ETV Bharat / bharat

ନେପାଳ ପ୍ରଧାନମନ୍ତ୍ରୀଙ୍କୁ ସ୍ବତନ୍ତ୍ର ଅଙ୍ଗବସ୍ତ୍ର ଉପହାର ଦେବେ ମୁଖ୍ୟମନ୍ତ୍ରୀ ଯୋଗୀ

author img

By

Published : Apr 3, 2022, 2:34 PM IST

ଆଜି ବାରଣାସୀ ବୁଲିବେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଖାସ୍ ଉପହାର ଦେବେ ମୁଖ୍ୟମନ୍ତ୍ରୀ ଯୋଗୀ । ଅଧିକ ପଢନ୍ତୁ

ନେପାଳ ପ୍ରଧାନମନ୍ତ୍ରୀଙ୍କୁ ଜରଦୋଜି ଅଙ୍ଗବସ୍ତ୍ର ଉପହାର କରିବେ ଯୋଗୀ

ଲକ୍ଷ୍ନୌ: ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଆଜି(ରବିବାର) ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶ ବାରଣାସୀ ଯିବେ । ବାରଣାସୀରେ ଦେଓବା ଦର୍ଶନ ଓ ପୂଜା କରିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହେବେ । ଏହାପୂର୍ବରୁ ଯୋଗୀ ଆଦିତ୍ୟନାଥ ଶନିବାର ବାରଣାସୀରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି । ଆଜି ନେପାଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କୁ ଏକ ଖାସ୍ ଉପହାର ଦେବେ । ମୁଖ୍ୟମନ୍ତ୍ରୀ ଅଭିବାଦନ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଜିଆଇ ମାନ୍ୟତାପ୍ରାପ୍ତ ଜରଦୋଜି(Zardozi) କାମ ହୋଇଥିବା ଏକ ଅଙ୍ଗବସ୍ତ୍ର ଉପହାର ଦେବାକୁ ଥିବା କୁହାଯାଉଛି ।

GI ସାମଗ୍ରୀ ଏକ୍ସପର୍ଟ ତଥା ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଡ.ରଜନୀକାନ୍ତ କହିଛନ୍ତି, କାଶୀ ହଜାର ବର୍ଷର ପ୍ରାଚୀନ ଐତିହ୍ୟ ଓ ସାଂସ୍କୃତିକ ମୂଲ୍ୟବୋଧ ବହନ କରୁଛି । ଭାରତ ଓ ନେପାଳ ସଂସ୍କୃତିକୁ ଯୋଡିବା ପାଇଁ ପ୍ରଧାନମନ୍ତ୍ରୀ ଦେଓବା କାଶୀ ଆସୁଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଜରଦୋଜି କାମ ହୋଇଥିବା ଅଙ୍ଗବସ୍ତ୍ର ଉପହାର କରିବେ । ଏହି ସ୍ବତନ୍ତ୍ର ଅଙ୍ଗବସ୍ତ୍ରର ଗୋଟିଏ ପାର୍ଶ୍ବରେ ଭାରତ ଓ ଅନ୍ୟ ପାର୍ଶ୍ବରେ ନେପାଳର ଜାତୀୟ ପତାକା ଚିତ୍ରିତ ହୋଇଥିବାର ଦେଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.