ETV Bharat / bharat

ଗ୍ରାହକଙ୍କୁ ଝଟକା, ବଢିଲା CNG ଦର - ଗ୍ରାହକଙ୍କୁ ଝଟକା

ହୁ ହୁ ତେଲ ଦର ବଢିବା ସାଙ୍ଗକୁ ଏବ ଗ୍ୟାସ ଦର ମଧ୍ୟ ବଢିବାକୁ ଲାଗିଛି । ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ସରିବା ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିବ ବୋଲି କୁହାଯାଉଥିବାବେଳେ ତାହା ସତ ପ୍ରମାଣିତ ହୋଇଛି । ଏହାରି ଭିତରେ ଗ୍ରାହକଙ୍କୁ ଆଉ ଏକ ଝଟ୍‌କା ଲାଗିଛି । ପୁଣି ବଢିଛି ସିଏନଜି ମୂଲ୍ୟ । ଅଧିକ ପଢନ୍ତୁ

ବଢିଲା CNG ଦର
ବଢିଲା CNG ଦର
author img

By

Published : Apr 4, 2022, 9:25 AM IST

Updated : Apr 4, 2022, 9:35 AM IST

ନୂଆଦିଲ୍ଲୀ: ମହଙ୍ଗା ମାଡରେ ହନ୍ତସନ୍ତ ଗ୍ରାହକ । ହୁ ହୁ ତେଲ ଦର ବଢିବା ସାଙ୍ଗକୁ ଏବ ଗ୍ୟାସ ଦର ମଧ୍ୟ ବଢିବାକୁ ଲାଗିଛି । ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ସରିବା ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିବ ବୋଲି କୁହାଯାଉଥିବାବେଳେ ତାହା ସତ ପ୍ରମାଣିତ ହୋଇଛି । ଏହାରି ଭିତରେ ଗ୍ରାହକଙ୍କୁ ଆଉ ଏକ ଝଟ୍‌କା ଲାଗିଛି । ପୁଣି ବଢିଛି ସିଏନଜି ମୂଲ୍ୟ । ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ସିଏନଜି ଦର ୨ ଟଙ୍କା ୩ ପଇସା ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ଦର ଆଜି (ସୋମବାର) ସକାଳୁ ଲାଗୁ ହୋଇଛି ।

ଦିଲ୍ଲୀରେ ଆଜିଠାରୁ ସିଏନଜି ଦର କିଲୋପ୍ରତି ୬୪ ଟଙ୍କା ୧୧ ପଇସାରେ ମିଳିବ । ଏହାପୂର୍ବରୁ ରବିବାର ରାତିରେ ସିଏନଜି ଦର ୮୦ ପଇସା ବୃଦ୍ଧି ହୋଇଥିଲା । ଦିଲ୍ଲୀରେ ସିଏନଜି ଦର ବଢିଛି ମାତ୍ର ନୋଏଡା, ଗାଜିଆବାଦ ଓ ଗୁରଗ୍ରାମ ଏନସିଆରରେ ଦର କମ ଅଛି । ସେହିପରି ମେରଠ, ରେବାଡି, କାନପୁର ଆଦି ଅଞ୍ଚଳରେ ସିଏନଜି ଦର ଦିଲ୍ଲୀଠୁ ଅଧିକ ଅଛି ।

ଏହା ବି ପଢନ୍ତୁ...Petrol-Diesel Prices Update: ପୁଣି ବଢିଲା ତେଲ ଦର, ଦୁଇ ସପ୍ତାହରେ ବଢିଲାଣି ୧୨ଥର

ସିଏନଜି ଦର ବଢିବା କାରଣରୁ ଦିଲ୍ଲୀର ଜଣେ କ୍ୟାବ ଡ୍ରାଇଭର କହିଛନ୍ତି ସିଏନଜି ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଆମେ ଯାତ୍ରୀମାନଙ୍କ ପାଇଁ କ୍ୟାବର ଏୟାର କଣ୍ଡିସନର ଅନ କରିବା ସପକ୍ଷରେ ନାହୁଁ। ବର୍ଦ୍ଧିତ ମୂଲ୍ୟ ଆମକୁ ବାଧୁଛି ବୋଲି କହିଛନ୍ତି କ୍ୟାବ ଡ୍ରାଇଭର ।

Last Updated : Apr 4, 2022, 9:35 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.