ETV Bharat / bharat

ଗୁଜୁରାଟ ଉପକୂଳରୁ 13 ପାକିସ୍ତାନୀଙ୍କ ସହ ମାଛଧରା ବୋଟ ଜବତ କଲା କୋଷ୍ଟଗାର୍ଡ

13 ପାକିସ୍ତାନୀଙ୍କ ସହ ଫିସିଂ ବୋଟ ଜବତ କଲା କୋଷ୍ଟଗାର୍ଡ । ଭାରତୀୟ ଜଳସୀମାରେ 15 କି.ମି ପର୍ଯ୍ୟନ୍ତ କରିଥିଲେ ଅନୁପ୍ରବେଶ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 22, 2023, 9:00 PM IST

ଆରବ ସାଗରରୁ 13 ପାକିସ୍ତାନୀଙ୍କ ସହ ମାଛଧରା ବୋଟ ଜବତ କଲା କୋଷ୍ଟଗାର୍ଡ

ଗାନ୍ଧୀନଗର: ଗୁଜୁରାଟ ଉପକୂଳବର୍ତ୍ତୀ ଆରବ ସାଗରରେ ଭାରତୀୟ ଜଳସୀମାରେ ଅନୁପ୍ରବେଶ କରିଥିବା ଏକ ପାକିସ୍ତାନୀ ମାଛଧରା ବୋଟକୁ ଜବତ କରିଛି ଭାରତୀୟ ତଟରକ୍ଷୀ ବାହିନୀ । ଏଥିରେ ଥିବା 13 ଜଣ ପାକିସ୍ତାନୀ ନାଗରିକଙ୍କୁ ମଧ୍ୟ ଗିରଫ କରାଯାଇଛି । ଗତକାଲି ମେରାଟାଇମ ପାଟ୍ରୋଲିଂ ବେଳେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୋଷ୍ଟଗାର୍ଡ ସୂଚନା ଦେଇଛି । ବୋଟଟି ଅନ୍ତର୍ଜାତୀୟ ଜଳସୀମା ଅତିକ୍ରମ କରି ଭାରତୀୟ ଜଳ ସୀମା ମଧ୍ୟକୁ ପ୍ରାୟ 15 କି.ମି ଅନୁପ୍ରବେଶ କରିଥିବା କୋଷ୍ଟଗାର୍ଡ କହିଛି ।

  • Indian Coast Guard Ship Arinjay whilst patrolling in the Arabian Sea observed one Pakistani Fishing Boat, fishing about 15 kms inside Indian waters near the International Maritime Boundary Line on 21 November 2023. On being challenged, the boat started to flee towards Pakistan… pic.twitter.com/wDPhuHIsEJ

    — ANI (@ANI) November 22, 2023 " class="align-text-top noRightClick twitterSection" data=" ">

କୋଷ୍ଟଗାର୍ଡ ପକ୍ଷରୁ ସୂଚନା ଅନୁସାରେ, ଗତକାଲି କୋଷ୍ଟଗାର୍ଡର ପାଟ୍ରୋଲିଂ ଜାହାଜ ‘ଆରିଞ୍ଜୟ’ ଆରବ ସାଗରରେ ଗୁଜୁରାଟ ଉପକୂଳରେ ପାଟ୍ରୋଲିଂ କରୁଥିବା ବେଳେ ଏକ ଅଜଣା ବୋଟ ଦେଖାଯାଇଥିଲା । ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ନିକଟରେ ଭାରତୀୟ ଜଳରାଶି ମଧ୍ୟରେ ପ୍ରାୟ 15 କିଲୋମିଟର ଭିତରେ ଏହି ବୋଟକୁ ଦେଖି କୋଷ୍ଟଗାର୍ଡ ଚେତାବନୀ ଦେବା ସହ ତନଖି ପାଇଁ ରୋକିବାକୁ ପ୍ରୟାସ କରିଥିଲା । ଏହି ବୋଟଟି ପାକିସ୍ତାନ ଜଳ ସୀମାକୁ ଖସିଯିବାକୁ ଉଦ୍ୟମ କରିଥିଲା । କୋଷ୍ଟଗାର୍ଡ ଜାହାଜ ଏହାକୁ ଫଲୋ କରି ଜବତ କରିବାରେ ସଫଳ ହୋଇଛି ।

