ETV Bharat / bharat

ପଶ୍ଚିମବଙ୍ଗ କୋଇଲା ଦୁର୍ନୀତିରେ 8 IPS ଅଧିକାରୀଙ୍କୁ ED ସମନ, ଆସନ୍ତା ସପ୍ତାହରେ ଦିଲ୍ଲୀରେ ହେବେ ହାଜର

author img

By

Published : Aug 11, 2022, 10:22 PM IST

ପଶ୍ଚିମବଙ୍ଗରେ ସକ୍ରିୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜୋର ଧରିଲା କୋଇଲା ଦୁର୍ନୀତି ମାମଲାର ତଦନ୍ତ । 8 IPS ଅଧିକାରୀଙ୍କୁ ସମନ ଜାରି ଆସନ୍ତା ସପ୍ତାହରେ ଦିଲ୍ଲୀରେ ହାଜର ହେବା ପାଇଁ ଡାକିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗ କୋଇଲା ଦୁର୍ନୀତିରେ 8 IPS ଅଧିକାରୀଙ୍କୁ ED ସମନ, ଆସନ୍ତା ସପ୍ତାହରେ ଦିଲ୍ଲୀରେ ହେବେ ହାଜର
ପଶ୍ଚିମବଙ୍ଗ କୋଇଲା ଦୁର୍ନୀତିରେ 8 IPS ଅଧିକାରୀଙ୍କୁ ED ସମନ, ଆସନ୍ତା ସପ୍ତାହରେ ଦିଲ୍ଲୀରେ ହେବେ ହାଜର

କୋଲକାତା: ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗ କୋଇଲା ଦୁର୍ନୀତିର ତଦନ୍ତକୁ ପୁଣି ବ୍ୟାପକ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ଏହି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ୮ଜଣ ସର୍ବ ଭାରତୀୟ ପୋଲିସ (IPS) ଅଧିକାରୀଙ୍କୁ ସମନ ଜାରି କରିଛି ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆସନ୍ତା ସପ୍ତାହରେ କୋଲକାତା ନୁହେଁ ବରଂ ଇଡି ମୁଖ୍ୟାଳୟ ଦିଲ୍ଲୀରେ ଏହି ଅଧିକାରୀଙ୍କୁ ହାଜର ହେବା ପାଇଁ ସମନରେ ଦର୍ଶାଇଛି ତଦନ୍ତକାରୀ ସଂସ୍ଥା ।

ସମନ ପାଇଥିବା ଅଧିକାରୀଙ୍କ ମଧ୍ୟରେ IPS ଜ୍ଞାନଓ୍ବନ୍ତ ସିଂ କୋଟେଶ୍ୱର ରାଓ, ଏସ.ସେଲଭାମୁରୁଗାନ୍, ଶ୍ୟାମ ସିଂ, ରାଜୀବ ମିଶ୍ର, ସୁକେଶ କୁମାର ଜୈନ ଏବଂ ତାଥାଗତ ବସୁ ରହିଛନ୍ତି । ଏହି ସମସ୍ତ ପୋଲିସ ଅଧିକାରୀ ପଶ୍ଚିମବଙ୍ଗ ସରକାରଙ୍କ ଅଧୀନରେ କାର୍ଯ୍ୟ କରିଛନ୍ତି । ମାମଲାରେ ଏମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି ଇଡି । ତେବେ ଆଜି ସମନ ଜାରି କରାଯାଇଥିବା ବେଳେ ଅଗଷ୍ଟ ୨୧ ରୁ ୩୧ ମଧ୍ୟରେ କୌଣସି ତାରିଖରେ ଏମାନଙ୍କୁ ପର୍ଯ୍ୟାୟ କ୍ରମେ ଡାକି ଜେରା କରିପାରେ ତଦନ୍ତକାରୀ ସଂସ୍ଥା ।

ତେବେ ଏହି ପୋଲିସ ଅଧିକାରୀମାନେ ଖଣି ବହୁଳ ଜିଲ୍ଲାଗୁଡିକରେ କାର୍ଯ୍ୟରତ ଥିବା ବେଳେ କୋଇଲା ଉତ୍ତୋଳନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିଥିଲା । ସେମାନେ ଦାୟିତ୍ବରେ ଥିବା ସତ୍ତ୍ବେ ମଧ୍ୟ ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଥିଲା । ଏପରିକି କିଛି ପୋଲିସ ଅଧିକାରୀ ସିଧାସଳଖ ମଧ୍ୟ ଏହି ଦୁର୍ନୀତିରେ ସାମିଲ ଥିବା ଜଣାପଡିଥିଲା । ଏହି ବହୁଚର୍ଚ୍ଚିତ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ସାଂସଦ ଅଭିଶେକ ବାନାର୍ଜୀ ଓ ତାଙ୍କ ପତ୍ନୀ ମଧ୍ୟ ତଦନ୍ତ ପରିସରରେ ରହିଛନ୍ତି । ବାନାର୍ଜୀ ଦମ୍ପତିଙ୍କୁ ଏକାଧିକ ଥର ଜେରା ମଧ୍ୟ କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏବେ ଏହି ମାମଲାର ତଦନ୍ତରେ ପୋଲିସ ଅଧିକାରୀଙ୍କୁ ପ୍ରଶ୍ନରେ ଘାଣ୍ଟିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.