ETV Bharat / bharat

Exclusive: କେମିତି ଚାଲିଛି ୟୁପି ପରୀକ୍ଷା ? ଇଟିଭି ଭାରତକୁ କହିଲେ ଯୋଗୀ ଆଦିତ୍ୟନାଥ

author img

By

Published : Feb 22, 2022, 9:32 AM IST

Updated : Feb 22, 2022, 10:44 AM IST

ଉତ୍ତରପ୍ରଦେଶରେ ଚାଲିଛି ବିଧାନସଭା ନିର୍ବାଚନ । ତିନୋଟି ପର୍ଯ୍ୟାୟ ମତଦାନ ସରିଥିବାବେଳେ ବାକି ରହିଛି ଆଉ ୪ଟି ପରୀକ୍ଷା । ତେବେ ଏଥର କିଏ ମାରିବ ବାଜି ? କାହାକୁ ବାଛିବେ ଭୋଟର ? ୟୁପି ବିଧାନସଭା ନିର୍ବାଚନକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିବାବେଳେ ନିର୍ବାଚନ ସମ୍ପର୍କିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ମୁଦ୍ଦା ଉପରେ ଇଟିଭି ଭାରତ ସହ ଚର୍ଚ୍ଚା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଶୁଣନ୍ତୁ କ'ଣ କହିଛନ୍ତି ମୁଖ୍ୟମନ୍ତ୍ରୀ

UP Polls: ନିର୍ବାଚନ ନେଇ ଇଟିଭି ଭାରତ ସହ ଯୋଗୀଙ୍କ Exclusive ସାକ୍ଷାତକାର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସରିଛି ତୃତୀୟ ପର୍ଯ୍ୟାୟ ମତଦାନ । ଆସନ ବଞ୍ଚାଇବା ଲକ୍ଷ୍ୟରେ ଯଥାସମ୍ଭବ ପ୍ରଚେଷ୍ଟା ଚଳାଇଛି ସତ୍ତାସୀନ ଭାରତୀୟ ଜନତା ପାର୍ଟି । ପୁଣିଥରେ ୟୁପିରେ ଶାସନ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦଳର କେନ୍ଦ୍ର ତଥା ରାଜ୍ୟସ୍ତରୀୟ ତୁଙ୍ଗ ନେତା ଦିନରାତି ଏକ କରିଛନ୍ତି । ତେବେ ଏଥର କିଏ ମାରିବ ୟୁପି ବାଜି ? କାହାକୁ ବାଛିବେ ଭୋଟର ? ଗାଦି ରକ୍ଷା କରିବାରେ ସଫଳ ହେବ କି ଭାଜପା ? ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ ଏକପ୍ରକାର କଳ୍ପନାଜଳ୍ପନା ଜାରି ରହିଥିବାବେଳେ ବିଧାନସଭା ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ମୁଦ୍ଦା ଉପରେ ଇଟିଭି ଭାରତ ସହ ଚର୍ଚ୍ଚା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