ଜବତ ହେବା ପରେ ଏହି ବୋଟଟି ପାକିସ୍ତାନୀ ବୋଟ ଓ ଏଥିରେ ପାକିସ୍ତାନୀ ମତ୍ସ୍ୟଜୀବୀ ଏଥିରେ ଥିବା ଜଣାପଡିଥିଲା । ସମସ୍ତ 13 ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ କୋଷ୍ଟଗାର୍ଡ କଷ୍ଟଡିକୁ ନେଇଛି । ବୋଟକୁ ମଧ୍ୟ ତନଖି କରାଯାଇଛି । କୌଣସି ପ୍ରକାର ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିବାର ସୂଚନା ନାହିଁ । ଏହି ବୋଟଟିର ନମ୍ବର ରହିଛି 15653-ବି । ଯାହା ପାକିସ୍ତାନର ପଞ୍ଜିକୃତ ନମ୍ବର ବୋଲି ସ୍ପଷ୍ଟ ହୋଇଛି । ପ୍ରାଥମିକ ଜେରା ପରେ ମିଳିଥିବା ସୂଚନା ଅନୁସାରେ, ଏହି ବୋଟଟି 13 ଜଣ ପାକ- ମତ୍ସ୍ୟଜୀବୀଙ୍କ ସହ 19 ତାରିଖରେ କରାଚି ଫିସିଂ ହର୍ବରରୁ ଆରବ ସାଗରକୁ ମାଛ ମାରିବା ପାଇଁ ବାହାରିଥିଲା । ହେଲେ ସେମାନେ ଅନ୍ତର୍ଜାତୀୟ ଜଳସୀମା ଅତିକ୍ରମ କରି ଭାରତୀୟ ଜଳରାଶିର 15 କି.ମି ମଧ୍ୟରେ ପ୍ରବେଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- ଘାଟିରେ ଏନକାଉଣ୍ଟର: ଜଣେ ସେନାଧିକାରୀଙ୍କ ସମେତ 4 ଶହୀଦ

ଗୁଜୁରାଟର ପ୍ରତିରକ୍ଷା PROଙ୍କ ସୂଚନା ଅନୁସାରେ, ଏହି ବୋଟ ଓ ସମସ୍ତ ଗିରଫ ପାକିସ୍ତାନୀ ନାଗରିକଙ୍କୁ ଗୁଜୁରାଟର ଅଖା ବନ୍ଦରକୁ ଅଣାଯାଉଛି । ଏହା ପରେ ପରବର୍ତ୍ତୀ ପ୍ରକ୍ରିୟା ଅନୁସାରେ,କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଅନେକାଂଶରେ ଉଭୟ ଦେଶର ନୌସେନା ଦ୍ବାରା ପରସ୍ପରର ମତ୍ସ୍ୟଜୀବୀ ଗିରଫ ହେବାର ନଜିର ରହିଛି । ଅଧିକାଂଶ ଜଳସୀମା ଅନୁପ୍ରବେଶ ଘଟଣା ଗୁଜୁରାଟ ଓ କରାଚି ଉପକୂଳରେ ଦେଖିବାକୁ ମିଳିଥାଏ । ଅନେକ ସମୟରେ ପାକିସ୍ତାନ ପଟୁ ଜଳପଥରେ ନିଶାଦ୍ରବ୍ୟ କାରବାର ହେଉଥିବା କାରଣରୁ ଜଳସୀମା ପାଟ୍ରୋଲିଂକୁ କୋଷ୍ଟଗାର୍ଡ ଓ ବିଏସଏଫ କଡାକଡି କରିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.