ETV Bharat / bharat

ଶିବରାଜଙ୍କ ବଡ ଘୋଷଣା: ପ୍ରତ୍ୟେକ ଜିଲ୍ଲାରେ ଲାଡଲୀ ଲକ୍ଷ୍ମୀ ନାମରେ ନାମିତ ହେବ ସଡକ

author img

By

Published : Nov 3, 2022, 8:58 AM IST

ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବଡ ଘୋଷଣା । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଲାଡଲୀ ଲକ୍ଷ୍ମୀ ନାମରେ ନାମିତ ହେବ ସଡକ (cm shivraj announced on ladli laxmi)। ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟରେ ପ୍ରତିଷ୍ଠା ହେବ ଲାଡଲୀ ଲକ୍ଷ୍ମୀ ବାଟିକା । ଅଧିକ ପଢନ୍ତୁ

ଶିବରାଜ ସିଂ ଚୌହାନଙ୍କ ବଡ ଘୋଷଣା: ପ୍ରତ୍ୟେକ ଜିଲ୍ଲାରେ ଝିଅଙ୍କ ନାମରେ ନାମିତ ହେବ ରାସ୍ତା

ଭୋପାଳ: ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ‘ଲାଡଲୀ ଲକ୍ଷ୍ମୀ’ ଯୋଜନାର ଭାଗ-2କୁ ଏକ ପର୍ବ ଭାବରେ ପାଳନ କରିବା ଆହ୍ବାନ ଦେଇଛନ୍ତି । ସ୍ନାତକ ହାସଲ କରିଥିବା ବାଳିକାମାନଙ୍କ ପାଇଁ ପ୍ରଥମ ଥର ପାଇଁ ଶିବରାଜ ସରକାର ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି (cm shivraj announced on ladli laxmi) । ସ୍ନାତକୋତ୍ତର କିମ୍ବା ଧନ୍ଦାମୂଳକ ପାଠ୍ୟକ୍ରମରେ ଆଡମିଶନ ନେବା ପାଇଁ 25,000ର ଏକ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ରାଜ୍ୟ ସରକାର । ଯାହା ସରକାର ଦୁଇଟି କିସ୍ତିରେ ପ୍ରଦାନ କରିବେ ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ କହିଛନ୍ତି, ବର୍ତ୍ତମାନ ଭୋପାଳର ଡିପୋ ସ୍କୋୟାର ସ୍ମାର୍ଟ ରୋଡକୁ ଲାଡଲୀ ଲକ୍ଷ୍ମୀ ରୋଡ ନାମରେ ନାମିତ କରାଯାଇଛି । ମୁଖ୍ୟମନ୍ତ୍ରୀ ଶିବରାଜ କହିଛନ୍ତି ଯେ, ଆଜି ଏହି ରାସ୍ତା ଝିଅଙ୍କ ନାମରେ ନାମିତ ହୋଇଛି । ଏହା ବୋଧହୁଏ ବିଶ୍ବରେ ପ୍ରଥମ । ରାସ୍ତାର ନାମ ଝିଅଙ୍କ ସମ୍ମାନାର୍ଥେ ‘ଲାଡଲି ଲକ୍ଷ୍ମୀ’ ରଖିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଝିଅଙ୍କ ନାମରେ ସଡକ ନାମିତ ହେବା, ଉଭୟ ପାର୍ଶ୍ୱରେ ‘ଲାଡଲୀ ଲକ୍ଷ୍ମୀ’ ଯୋଜନାର ପ୍ରମୋଶନ ସହ ଉଭୟ ନାରୀ ସଶକ୍ତିକରଣ ପାଇଁ ମଧ୍ୟ ଏକ ସଚେତନତା ବାର୍ତ୍ତା ଦେବ ।

ଜିଲ୍ଲା ମୁଖ୍ୟାଳୟରେ ଲାଡଲି ଲକ୍ଷ୍ମୀ ଭାଟିକା ନିର୍ମାଣ କରାଯିବ:-

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସର୍ବସାଧାରଣ ସ୍ଥାନ ଗୁଡିକର ନାମକରଣ ମଧ୍ୟ ସଂସ୍କୃତି, ପରମ୍ପରା ଏବଂ ଜୀବନ ମୂଲ୍ୟବୋଧ ସହିତ ଜଡିତ ହେବା ଉଚିତ୍ । ଲାଡଲୀ ଲକ୍ଷ୍ମୀ ଭାଟିକା ରାଜ୍ୟର ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟରେ ପ୍ରତିଷ୍ଠା ହେବ । ଏହି ବଗିଚାରେ, ଝିଅମାନେ ସେମାନଙ୍କ ଜନ୍ମଦିନରେ ଚାରା ରୋପଣ କରିବେ । ସେହିପରି ରାଜ୍ୟର 52ଟି ଜିଲ୍ଲାର ଲାଡଲୀ ଲକ୍ଷ୍ମୀ ନାମରେ ଏକ ପ୍ରମୁଖ ରାସ୍ତାକୁ ମଧ୍ୟ ନାମିତ ହେବା ନେଇ ମୁଖ୍ୟମନ୍ତ୍ରୀ ଶିବରାଜ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.