ETV Bharat / bharat

ବାୟୁସେନା ମୁଖ୍ୟଙ୍କୁ ସାକ୍ଷାତ କଲେ ଓମାନ ନୌସେନା ମୁଖ୍ୟ

ନୂଆଦିଲ୍ଲୀରେ ଓମାନ ରୟାଲ୍ ନୌସେନାର ମୁଖ୍ୟ ଆଡମିରାଲ୍ ସୈଫ୍ ବିନ୍ ନାସିର୍ ଅଲ୍ ରହବୀ । ବାୟୁସେନା ମୁଖ୍ୟଙ୍କୁ କଲେ ସାକ୍ଷାତ । ଅଧିକ ପଢନ୍ତୁ

author img

By

Published : Feb 14, 2022, 10:09 PM IST

ବାୟୁସେନା ମୁଖ୍ୟଙ୍କୁ ସାକ୍ଷାତ କଲେ ଓମାନ ନୌସେନା ମୁଖ୍ୟ
ବାୟୁସେନା ମୁଖ୍ୟଙ୍କୁ ସାକ୍ଷାତ କଲେ ଓମାନ ନୌସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଥିବା ଓମାନ ରୟାଲ୍ ନୌସେନାର ମୁଖ୍ୟ ଆଡମିରାଲ୍ ରିୟର ସୈଫ୍ ବିନ୍ ନାସିର୍ ଅଲ୍ ରହବୀ ଆଜି ବାୟୁସେନା ମୁଖ୍ୟ ମାର୍ଶଲ ଭି.ଆର ଚୌଧୁରୀଙ୍କୁ ସାକ୍ଷାତ କରିଛନ୍ତି । ସମସାମୟିକ ପ୍ରସଙ୍ଗ ଏବଂ ପ୍ରତିରକ୍ଷା ସହଯୋଗକୁ ବୃଦ୍ଧି କରିବା ନେଇ ଦୁଇ ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହେଇଛି ।

ଭାରତ ସହିତ ପ୍ରତିରକ୍ଷା ସହଭାଗିତା ଜାରି ରଖି ରୟାଲ୍ ନେଭି ଅଫ୍ ଓମାନ (CRNO)ର କମାଣ୍ଡର ରିୟର ଆଡମିରାଲ୍ ସୈଫ୍ ବିନ୍ ନାସିର୍ ବିନ୍ ମୋହସିନ୍ ଅଲ୍ ରହବୀ ଫେବୃଆରୀ 13 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ ଏକ ସରକାରୀ ଗସ୍ତରେ ଭାରତ ଆସିଛନ୍ତି । ଭାରତୀୟ ମହାସାଗରୀୟ ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ସୂଚନା ଫ୍ୟୁଜନ୍ ସେଣ୍ଟର (IFC-IOR) ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବା ଏବଂ ପ୍ରତିରକ୍ଷା ସହଯୋଗ ପାଇଁ ଏହି ଗସ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି ।

ଆଜି ଓମାନ ନୌସେନା ମୁଖ୍ୟ ରାଜଧାନୀ ଦିଲ୍ଲୀସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରିବା ସହ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ତାଙ୍କୁ ସାଉଥ୍ ବ୍ଲକରେ 50 ଜଣିଆ ଗାର୍ଡ ଅଫ୍ ଅନର ପ୍ରଦାନ କରାଯଇଥିଲା । 1993 ମସିହାରୁ ଭାରତ ଓ ଓମାନ ଉଭୟ ନୌସେନା ଦ୍ବିବର୍ଷୀୟ ସାମୁଦ୍ରିକ ଅଭ୍ୟାସ (ନୌଅଭ୍ୟାସ) ‘ନାସିମ୍ ଅଲ୍ ବାହର’ରେ ଅଂଶଗ୍ରହଣ କରିଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.