ETV Bharat / bharat

ନୂଆବର୍ଷରେ ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କଲେ ସ୍ଥଳସେନା ମୁଖ୍ୟ, ଯବାନଙ୍କୁ ଜଣାଇଲେ ଶୁଭେଚ୍ଛା - କାଶ୍ମୀରରେ ସ୍ଥଳସେନା ମୁଖ୍ୟ

ନୂଆବର୍ଷରେ LOC ନିକଟବର୍ତ୍ତୀ ଉଚ୍ଚତମ ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କଲେ ସ୍ଥଳସେନା ମୁଖ୍ୟ ଜେନେରାଲ ନନୋଜ ପାଣ୍ଡେ (COAS General Manoj Pande visited LOC)। ଯବାନଙ୍କୁ ଜଣାଇଲେ ନବବର୍ଷର ଶୁଭେଚ୍ଛା । ପ୍ରତିକୂଳ ପାଗରେ କଲେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା । ଅଧିକ ପଢନ୍ତୁ

ନୂଆବର୍ଷରେ ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କଲେ ସ୍ଥଳସେନା ମୁଖ୍ୟ

author img

By

Published : Jan 1, 2023, 10:24 PM IST

ହାଇଦ୍ରାବାଦ: ସାରା ଦେଶରେ ନୂଆବର୍ଷକୁ ନେଇ ଉତ୍ସାହ ଥିବା ବେଳେ ସୀମାରେ ସେନା ଶିବିରରେ ମଧ୍ୟ ନବବର୍ଷର ଉତ୍ସାହ ଦେଖିବାକୁ ମିଳିଛି(COAS General Manoj Pande visited LOC)। ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା (LOC) ନିକଟବର୍ତ୍ତୀ କାଶ୍ମୀରରେ ଥିବା ଭାରତୀୟ ସେନା ପୋଷ୍ଟ ପରିଦର୍ଶନ କରିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ କୁପଓ୍ବାରା ସେକ୍ଟରର ଉଚ୍ଚତମ ପର୍ବତାଞ୍ଚଳ କ୍ଷେତ୍ରରେ ଥିବା ସେନା ପୋଷ୍ଟ ପରିଦର୍ଶନ କରି ସେଠାରେ ମୁତୟନ ଥିବା ଯବାନଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ପାଣ୍ଡେ ।

ନୂଆବର୍ଷରେ ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କଲେ ସ୍ଥଳସେନା ମୁଖ୍ୟ
ନୂଆବର୍ଷରେ ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କଲେ ସ୍ଥଳସେନା ମୁଖ୍ୟ

ସେହିପରି ପ୍ରତିକୂଳ ପରିବେଶ ଓ ପ୍ରବଳ ତୁଷାରପାତ ସତ୍ତ୍ବେ ମଧ୍ୟ ସେଠାରେ କାର୍ଯ୍ୟରତ ଥିବା ଯବାନଙ୍କ ସହ ସେ ସୁରକ୍ଷା ସ୍ଥିତି ମଧ୍ୟ ତଦାରଖ କରିଛନ୍ତି । ସେଠାରେ ଥିବା ବରିଷ୍ଠ ସେନାଧିକାରୀମାନେ ସ୍ଥଳସେନା ମୁଖ୍ୟଙ୍କୁ ସୁରକ୍ଷା ବ୍ୟବସ୍ଥା ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅବଗତ ମଧ୍ୟ କରିଥିଲେ । ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିବା ସେନାର ଯନ୍ତ୍ରାଂସ ମଧ୍ୟ ସ୍ଥଳସେନା ମୁଖ୍ୟ(army chief in JK) ବୁଲି ଦେଖିଥିଲେ ।

ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କଲେ ସ୍ଥଳସେନା ମୁଖ୍ୟ

ବିଭିନ୍ନ ପର୍ବପର୍ବାଣୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ଓ 3 ସେନାର ମୁଖ୍ୟ ବିଭିନ୍ନ ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କରି ଯବାନଙ୍କ ସହ ସମୟ ପର୍ବ ପାଳନ କରିଥାନ୍ତି । ପ୍ରତିକୂଳ ପରିବେଶରେ ଦେଶର ସୁରକ୍ଷାରେ ଥିବା ଯବାନଙ୍କ ମନୋବଳ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନା ଶିବିରରେ ଯବାନଙ୍କ ସହ ପ୍ରତିବର୍ଷ ଦୀପାବଳି ପାଳନ କରିଆସୁଛନ୍ତି । ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପର ଠାରୁ ସେ ଏହି ଧାରା ବଜାୟ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.