ETV Bharat / bharat

Coast guard helicopter crash: କୋଚିରେ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଜଣେ ଆହତ - ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

କେରଳ କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଭାରତୀୟ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଧିକ ପଢନ୍ତୁ

coast guard helicopter crash
କୋଷ୍ଟଗାର୍ଡ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ
author img

By

Published : Mar 26, 2023, 2:44 PM IST

ଥିରୁଅନନ୍ତପୁରମ: ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । କେରଳ କୋଚିରେ ଭାରତୀୟ କୋର୍ଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟ ଯାଞ୍ଚ କରୁଥିବା ସମୟରେ ALH ଧ୍ରୁବ 25 ଫୁଟ ଉଚ୍ଚରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ 3ଜଣ ଥିଲେ । ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଦୁର୍ଘଟଣା ପରେ ରନୱେ କିଛି ସମୟ ପାଇଁ ବନ୍ଦ ରହିଛି ।

  • An incident of forced landing of an ALH Dhruv Mark 3 helicopter of the Indian Coast Guard today took place in Kochi while the pilots of the force were testing the chopper. The chopper was at around 25 feet height when it had to make a forced landing. The ICG is working towards… pic.twitter.com/p8UW1WLjKA

    — ANI (@ANI) March 26, 2023 " class="align-text-top noRightClick twitterSection" data=" ">

ମିଳଥିବା ସୂଚନା ଅନୁସାରେ, ALH ଧ୍ରୁବର ପରୀକ୍ଷଣ କରୁଥିଲେ ପାଇଲଟ । ଏହିସମୟରେ 25 ଫୁଟ ଉପରେ ଉଡୁଥିବା ସମୟରେ ଭାରସାମ୍ୟ ହରାଇଥିବା ହେଲାକପ୍ଟର । କୋଚି ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା । ଏଥିରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ପାଇଲଟଙ୍କ ପାଇଁ ଏକ ବଡ ଦୁର୍ଘଟଣା ଟଳି ଯାଇଛି । ଆସିଜି ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ଜଣାପଡିନାହିଁ ।

ଏହା ବି ପଢନ୍ତୁ...ସେନା ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, 2 ପାଇଲଟ ମୃତ

ଏହା ବି ପଢନ୍ତୁ...ISRO launch LVM3: ଇତିହାସ ରଚିଲା ISRO, ଉତକ୍ଷେପଣ କଲା ସର୍ବବୃହତ ରକେଟ LVM-3

ପ୍ରକାଶଥାଉ କି, ଗତ ମାର୍ଚ୍ଚ 16 ତାରିଖରେ ଅରୁଣାଚଳ ପ୍ରଦେଶରେ ସ୍ଥଳସେନା ହେଲିକପ୍ଟର 'ଚିତା' କ୍ରାସ ହୋଇଥିଲା । ଏଥିରେ 2 ଜଣ ପାଇଲଟଙ୍କର ମୃତ୍ୟୁ ହୋଇଥିଲା । ହେଲିକପ୍ଟରଟି କ୍ରାସ ହୋଇ ଖସିପଡିବା ସହ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଏଥିରେ ଥିବା ଦୁଇ ପାଇଲଟ ଲେଫ୍ଟନାଣ୍ଟ କୋଲୋନେଲ ଭିଭିବି ରେଡ୍ଡୀ ଓ ମେଜର ଜୟନ୍ତ.ଏ ଙ୍କର ମୃତ୍ୟୁ ହୋଇଥିଲା । ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁର୍ଘଟଣା ହୋଇଥିଲା ।

ଏହାପୂର୍ବରୁ ନୌସେନାର ALH ‘ଧ୍ରୁବ’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ନୌସେନାର ଏହି ଆଡଭାନ୍ସ ଲାଇଟ ହେଲିକପ୍ଟର ନିୟମିତ ଅଭ୍ୟାସ ସମୟରେ ଦୁର୍ଘଟଣାର ଶିକାର ହୋଇ ମୁମ୍ବାଇ ତଟ ନିକଟରେ ସମୁଦ୍ର ଜଳରାଶିକୁ ଖସି ପଡିଥିଲା । ହେଲିକପ୍ଟରେ 3 ଜଣ ପାଇଲଟ ଥିଲେ । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର ହୋଇଥିଲେ । ଚଳିତ ବର୍ଷ ଫେବୃଆରୀ 28 ତାରିଖରେ ବାୟୁସେନା ଯୁଦ୍ଧ ବିମାନ ସୁଖୋଇ-30 ଓ ମିରାଜ-2000 ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଜଣେ ପାଇଲଟଙ୍କର ମୃତ୍ୟୁ ହୋଇଥିଲା । ମଧ୍ୟପ୍ରଦେଶ ଗ୍ବାଲିଅର ଏୟାରବେସରୁ ଉଡାଣ ଭରିଥିବା ବାୟୁସେନା ଯୁଦ୍ଧ ବିମାନ ମୋରେନାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ୱିଙ୍ଗ୍‌ କମାଣ୍ଡର ହମୁମନ୍ତ ରାଓ ସାରଥୀ ଅଖି ବୁଜିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.