ETV Bharat / bharat

୬ ଟଙ୍କା ବଢିଲା CNG ଦର, ଜାଣନ୍ତୁ PNG କେତେ - ସିଏନଜି ପିଏନଜି ରେଟ୍

ବାଣିଜ୍ୟ ନଗରୀରରେ ପୁଣି ବଢିଲା ସିଏନଜି ଓ ପିଏନଜି ଦର । ସିଏନଜି କେଜି ପିଛା ୬ ଟଙ୍କା ବଢାଇଲା ମହାନଗର ଗ୍ୟାସ ଲିମିଟେଡ । ଅଧିକ ପଢନ୍ତୁ

୬ ଟଙ୍କା ବଢିଲା CNG ଦର, ଜାଣନ୍ତୁ PNG କେତେ
୬ ଟଙ୍କା ବଢିଲା CNG ଦର, ଜାଣନ୍ତୁ PNG କେତେ
author img

By

Published : Aug 3, 2022, 12:37 PM IST

ମୁମ୍ବାଇ: ସାଧାରଣ ଲୋକଙ୍କ ପକେଟକୁ ପୁଣି ଝଟକା । ବଢିଲା ସିଏନଜି(CNG) ଓ ଘରୋଇ ପିଏନଜି(PNG) ଦର । ମୁମ୍ବାଇ ଏବଂ ସାରା ରାଜ୍ୟରେ ସିଏନଜି କେଜି ପିଛା ୬ ଟଙ୍କା ଏବଂ ପିଏନଜି SCM ପିଛା ୪ ଟଙ୍କା ବଢାଇଛି ମହାନଗର ଗ୍ୟାସ ଲିମିଟେଡ( MGL) । ଆଜି(ବୁଧବାର) ମଧ୍ୟରାତ୍ରିରୁ ଏହି ନୂଆ ଦର ସାରା ମୁମ୍ବାଇରେ ଲାଗୁ ହୋଇଛି । ଉଚ୍ଚ ମୁଦ୍ରାସ୍ଫୀତି ମଧ୍ୟରେ ମୁମ୍ବାଇ ଭଳି ସହରରେ ସାଧାରଣ ଲୋକଙ୍କ ପକ୍ଷେ ପରିବାର ଖର୍ଚ୍ଚ ତୁଲାଇବା କଷ୍ଟକର ହେଉଥିବା ବେଳେ ଏବେ ସିଏନଜି ଓ ପିଏନଜି ଦର ବୃଦ୍ଧି ହେବା ଲୋକଙ୍କୁ ବଡ ଝଟକା ଦେଇଛି ।

MGL ପକ୍ଷରୁ ପ୍ରକାଶିତ ବିବୃତ୍ତି ଅନୁଯାୟୀ, ବର୍ଦ୍ଧିତ ଦର ପରେ ମୁମ୍ବାଇରେ ସିଏନଜି ଦାମ୍ କେଜି ପିଛା ୮୬ ଟଙ୍କା ହୋଇଯାଇଛି । ସେହିପରି ପିଏନଜି ଦର ୪ ଟଙ୍କା ବଢି SCM ପିଛା ୫୨ ଟଙ୍କାରେ ପହଞ୍ଚିଛି । ମହାନଗର ଗ୍ୟାସ ଲିମିଟେଡ ସାରା ମୁମ୍ବାଇକୁ ସିଏନଜି ଓ ପିଏନଜି ଗ୍ୟାସ୍ ଯୋଗାଣ କରିଥାଏ । ଏହାପୂର୍ବରୁ MGL ଗତ ଏପ୍ରିଲ ୨୯ ତାରିଖରେ ଉଭୟ ସିଏନଜି ଓ ପିଏନଜି ଦରରେ ୪ ଟଙ୍କା ବୃଦ୍ଧି କରିଥିଲା । ପରେ ଗତ ଜୁଲାଇ ୧୨ ତାରିଖରେ ପୁଣି ବାଣିଜ୍ୟ ନଗରୀରେ ଦର ବଢିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.