Exclusive: କେମିତି ଚାଲିଛି ୟୁପି ପରୀକ୍ଷା ? ଇଟିଭି ଭାରତକୁ କହିଲେ ଯୋଗୀ ଆଦିତ୍ୟନାଥ

ତିନୋଟି ପର୍ଯ୍ୟାୟ ମତଦାନ ପରେ ବିଜେପିର ସ୍ଥିତି ଆପଣ କିପରି ଦେଖୁଛନ୍ତି ? ଏହି ପ୍ରଶ୍ନର ଜବାବରେ ଯୋଗୀ କହିଛନ୍ତି, ବିଜେପି ଶାସନର ଏଜେଣ୍ଡା ରାଷ୍ଟ୍ରବାଦ, ବିକାଶ ଏବଂ ସୁଶାସନ ଉପରେ ପର୍ଯ୍ୟବେସିତ । ଜନତାଙ୍କୁ ସୁରକ୍ଷା ପ୍ରଦାନକାରୀ, ସେମାନଙ୍କ ଉଜ୍ଜ୍ବଳ ଭବିଷ୍ଯତକୁ ପ୍ରାଥମିକତା ଦେଇ ଡବଲ ସ୍ପିଡରେ ଆଗକୁ ବଢୁଥିବା ଏବଂ ବିନା ଭେଦଭାବରେ ପ୍ରତିଟି ଗାଁ, ପ୍ରତ୍ୟେକ କୃଷକ, ଯୁବକ ଏବଂ ମହିଳାଙ୍କୁ ଶାସନ ସହ ଯୋଡୁଥିବା ଡବଲ ଇଞ୍ଜିନ ବିଜେପି ସରକାରକୁ ଯେକୌଣସି ପରିସ୍ଥିତିରେ କ୍ଷମତାରେ ଆଣିବାକୁ ଲୋକେ ସ୍ଥିର କରିସାରିଛନ୍ତି । ତିନୋଟି ପର୍ଯ୍ୟାୟ ମତଦାନକୁ ବିଚାର କଲେ ଏହା ସ୍ପଷ୍ଟ ବାରି ହେଉଛି ।

ଅହମ୍ମଦାବାଦ ସିରିଜ ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଅପରାଧୀ ମଧ୍ୟରୁ ଜଣଙ୍କ ପିତାଙ୍କ ଫଟୋ ସପା ସୁପ୍ରିମୋ ଅଖିଳେଶ ଯାଦବଙ୍କ ସହ ଭାଇରାଲ ହେଉଛି । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁରକ୍ଷା କ୍ଷେତ୍ରରେ ସମାଜବାଦୀ ପାର୍ଟିର ଇତିହାସ ଅତ୍ୟନ୍ତ ଖରାପ ରହିଛି । ୨୦୧୩ ଯେତେବେଳେ ସପା ସରକାରରେ ଥିଲା, ସେହି ସମୟରେ ରାଜ୍ୟରେ ଅନେକ ଆତଙ୍କୀ ଘଟଣାମାନ ଘଟିଛି । ଏପରିକି ସପା ସହ ଜଡିତ ଆତଙ୍କୀଙ୍କ ମକଦ୍ଦମା ପ୍ରତ୍ୟାହାର କରିବାକୁ ସପା ସରକାର ପ୍ରଚେଷ୍ଟା କରିଥିଲେ । ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ସୁରକ୍ଷା ସହ ସାଲିସ୍‌ କରିବା ସଙ୍ଗେ ସଙ୍ଗେ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ରାଜ୍ୟକୁ ଦଙ୍ଗା ନିଆଁ ମଧ୍ୟକୁ ଠେଲି ଦେଇଛି ।

ପ୍ରତ୍ୟେକ ବ୍ୟକ୍ତି ଜାଣନ୍ତି ଯେ, ସପା ରାଜ୍ୟରେ କୁଖ୍ୟାତ ଗୁଣ୍ଡା ଏବଂ ମାଫିଆଙ୍କୁ ପ୍ରଶୟ ଦେବାର କାର୍ଯ୍ୟ କରିଛି । ନିକଟରେ ଗୁଜୁରାଟର ଏକ ସ୍ବତନ୍ତ୍ର ନ୍ୟାୟଳୟ ସିରିଅଲ ବୋମା ବିସ୍ଫୋରଣ ଉପରେ ଐତିହାସିକ ରାୟ ଦେଇଛନ୍ତି । ୩୮ ଜଣ ଦୋଷୀ ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥିବାବେଳେ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ମିଳିଛି । ଏହି ଦୋଷୀଙ୍କ ମଧ୍ୟରୁ ୯ ଜଣଙ୍କ ଉତ୍ତରପ୍ରେଦଶ ସହ ଲିଙ୍କ୍‌ ରହିଛି । ସର୍ବାଧିକ ଆତଙ୍କୀ ରାଜ୍ୟର ଆଜମଗଡ ଅନ୍ତର୍ଗତ ସଂଜରପୁର ଗାଁରୁ ଅଟନ୍ତି । ତନ୍ମଧ୍ୟରୁ ଦିଲ୍ଲୀ ୱାଟାଲା ହାଉସ କାଣ୍ଡରେ ଜଣଙ୍କ ଭାଇର ହାତ ରହିଛି ମଧ୍ୟ । ହେଲେ ସେ ଏବେ ସିରିଆ ପଳାୟନ କରିଛି । ଏହି ଆତଙ୍କୀଙ୍କ ବାପା ସପା ଦଳର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ତଥା ପ୍ରଚାରକ ଅଟନ୍ତି । ଆଶ୍ଚର୍ଯ୍ୟର ବିଷୟ ହେଉଛି, ପ୍ରତିଟି ଛୋଟବଡ ଘଟଣା ଉପରେ ପ୍ରତିକ୍ରିୟା ଦେଉଥିବା ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବ ୨୦୧୩ ଘଟଣାରେ ମୁହଁ ଖୋଲୁନାହାନ୍ତି । ସିରିଜ ବିସ୍ଫୋରଣ ମାମଲାରେ ସପାକୁ ସିଧାସଳଖ ଟାର୍ଗେଟ କରି ଏପରି କହିଛନ୍ତି ଯୋଗୀ ।

