ETV Bharat / bharat

ଚର୍ଚ୍ଚାରେ ଜିଲ୍ଲାପାଳ; ପତ୍ନୀଙ୍କ ଡେଲିଭରି ପାଇଁ ବାଛିଲେ ସରକାରୀ ହସ୍ପିଟାଲ - ଅନୁଦୀପ ଦୁରିଶେଟ୍ଟୀ

ଉଦାହରଣ ସାଜିଲେ ଜିଲ୍ଲାପାଳ । ଡେଲିଭରି ପାଇଁ ପତ୍ନୀଙ୍କୁ ସରକାରୀ ମେଡିକାଲରେ କଲେ ଭର୍ତ୍ତି । ପ୍ରଶଂସା କଲେ ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ଚର୍ଚ୍ଚାରେ ଜିଲ୍ଲାପାଳ; ପତ୍ନୀଙ୍କ ପ୍ରସୂତି ପାଇଁ ବାଛିଲେ ସରକାରୀ ହସ୍ପିଟାଲ

author img

By

Published : Nov 11, 2021, 10:45 AM IST

ହାଇଦ୍ରାବାଦ: ଆଜିକାଲି ସରକାରୀ ହସ୍ପିଟାଲ ଅପେକ୍ଷା ଘରୋଇ ମେଡିକାଲରେ ଉତ୍ତମ ସ୍ବାସ୍ଥ୍ୟସେବା ମିଳୁଥିବା ଲୋକଙ୍କ ମଧ୍ୟରେ ଧାରଣା ରହିଛି । ତେଣୁ ସାମାନ୍ୟ ଅସ୍ତ୍ରୋପଚାରଠୁ ଆରମ୍ଭ କରି ପ୍ରସୂତି ପାଇଁ ସେମାନେ ବିଭିନ୍ନ କ୍ଲିନିକ ଏବଂ ଘରୋଇ ମେଡିକାଲକୁ ଯାଉଛନ୍ତି । ଯେଉଁଠି ସାଧାରଣ ଲୋକଟିଏ ଘରୋଇ ସ୍ବାସ୍ଥ୍ୟସେବାକୁ ପ୍ରାଧାନ୍ୟ ଦେଉଛି, ଏପରିସ୍ଥଳେ ଜଣେ ଜିଲ୍ଲାପାଳ କିନ୍ତୁ ସରକାରୀ ହସ୍ପିଟାଲକୁ ବାଛିଛନ୍ତି ଏବଂ ନିଜ ପତ୍ନୀଙ୍କୁ ସେଠାରେ ଭର୍ତ୍ତି କରାଇଛନ୍ତି ।

ଅନୁଦୀପ ଦୁରିଶେଟ୍ଟୀ ନାମକ ଏହି ଜିଲ୍ଲାପାଳ ତେଲେଙ୍ଗାନାର ଅଟନ୍ତି । ସେ ନିଜ ଗର୍ଭବତୀ ପତ୍ନୀଙ୍କ ଡେଲିଭରି ପାଇଁ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଯେଉଁଠି ତାଙ୍କ ପତ୍ନୀ ଏକ ସୁସ୍ଥ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ତେଲେଙ୍ଗାନା ସ୍ବାସ୍ଥ୍ୟମନ୍ତ୍ରୀ ଟି ହରିଷ ରାଓଙ୍କ ଠାରୁ ଆରମ୍ଭ କରି ପରିବହନ ମନ୍ତ୍ରୀଙ୍କ ଯାଏଁ ସମସ୍ତେ ଜିଲ୍ଲାପାଳଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ।

ସ୍ବାସ୍ଥ୍ୟମନ୍ତ୍ରୀ ଟ୍ବିଟ୍ କରି ଜିଲ୍ଲାପାଳ ଏବଂ ତାଙ୍କ ପତ୍ନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କେସିଆର ନେତୃତ୍ବାଧିନ ସରକାରରେ ସୁଦୃଢ ସ୍ବାସ୍ଥ୍ୟ ଭିତ୍ତିଭୂମି ଯୋଗୁଁ ଆଜି ସରକାରୀ ହସ୍ପିଟାଲ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଥିବା ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଅନୁଦୀପ ଦୁରିଶେଟ୍ଟୀ ତେଲେଙ୍ଗାନାର ଭଦ୍ରାଦି-କୋଥାଗୁଡେନ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଛନ୍ତି । ସେ ୨୦୧୭ ପ୍ରଶାସନିକ ସେବା ପରୀକ୍ଷାରେ ଟପ୍ପର ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.