୍ତୁ...

‘ଗଣମାଧ୍ୟମରେ ସାମ୍ପ୍ରଦାୟିକ ସ୍ବର ଦେଶ ପାଇଁ ଶୁଭଙ୍କର ନୁହେଁ’

author img

By

Published : Sep 2, 2021, 8:41 PM IST

ହାଇଦ୍ରାବାଦ: ଭାରତରେ ଘଟୁଥିବା ପ୍ରତ୍ୟେକ ଘଟଣା ସାମ୍ପ୍ରଦାୟିକ ଦୃଷ୍ଟିକୋଣରୁ ବିଚାର କରାଯାଉଛି । ଦେଶର କୌଣସି ଟିଭି ଚ୍ୟାନେଲ କିମ୍ବା ସାମାଜିକ ଗଣମାଧ୍ୟମରେ କୌଣସି ଘଟଣାର ନିରପେକ୍ଷ ଦୃଷ୍ଟିକୋଣକୁ ବିଚାର ନ କରି ପରିବେଷଣ କରାଯାଉଛି । ଯାହା ଦେଶ ପାଇଁ ଆଦୌ ଶୁଭଙ୍କର ପରମ୍ପରା ସୃଷ୍ଟି କରୁନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। କୋରୋନା ସଂକ୍ରମଣର ପ୍ରଥମ ଲହରରେ ଦିଲ୍ଲୀରେ ଏକତ୍ରିତ ହୋଇଥିବା ଜାମାତ ତବଲିଗ ଘଟଣା କୋରୋନାକୁ ବହୁଳ ମାତ୍ରାରେ ସଂକ୍ରମିତ କରିଥିବା ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରସାରିତ ହେବା ସମ୍ପର୍କିତ ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ କୋର୍ଟ ଆଜି ଏପରି କହିଥିବା ଦେଖିବାକୁ ମିଳିଛି ।

ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଏ ଏସ ବୋପାନ୍ନାଙ୍କୁ ଗଠିତ ଖଣ୍ଡପୀଠ ଜାମାତ ତବଲିଗ ଦ୍ବାରା ଫାଇଲ ହୋଇଥିବା ଏହି ସଂକ୍ରାନ୍ତୀୟ ଏକ ମାମଲାର ଶୁଣାଣି କରିଥିଲେ।ତତ୍କାଳୀନ ସମୟରେ ଏପରି ଆୟୋଜନ କରିବା ଦ୍ବାରା କୋରୋନା ସଂକ୍ରମଣ ଦ୍ରୁତଗତିରେ ବଢିଥିବା ଆପେକ୍ଷ କରି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଦାୟୀ କରିଥିଲେ କିଛି ଗଣମାଧ୍ୟମ। ବିଭିନ୍ନ ଗଣମାଧ୍ୟମ ଏପରି ନକରାତ୍ମକ ଦିଗ ଚିତ୍ରଣ କରି ଖବର ପ୍ରସାରିତ କରିଥିବା ଦର୍ଶାଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ତବଲିଗ ଜମାତ । ତେବେ ଗଣମାଧ୍ୟମର ଏପରି ସାମ୍ପ୍ରଦାୟିକ ଦୃଷ୍ଟିଭଙ୍ଗୀରେ ଖବର ବିଶ୍ଳେଷଣ ଓ ପ୍ରସାରଣ ଅତ୍ୟନ୍ତ ଘୃଣ୍ୟ ବୋଲି କହିବା ସହ ଗଣମାଧ୍ୟମମାନେ ଏପରି କାର୍ଯ୍ୟଶୈଳୀରୁ ନିବୃତ ରହିବା ପାଇଁ କୋର୍ଟ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଛି ।

ସେହିପରି ଦେଶରେ ଓ୍ବେବ ମିଡିଆର ନିୟନ୍ତ୍ରଣ ଉପରେ ସରକାର କଣ ପଦକ୍ଷେପ ନେଇଛନ୍ତି ତାହା ମଧ୍ୟ ଜାଣିବାକୁ ଚାହିଁଥିଲେ କୋର୍ଟ। ଖବର କାଗଜ ଓ ବୈଦୁତିକ ଗଣମାଧମ ପାଇଁ ବିଭିନ୍ନ ନିୟନ୍ତ୍ରକ ସଂସ୍ଥା ଓ ପରିଚାଳନାଗତ ନିୟମାବଳୀ ଥିବାବେଳେ ଓ୍ବେବ ମିଡିଆ ପାଇଁ କଣ ସବୁ ମାପଦଣ୍ଡ ରଖାଯାଇଛି ତାହା ଜଣିବାପାଇଁ କୋର୍ଟ ଆଗ୍ରହ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା। ଅଦାଲତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କେନ୍ଦ୍ର ପକ୍ଷରୁ ଉତ୍ତର ରଖିବା ପାଇଁ ମଧ୍ୟ କହିଥିଲେ। ବର୍ତ୍ତମାନ ସୋସିଆଲ ମିଡିଆ ପ୍ରତି ଅସନ୍ତୋଷ ପ୍ରକାଶ କରି କୋର୍ଟ କହିଥିଲେ ବର୍ତ୍ତମାନ ଗୋଟିଏ ମିନିଟ ମଧ୍ୟ ୟୁଟୁବ ଦେଖିବା ସମ୍ଭବପର ହେଉନାହିଁ ।

ସେହିପରି ସଲିସେଟର ଜେନେରାଲ ମେହେଟ୍ଟା ମଧ୍ୟ କେବୁଲ ଟିଭି ଆକ୍ଟ ବ୍ୟବସ୍ଥା ରହିଥିବାବେଳେ ଓ୍ବେବ ପୋର୍ଟାଲ ପାଇଁ ପୃଥକ ନିୟମ ଥିବା ଜଣାଇଥିଲେ ସୁଦ୍ଧା କୋର୍ଟ ଉତ୍ତରରେ ସନ୍ତୋଷ ପ୍ରକାଶ କରିନଥିଲେ। ସମାଜର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସ୍ବର କିଛି ଗଣମାଧ୍ୟମ ଉଠାଉଥିବାବେଳେ ସାଧାରଣ ଲୋକଙ୍କ ସ୍ବର ଗଣମାଧ୍ୟମରେ ସ୍ଥାନ ପାଉ ନ ଥିବା କହିଥିଲେ ଖଣ୍ଡପୀଠ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.