ETV Bharat / bharat

ଭାରତକୁ ସ୍ବାସ୍ଥ୍ୟସେବା ଯୋଗାଇଲା ବ୍ରିଟେନର କମନୱେଲଥ ସଙ୍ଗଠନ - India receives covid support

କୋରାେନା ସହିତ ଲଢେଇ କରୁଛି ଭାରତ । ଭାରତକୁ ସ୍ବାସ୍ଥ୍ୟସେବା ଯୋଗାଇଲା ବ୍ରିଟେନର କମନୱେଲଥ ସଙ୍ଗଠନ । ଅଧିକ ପଢନ୍ତୁ...

ଭାରତକୁ ସ୍ବାସ୍ଥ୍ୟସେବା ଯୋଗାଇଲା ବ୍ରିଟେନର କମନୱେଲଥ ସଙ୍ଗଠନ

author img

By

Published : Apr 29, 2021, 12:24 PM IST

ନୂଆଦିଲ୍ଲୀ: ଭାରତରେ ଭୟଙ୍କର ରୂପ ନେଇଛି କୋରୋନା । ଖାଲି କୋରୋନା ନୁହେଁ ଏକା ସାଙ୍ଗରେ ଅମ୍ଲଜାନ ଅଭାବ ଭାରତ ଉପରେ ଦାଉ ସାଜିଛି । ଭାରତର ଏହି ବିପତ୍ତି ସମୟରେ ଅନେକ ଦେଶ ଭାରତକୁ ସହାୟତାର ହାତ ବଢାଇଛନ୍ତି । ବ୍ରିଟେନର କମନୱେଲଥ ସଙ୍ଗଠନ ଭାରତକୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି ।

କମନୱେଲଥ ସଙ୍ଗଠନ ପରିବାର ପକ୍ଷରୁ ସଙ୍ଗଠନରେ ସେକ୍ରେଟେରୀ ପାଟ୍ରିସିଆ ସ୍କଟଲ୍ୟାଣ୍ଡ କହିଛନ୍ତି, ଭାରତରେ ମାହାମାରୀର ଏପରି ସ୍ଥିତିରେ ମୁଁ ଗଭୀର ସମବେଦନା ଜଣାଉଛି । ଆମ ସଙ୍ଗଠନ ପକ୍ଷରୁ ଭାରତକୁ ସମସ୍ତ ପ୍ରକାର ସହାୟତା କରାଯିବ ବୋଲି କହିଛନ୍ତି ପାଟ୍ରିସିଆ ସ୍କଟଲ୍ୟାଣ୍ଡ । ସେ ଆହୁରୀ କହିଛନ୍ତି ଭାରତ ସରକାରଙ୍କୁ ସହାୟତା ପ୍ରଦାନ କରି ଆମେ କୃତଜ୍ଞ । ଆମେ ସବୁବେଳେ ଭାରତୀୟଙ୍କ ସହିତ ରହିଛୁ ।

ଭାରତର ଏହି ଘଡିସନ୍ଧି ମୂହୂର୍ତ୍ତରେ ଆମେ ଭାରତକୁ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଅଛି । ଏନେଇ କମନୱେଲଥ ସଙ୍ଗଠନର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ଜାତିସଙ୍ଘ ଏକ ପରିବାର ହିସାବରେ ଭାରତୀୟଙ୍କୁ ଆମେ ଗୁରୁତ୍ବ ଦେଇଛୁ । ଭାରତର ଏହି ବିପଦ ସମୟରେ ଆମେ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି କମନୱେଲଥ ସେକ୍ରେଟେରୀ ।

ଭାରତର ଏହି ବିପତ୍ତି ସମୟରେ ବ୍ରିଟେନଠାରୁ ଆରମ୍ଭ କରି ଅନେକ ଦେଶ ସହଯୋଗର ହାତ ବଢାଇଛି । ଆଜି ଭାରତକୁ 3ଟି ଅକ୍ସିଜେନ ଜେନେରେଟର ଯୋଗାଇଛି । ଯେଉଁଥିରେ ପ୍ରତି ମିନିଟରେ 550ଲିଟର ଅମ୍ଳଜାନ ଉତ୍ପାଦିତ ହେବ । ଏହା ସହିତ ଆମେରିକା ଆଜି(ଗୁରୁବାର) ଭାରତକୁ 100ମିଲିୟନର ସ୍ବାସ୍ଥ୍ୟ ସାମଗ୍ରୀ ଯୋଗାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.