ETV Bharat / bharat

Coimbatore Car Blast: ତଦନ୍ତ ଆରମ୍ଭ କଲା NIA, ଘଟଣାସ୍ଥଳରେ କେନ୍ଦ୍ରୀୟ ଟିମ

author img

By

Published : Oct 30, 2022, 6:53 PM IST

ତାମିଲନାଡୁ କୋଇମ୍ବାଟୁର କାର ବିସ୍ଫୋରଣ ଘଟଣାର (Coimbatore car blast) ତଦନ୍ତ ଆରମ୍ଭ କଲା ଜାତୀୟ ତଦନ୍ତକାରୀ ସଂସ୍ଥା NIA । ଘଟଣାସ୍ଥଳରେ କେନ୍ଦ୍ରୀୟ ଟିମର ଅଧିକାରୀ । ୨୩ ତାରିଖରେ ବିସ୍ଫୋରଣରେ ପ୍ରାଣ ହରାଇଥିଲେ ଜଣେ 25 ବର୍ଷୀୟ ଯୁବକ । ରହିଛି ଆତଙ୍କବାଦୀ ଲିଙ୍କ ଆଶଙ୍କା । ଅଧିକ ପଢନ୍ତୁ

Coimbatore car blast: ତଦନ୍ତ ଆରମ୍ଭ କଲା NIA, ଘଟଣାସ୍ଥଳରେ କେନ୍ଦ୍ରୀୟ ଟିମ

ଚେନ୍ନାଇ: ତାମିଲନାଡୁ କୋଇମ୍ବାଟୁର କାର (Coimbatore car blast) ବିସ୍ଫୋରଣ ଘଟଣାର ତଦନ୍ତ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ(NIA) । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଘଟଣାର ତଦନ୍ତ ରାଜ୍ୟ ପୋଲିସଠାରୁ ଜାତୀୟ ତଦନ୍ତକାରୀ ସଂସ୍ଥା ଗ୍ରହଣ କରିଥିଲା । ତେବେ ଆଜି (ରବିବାର) ବିଧିବଦ୍ଧ ଭାବେ ଏନଆଇଏ ଟିମ ତାର ତଦନ୍ତ ଆରମ୍ଭ କରିଛି (NIA team begins probe in Coimbatore car blast )। ବିସ୍ଫୋରଣ ଘଟିଥିବା ସ୍ଥାନ ପରିଦର୍ଶନ କରିଛନ୍ତି କେନ୍ଦ୍ରୀୟ ଟିମର ଅଧିକାରୀ ।

ଗତ 23 ତାରିଖରେ ଏକ କାର ଭିତରେ ଥିବା ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ 25 ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିଲା । ତେବେ ଏହାକୁ ନେଇ ଆତଙ୍କୀ ଷଡଯନ୍ତ୍ର ସନ୍ଦେହରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏହାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ବାରା କରାଇବା ପାଇଁ ଅନୁମତି ଦେବାକୁ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖି ସୁପାରିଶ କରିଥିଲେ । ତାର ଗୋଟିଏ ଦିନ ପରେ କେନ୍ଦ୍ର ମଧ୍ୟ ତାମିଲନାଡୁ ସରକାରଙ୍କ ପ୍ରସ୍ତାବକୁ ସ୍ବୀକାର କରିବା ସହ ଜାତୀୟ ତଦନ୍ତକାରୀ ସଂସ୍ଥା NIAକୁ ତଦନ୍ତ ଭାର ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଆଜି ବିଧିବଦ୍ଧ ଭାବେ କେନ୍ଦ୍ରୀୟ ସଂସ୍ଥାର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବିସ୍ଫୋରଣ ଘଟିଥିବା ସ୍ଥାନ ପରିଦର୍ଶନ କରିବା ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ ଓ ପ୍ରମାଣ ସଂଗ୍ରହ କରିଛି ଏହି ଟିମ । ୨୩ ତାରିଖରେ ତାମିଲନାଡୁର କୋଇମ୍ବାଟୁର ସହରର ଅକ୍ରମ ଏରିଆରେ ଏକ କାରରେ ବିସ୍ଫୋରଣ ଘଟିଥିଲା । କାରରେ ଏକ LPG ସିଲିଣ୍ଡର ରଖାଯାଇ ଥିବାବେଳେ, ସେଥିରେ ବିସ୍ଫୋରଣ ଘଟିଥିଲା । ତେବେ ଏହି ମାମଲାରେ ରାଜ୍ୟ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ତଦନ୍ତର ସମୀକ୍ଷା କରିବା ପରେ କେନ୍ଦ୍ରକୁ ଚିଠି ଲେଖି ଏହି ଘଟଣାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ବାରା କରାଇବାକୁ ନିର୍ଦ୍ଦେଶ ଦେବାକୁ ଚିଠି ଲେଖି ସୁପାରିଶ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.