ମାଫିଆଙ୍କ ଉପରେ ଆପଣଙ୍କ କାର୍ଯ୍ୟାନୁଷ୍ଠାନକୁ ସପା ମୁଖ୍ୟ ଉପହାସ କରିବା ଏବଂ ଆପଣଙ୍କୁ 'ବୁଲ୍‌ଡୋଜର ବାବା' କହିବା ପ୍ରସଙ୍ଗକୁ ଆପଣ କେମିତି ଦେଖୁଛନ୍ତି ? ଏହି ପ୍ରଶ୍ନର ଉତ୍ତର ଦେଇ ଯୋଗୀ କହିଛନ୍ତି, ସପା ରାଜ୍ୟରେ ୪ ଥର ସରକାରରେ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ରାଜ୍ୟର ଗରୀବ, ଯୁବବର୍ଗ ଏବଂ କୃଷକଙ୍କ ପ୍ରତି ସମାଜବାଦୀ ପାର୍ଟି କେବେ ବି ସମ୍ବେଦନଶୀଳ ନଥିଲା । ଦୁର୍ଭାଗ୍ୟବଶତଃ ଆତଙ୍କବାଦୀ, ଅପରାଧୀ, ମାଫିଆ ଏବଂ ଦଙ୍ଗା ପ୍ରତି ତାଙ୍କର ଅହେତୁକ ସମ୍ବେଦନା ରହିଛି । ଅପରାଧୀଙ୍କୁ ଦଳ ପ୍ରଶୟ ଦେଉଛି । ହେଲେ ଆମେ ଯାହା କହିଛୁ, ତାହା କାମରେ ଦେଖାଇଛୁ । ଅପରାଧୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ । ଆଗକୁ ମଧ୍ୟ ଭାଜପା ସରକାର ବିକାଶ ଏବଂ ସୁରକ୍ଷା ଜନିତ ପ୍ରସଙ୍ଗରେ କୌଣସି ବୁଝାମଣା ବିନା କାର୍ଯ୍ୟ କରିବ ।

