ETV Bharat / bharat

ଭାରତ-ପାକ୍‌ ସୀମାକୁ ଦୁଇଟି ହୋଭରକ୍ରାଫ୍ଟ ସିପ ପଠାଇଲା କୋଷ୍ଟଗାର୍ଡ - ଭାରତୀୟ କୋଷ୍ଟଗାର୍ଡ

ଗୁଜୁରାଟ ଉପକୂଳ ସଲଗ୍ନ ଭାରତ-ପାକ ସୀମାକୁ ମାଙ୍ଗାଲୁରୁରୁ ଦୁଇଟି ହୋଭରକ୍ରାଫ୍ଟ ସିପ ପଠାଇଲା କୋଷ୍ଟଗାର୍ଡ (Coast Guard sends 2 hovercraft ships) । ଜଳ ସୀମା ସୁରକ୍ଷା ଓ ପାଟ୍ରୋଲିଂରେ ହେବ ସୁବିଧା । ଅଧିକ ପଢନ୍ତୁ

ଭାରତ- ପାକ ସୀମାକୁ ଦୁଇଟି ହୋଭରକ୍ରାଫ୍ଟ ସିପ ପଠାଇଲା କୋଷ୍ଟଗାର୍ଡ

author img

By

Published : Oct 16, 2022, 10:41 PM IST

ବେଙ୍ଗାଲୁରୁ: ଗୁଜୁରାଟର ଉପକୂଳ ସଲଗ୍ନ ଇଣ୍ଡୋ-ପାକ୍ ସୀମା ଜଳସୀମାକୁ ମାଙ୍ଗାଲୁରୁରୁ ଦୁଇଟି ଅତ୍ୟାଧୁନିକ ହୋଭରକ୍ରାଫ୍ଟ ଜାହାଜ ପଠାଇଲା ଭାରତୀୟ ତଟରକ୍ଷୀ ବାହିନୀ (Coast Guard sends 2 hovercraft ships) । ଏ ସମ୍ପର୍କରେ ପଶ୍ଚିମ ଜୋନ କୋଷ୍ଟଗାର୍ଡ କମାଣ୍ଡର ମନୋଜ ଭି.ବାଦକର ସୂଚନା ଦେଇ କହିଛନ୍ତି, "ମାଙ୍ଗାଲୁର ଉପକୂଳ ଅପେକ୍ଷା ଗୁଜୁରାଟ ଉପକୂଳରେ ଏହି ଅତ୍ୟାଧୁନିକ ଜାହାଜର ଆବଶ୍ୟକତା ବର୍ତ୍ତମାନ ସମୟରେ ଅଧିକ ରହିଛି । ପଶ୍ଚିମ ଜୋନ୍ କମାଣ୍ଡର ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଗତକାଲି (ଶନିବାର) ମାଙ୍ଗାଲୁରୁ ଗସ୍ତରେ ଆସିଥିବା ବାଦକ ଆସି ସ୍ଥିତି ସମୀକ୍ଷା କରିଥିଲେ । ପରେ ସେ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ମଧ୍ୟ ଦେଇଥିଲେ ।"

ସେ କହିଛନ୍ତି, "ଭାରତରେ ବର୍ତ୍ତମାନ 18ଟି ହୋଭରକ୍ରାଫ୍ଟ ଅତ୍ୟାଧୁନିତ ଜାହାଜ କାର୍ଯ୍ୟକ୍ଷମ ରହିଛି । ବର୍ତ୍ତମାନ ମାଙ୍ଗାଲୁରୁ ଠାରୁ ଗୁଜୁରାଟ ଉପକୂଳରେ ଏହାର ମୂତୟନ ଅଧିକ ଆବଶ୍ୟକତା ରହିଛି । କୋଷ୍ଟଗାର୍ଡ ବିମାନ ବର୍ତ୍ତମାନ ପୁରୁଣା ମାଙ୍ଗାଲୁରୁ ବିମାନ ବନ୍ଦରରେ ଅବତରଣ କରୁଛି । ତଥାପି ସେଠାରେ ଭିତ୍ତିଭୂମିକୁ ସୁଦୃଢ କରିବା ଲାଗି କାର୍ଯ୍ୟ ଆରମ୍ଭ କରାଯାଇଛି । ବିମାନ ପାର୍କିଂ ହ୍ୟାଙ୍ଗର ନିର୍ମାଣ କରାଯାଉଛି ଏବଂ ଏହା ସମ୍ପୂର୍ଣ୍ଣ ହେଲା ପରେ 4 ଟି ଡ୍ରୋର୍ନିଅର୍ ଅତ୍ୟାଧୁନିକ ଏରୋ-ବିମାନ ପାର୍କିଂ କରାଯାଇପାରିବ । ଯାହା ମାଙ୍ଗାଲୁରୁକୁ ଏକ ପ୍ରମୁଖ କୋଷ୍ଟଗାର୍ଡ ଏୟାରବେସରେ ପରିଣତ କରିପାରିବା ନେଇ ସେ ମତ ରଖିଛନ୍ତି ।

ବାଦକର କହିଛନ୍ତି, 2006ରେ ସେ ମାଙ୍ଗାଲୋରରେ ପ୍ରଥମ କରି କୋଷ୍ଟଗାର୍ଡ କାର୍ଯ୍ୟାଳୟ ଆରମ୍ଭ କରାଯାଇଥିଲା । ପରେ ଭିତ୍ତିଭୂମି ସୁଦୃଢ କରିବା ଦିଗରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । 2006ରୁ ବର୍ତ୍ତମାନ ମଧ୍ୟରେ ପ୍ରଯୁକ୍ତିବିଦ୍ୟାରେ ଉନ୍ନତି ଆସିଛି ଏବଂ ମତ୍ସ୍ୟଜୀବୀ କୋଷ୍ଟଗାର୍ଡ ଜାହାଜରୁ ସହାୟତା ନେଇ ପାରୁଛନ୍ତି । ସେହିପରି ମାଙ୍ଗାଲୁରୁରେ ନିକଟ ଭବିଷ୍ୟତରେ ଆଉ ଏକ ସଫଳ ଫର୍ଦ୍ଦ ଯୋଡି ହେବାକୁ ଯାଉଛି । ଏଠାରେ ଖୁବଶୀଘ୍ର ପ୍ରଥମ କୋଷ୍ଟଗାର୍ଡ ଟ୍ରେନିଂ ଏକାଡେମୀ ପ୍ରତିଷ୍ଠା ହେବ । ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି ଓ 159 ଏକର ପରିମିତ ଅଞ୍ଚଳରେ ଅତ୍ୟାଧୁନିକ ଏକାଡେମୀ ପ୍ରତିଷ୍ଠା ଦିଗରେ କାର୍ଯ୍ୟ ଜାରି ରହିଥିବା ସେ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.