ETV Bharat / bharat

ସୁପ୍ରିମକୋର୍ଟଙ୍କ ରାୟ ସତ୍ତ୍ବେ ହସ୍ପିଟାଲରେ ରୋଗୀଙ୍କୁ ମିଳୁନି ଆଡମିଶନ

author img

By

Published : May 9, 2021, 3:33 PM IST

ସୁପ୍ରିମକୋର୍ଟଙ୍କ କଡା ତାଗିଦ ସତ୍ତ୍ବେ ଗୁରୁତର ରୋଗୀଙ୍କୁ ମିଳୁନି ଆଡମିଶନ । ତାମିଲନାଡୁର କୋଏମ୍ବାଟୁରର ହସ୍ପିଟାଲ ଗୁଡିକରେ ଅକ୍ସିଜେନ ଅଭାବ ଯୋଗୁଁ ନୂତନ ରୋଗୀଙ୍କୁ ଭର୍ତ୍ତି କରାଯାଉନାହିଁ । ଅଧିକ ପଢନ୍ତୁ...

ସୁପ୍ରିମକୋର୍ଟଙ୍କ ରାୟ ସତ୍ତ୍ବେ ହସ୍ପିଟାଲରେ ରୋଗୀଙ୍କୁ ମିଳୁନି ଆଡମିଶନ
ସୁପ୍ରିମକୋର୍ଟଙ୍କ ରାୟ ସତ୍ତ୍ବେ ହସ୍ପିଟାଲରେ ରୋଗୀଙ୍କୁ ମିଳୁନି ଆଡମିଶନ

ଚେନ୍ନାଇ: ସୁପ୍ରିମକୋର୍ଟଙ୍କ କଡା ତାଗିଦ ସତ୍ତ୍ବେ ଗୁରୁତର ରୋଗୀଙ୍କୁ ମିଳୁନି ଆଡମିଶନ । ତାମିଲନାଡୁର କୋଏମ୍ବାଟୁରର ହସ୍ପିଟାଲ ଗୁଡିକରେ ଅକ୍ସିଜେନ ଅଭାବ ଯୋଗୁଁ ନୂତନ ରୋଗୀଙ୍କୁ ଭର୍ତ୍ତି କରାଯାଉନାହିଁ ।

କୋଏମ୍ବାଟୁର ଏକ ଅଗ୍ରଣୀ ହସ୍ପିଟାଲର ଜଣେ ଡାକ୍ତରଙ୍କ ଅନୁସାରେ, ବର୍ତ୍ତମାନ ହସ୍ପିଟାଲ ଗୁଡିକରେ ଯେତିକି ଅକ୍ସିଜେନ ରହିଛି ସେତିକି ପୁରୁଣା ରୋଗୀଙ୍କୁ ପର୍ଯ୍ୟାପ୍ତ ନୁହେଁ । ଏବେ ଆମେ ଏକ ବଡ ସଙ୍କଟରେ ଗତି କରୁଛୁ । ତେଣୁ ନୂଆ ଶ୍ବାସକ୍ରିୟା ଜନିତ ସମସ୍ୟା ଥିବା କୌଣିସ ରୋଗୀଙ୍କୁ ହସ୍ପିଟାଲରେ ଦାଖଲ କରାଯାଉନାହିଁ ।

ଅନ୍ୟପଟେ କୋଏମ୍ବାଟୁରର ଏକ ଡାକ୍ତରଖାନା ଦ୍ୱାରା ଫେରାର ହୋଇଯାଇଥିବା ଜଣେ ରୋଗୀଙ୍କ ଭାଇ ରାମନାରାୟଣ କହିଛନ୍ତି, ଯେ ସେଠାରେ ବହୁତ ସଂଖ୍ୟକ ଶଯ୍ୟା ରହିଛି କିନ୍ତୁ ଡାକ୍ତରଖାନା ରୋଗୀଙ୍କୁ ଦୂରେଇ ଦେଉଛି।

ଏକ ଘରୋଇ ଫାଉଣ୍ଡ୍ରିରେ କାମ କରୁଥିବା ରାମନାରାୟଣ କହିଛନ୍ତି, ମୋ ଭାଇର ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଡାକ୍ତରଖାନା ଆଣିଥିଲେ । ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷ ଶଯ୍ୟା ନାହିଁ କି ଫେରାଇ ଦେଇଥିଲେ। ତେବେ ସେହି ହସ୍ପିଟାଲରେ ରାମନାରାୟଣଙ୍କ କିଛି ବନ୍ଧୁ ଥିବାରୁ ସେମାନେ ଶଯ୍ୟା ଥିବା କହିଥିଲେ । ବର୍ତ୍ତମାନ ଡାକ୍ତରଖାନା ପୁରୁଣା ରୋଗୀଙ୍କ ଚିକିତ୍ସା ସମ୍ପୂର୍ଣ୍ଣ କରୁବାକୁ ଚେଷ୍ଟା କରୁଥିବାରୁ ନୂଆଙ୍କୁ ଆଡମିଶନ ଦେଉନାହାଁନ୍ତି ।

TNEGA ୱେବସାଇଟ୍ ଅନୁଯାୟୀ ଗ୍ରାମାଞ୍ଚଳର ଆଠଟି ସରକାରୀ ଡାକ୍ତରଖାନା ଏବଂ ପେରିଆନାକେନ୍ପାଲାୟମ୍, ମେଟୁର, ଥୋଣ୍ଡାମୁଥୁର ଏବଂ କୋଟୁର ଠାରେ ଶଯ୍ୟା ଖାଲି ପଡିଛି । ସେପଟେ, ଏହି ଘଟଣା ବିଷୟରେ ଜଣାପଡିବା ପରେ ତାମିଲନାଡୁର ସ୍ବାସ୍ଥ୍ୟ ସେବାର ବରିଷ୍ଠ ଅଧିକାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ଅକ୍ସିଜେନ, ଶଯ୍ୟା କି ପରିଚୟ ପତ୍ର ଆଳରେ କୌଣସି ଚିକିତ୍ସାରୁ ବଞ୍ଚିତ କରାଯିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.