ସିଏଏ ବିରୋଧି ପ୍ରତିବାଦକାରୀଙ୍କ ଠାରୁ କ୍ଷତି ବାଦଦ ଟଙ୍କା ଆଦାୟ କରି ୟୁପି ସରକାର ପୁରା ଦେଶରେ ଚର୍ଚ୍ଚାକୁ ଆସିଥିଲେ । ଏବେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ବସୁଲ ନୋଟିସ ଫେରସ୍ତ ନିଆଯାଇଛି । ଯଦି ପୁଣିଥରେ ଯୋଗୀ ସରକାର ଆସନ୍ତି ତେବେ ଏହି ପ୍ରସଙ୍ଗ ଉପରେ ଆପଣଙ୍କ ଆଭିମୁଖ୍ୟ କଣ ରହିବ ? ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯାହା ଆମେ ପୂର୍ବରୁ କରିସାରିଛୁ, ଉଚ୍ଚତମ ତାହା ହିଁ କହିଛନ୍ତି । ବିକ୍ଷୋଭକାରୀଙ୍କ ଉପରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେସବୁ ପ୍ରଶାସନିକ ନିର୍ଦ୍ଦେଶ ଥିଲା । ପରବର୍ତ୍ତୀ ସମୟରେ ଆମେ ଆକ୍ଟ ବନାଇଥିଲୁ । ଏନେଇ ତିନୋଟି ଟ୍ରିବ୍ୟୁନାଲ ଗଠନ ହୋଇଛି । ଏହି ଟ୍ରିବ୍ୟୁନାଲ ମାଧ୍ୟମରେ କ୍ଷତି ବାବଦ ଅର୍ଥ ଆଦାୟ କରାଯାଇପାରିବ ବୋଲି କୋର୍ଟ କହିଛନ୍ତି ଏବଂ କୋର୍ଟଙ୍କ ଆଦେଶକ୍ରମେ କାର୍ଯ୍ୟ କରାଯିବ ।

କର୍ଣ୍ଣାଟକ ହିଜାବ ବିବାଦ ସମ୍ପର୍କରେ ମଧ୍ୟ ଯୋଗୀ ଆଦିତ୍ୟନାଥ ଚର୍ଚ୍ଚା କରିଛନ୍ତି । ମୋ ମତରେ ଦେଶ ସମ୍ବିଧାନ ଦ୍ବାରା ପରିଚାଳିତ ହେଉଛି, ବ୍ୟକ୍ତିଗତ ଆଇନ ଦ୍ବାରା ନୁହେଁ । ଘର ଭିତରେ ଆପଣ ନିଜ ଇଚ୍ଛା ମୁତାବକ ପୋଷକ ପିନ୍ଧି ପାରିବେ । ହେଲେ କୌଣସି ସଂସ୍ଥା, ଯେଉଁଠାରେ ନିର୍ଦ୍ଧିଷ୍ଟ ଡ୍ରେସ କୋର୍ଡ ରହିଛି, ସେଠାରେ ତାହା ଲାଗୁ ହେବା ଉଚିତ୍ ବୋଲି କହିଛନ୍ତି ସିଏମ୍ । ଏଥିସହ କୋରୋନା ଦ୍ବିତୀୟ ଲହର ମୁକାବିଲାରେ ଯୋଗୀ ସରକାରଙ୍କ ବିଫଳତା ନେଇ ଉଠିଥିବା ଆରୋପ ସମ୍ବନ୍ଧରେ ସେ କହିଛନ୍ତି, କୋରୋନା ସମୟରେ ସପା, ବିଏସପି ଏବଂ କଂଗ୍ରେସ ନେତା କେଉଁଠି ଥିଲେ ? ମହାମାରୀ କାଳରେ ସବୁ ଦଳ କେଉଁଆଡେ ଗାଏବ ହୋଇଯାଇଥିଲେ ଅଥବା ହୋମ୍ ଆଇସୋଲେନସରେ ରହିଥିଲେ । କେନ୍ଦ୍ର ତଥା ରାଜ୍ୟ ସରକାର ସକ୍ରିୟ ଭାବେ କୋଭିଡ ମୁକାବିଲା କରିଛନ୍ତି । ଯାହାର ପ୍ରଶଂସା ଦେଶ ବିଦେଶରେ କରାଯାଉଛି । ସେହିପରି ୟୁପିରେ ବିଜେପି କେତେ ଆସନ ହାତେଇବାରେ ସଫଳ ହେବ ନେଇ ପ୍ରଶ୍ନରେ ଯୋଗୀ କହିଛନ୍ତି, ରାଜ୍ୟରେ ୮୦ ବନାମ ୨୦ ଲଢେଇ ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 22, 2022, 10:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.