ETV Bharat / bharat

ନବୀନଙ୍କ ପ୍ରସ୍ତାବ ରଖିଲା କେନ୍ଦ୍ର, ଖୋଲା ବଜାରରେ ମିଳିବ କୋଭିଡ୍ ଟିକା - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଏଣିକି ଖୋଲା ବଜାରରେ ଉପଲବ୍ଧ ହେବେ କୋରୋନା ଟିକା । ନିକଟରେ ଟିକାକୁ ଖୋଲା ବଜାରରେ ଉପଲବ୍ଧ କରାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରସ୍ତାବ ଗ୍ରହଣ କଲା କେନ୍ଦ୍ର, ଖୋଲା ବଜାରରେ ଉପଲବ୍ଧ ହେବେ କୋରୋନା ଟିକା

author img

By

Published : Apr 19, 2021, 9:46 PM IST

ଭୁବନେଶ୍ବର: ଏଣିକି ଖୋଲା ବଜାରରେ ଉପଲବ୍ଧ ହେବେ କୋରୋନା ଟିକା । ଏନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ନିକଟରେ ଟିକାକୁ ଖୋଲା ବଜାରରେ ଉପଲବ୍ଧ କରାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ ମାନିନେଇଛନ୍ତି କେନ୍ଦ୍ର ସରକାର । କୋରୋନାର ଦ୍ରୁତ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଟୀକାକରଣର ଗତିକୁ ବଢାଇବା ପାଇଁ ସରକାର ବିଚାର କରିଥିଲେ । ତେବେ ବର୍ତ୍ତମାନସୁଦ୍ଧା କୋରୋନା ଟିକା କେବଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ ହୋଇଆସୁଥିବା ବେଳେ ଏବେଠୁ ଏହା ଖୋଲା ବଜାରରେ ମଧ୍ୟ ମିଳିବ ।

ଖୋଲା ବଜାରରେ କରୋନା ଟିକା ଉପଲବ୍ଧ ହେଉ ବୋଲି ଚିଠି ଲେଖି ଥିଲେ ନବୀନ । ଫଳରେ ଟିକା ପାଇଁ ଅର୍ଥ ଦେବାକୁ ପ୍ରସ୍ତୁତ ଥିବା ଲୋକମାନେ ଟିକା ନେଇପାରିବେ । ଏହା ସରକାରଙ୍କ ପାଇଁ ମଧ୍ୟ ସହାୟକ ହୋଇପାରିବ ବୋଲି କହିଥିଲେ ନବୀନ ।

ଟୀକାକରଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଟିକା ଉତ୍ପାଦନକାରୀ ରାଜ୍ୟ ସରକାର ଏବଂ ଖୋଲା ବଜାରକୁ 50% ଡୋଜ ଯୋଗାଇବାକୁ ଅନୁମତି ଦେଇଛି କେନ୍ଦ୍ର ।

ପ୍ରକାଶ ଯେ, ସୋମବାର କେନ୍ଦ୍ର ସରକାର କହଛନ୍ତି, ତୃତୀୟ ପର୍ଯ୍ୟାୟ ଟିକାକରଣ ଅଧିନରେ ଆସନ୍ତା ମେ ମାସ ପହିଲାରୁ ଦେଶର ସମସ୍ତ 18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଟିକା ଦେବା ପାଇଁ ଯୋଜନା ସରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.