ETV Bharat / bharat

ହାଇଦ୍ରାବାଦର ସବୁ କୋଣକୁ ଗଡିବ ମେଟ୍ରୋ, ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଦେଲେ ନିର୍ଦ୍ଦେଶ - Hyderabad news

CM Revanth Reddy directs officials to expand Hyderabad Metro to every corner: ନୂଆରୁଟ ସହ ସମ୍ପ୍ରସାରିତ ହେବ ପୁରୁଣା ମେଟ୍ରୋ ରୁଟ୍‌ । ଏୟାରପୋର୍ଟକୁ ମଧ୍ୟ ଗଡିବ ମେଟ୍ରୋ । ପ୍ରସ୍ତାବିତ ରୁଟ ସମ୍ପର୍କରେ ଜାଣନ୍ତୁ ବିସ୍ତୃତ ତଥ୍ୟ ।

ସମ୍ପ୍ରସାରିତ ହେବ ହାଇଦ୍ରାବାଦ ମେଟ୍ରୋ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ରେବନ୍ତୁ ରେଡ୍ଡୀ

author img

By ETV Bharat Odisha Team

Published : Jan 3, 2024, 10:36 PM IST

ହାଇଦ୍ରାବାଦ: ଭାରତ ପରି ଜନବହୁଳ ଦେଶର ବିଭିନ୍ନ ପ୍ରମୁଖ ସହରରେମାନଙ୍କରେ ଏବେ ଟ୍ରାଫିକ ସମସ୍ୟା ମୁଣ୍ଡବିନ୍ଧାର କାରଣ ସାଜିଛି । ଏହାରି ମଧ୍ୟରେ କିଛି ପ୍ରମୁଖ ସହରରେ ମେଟ୍ରୋ ରେଳ ସେବା ଏହାକୁ କିଛି ମାତ୍ରାରେ ଲାଘବ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହାରି ମଧ୍ୟରେ ଦେଶର ହାଇଟେକ୍‌ସିଟି ଭାବେ ଖ୍ୟାତି ଅର୍ଜନ କରିଥିବା ହାଇଦ୍ରାବାଦରେ ମେଟ୍ରୋ ସେବାକୁ ସମ୍ପ୍ରାସାରିତ କରିବା ଓ ସହରର ସବୁ କୋଣକୁ ମେଟ୍ରୋ ସହ ଯୋଡିବା ଦିଗରେ ରାଜ୍ଯ ସରକାର ପ୍ରଧାନ୍ୟ ଦେଉଛନ୍ତି । ହାଇଦ୍ରାବାଦ ମେଟ୍ରୋ ନେଟଓ୍ବାର୍କକୁ ସହର ଅନ୍ୟ ଦିଗକୁ ସମ୍ପ୍ରସାରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ହାଇଦ୍ରାବାଦ ମେଟ୍ରୋ ରେଳ ପ୍ରକଳ୍ପର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ହାଇଦ୍ରାବାଦ ମେଟ୍ରୋ ରେଳ ଲିମିଟେଡ ଓ ହାଇଦ୍ରାବାଦ ମେଟ୍ରୋପଲିଟାଣ୍ଟ ଡେଭଲପମେଣ୍ଟ କର୍ପୋରେସନ ସହ ଏକ ସମୀକ୍ଷା ବୈଠକ ପରେ ମୁଖ୍ଯମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ପ୍ରସ୍ତାବିତ ମଟ୍ରୋ ରୁଟ୍‌ ମଧ୍ୟ ସାମ୍ନାକୁ ଅଣାଯାଇଛି । ମିଆଁପୁରରେ ମେଟ୍ରୋ ସେବା ଶେଷ ହେଉଥିବା ବେଳେ ଏହାକୁ ପଟନଚେରଭୁ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବ । ସେହିପରି ଏଲ.ବି ନଗର-ହାୟତନଗର ପର୍ଯ୍ୟନ୍ତ ନୂଆରୁଟ, ରାଇଦୂର୍ଗ ଲାଇନରେ ମେଟ୍ରୋ ସେବା ଫାଇନାନ୍ସିଆଲ ଡିଷ୍ଟ୍ରିକ୍ଟ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ । ନାଗୋଲ-ହାଇକୋର୍ଟ ସାଇଟ ମଧ୍ୟରେ ମେଟ୍ରୋ ଗଡିବ । ଏହା ସହ ଦେଶର ଅନ୍ୟତମ ବ୍ୟସ୍ତବହୁଳ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ମଧ୍ୟ ମେଟ୍ରୋ ସେବା ସଂଯୋଗ କରାଯିବ । ଏମଜିବିଏସରୁ ଭାୟା ଓଲ୍ଡସିଟି ହୋଇ ମଟ୍ରୋ ସିଧା ସମସାବାଦ ସ୍ଥିତି ବିମାନ ବନ୍ଦରକୁ ସଂଯୋଗ କରିବା ନେଇ ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :- 511 ରେ ପହଞ୍ଚିଲା ନୂଆ ଭ୍ଯାରିଏଣ୍ଟ ସଂକ୍ରମଣ: 24 ଘଣ୍ଟାରେ 5 ମୃତ

ଏହା ସହ ପୂର୍ବରୁ କେସିଆର ସରକାର ନିଷ୍ପତ୍ତି ନେଇଥିବା ରାୟଦୂର୍ଗରୁ ସମସାବାଦ ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା 31 କି.ମି ଲମ୍ବ ରାସ୍ତା ପ୍ରକଳ୍ପକୁ ମଧ୍ୟ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକଳ୍ପରେ ମୋଟ 6,250 କୋଟି ଟଙ୍କା ବ୍ୟବବରାଦ କରିଥିଲେ ପୂର୍ବ ସରକାର । ଏହାକୁ ବନ୍ଦ କରି ଏହା ବଦଳରେ ଏମଜିବିଏସରୁ ଓଲ୍ଡସିଟି ଭାୟା ଦେଇ ବିମାନ ବନ୍ଦରକୁ ମେଟ୍ରୋ ସେବା ସହ ଯୋଡିବାକୁ ରୁଟ ନିର୍ଦ୍ଧାରିତ ହୋଇଛି । ପୂର୍ବରୁ ହାଇଦ୍ରାବାଦର ମୁଖ୍ୟ ରେଳ ଷ୍ଟେସନ ସିକନ୍ଦରାବାଦ ମଟ୍ରୋ ସେବା ସହ ଯୋଡି ହୋଇସାରିଛି । ଏବେ ବିମାନ ବନ୍ଦର ମେଟ୍ରୋ ନେଟଓ୍ବାର୍କ ସହ ଯୋଡି ହେବା ପରେ ସହରରେ ବହୁ ପରିମାଣରେ ଟ୍ରାଫିକ ସମସ୍ୟାରେ ସୁଧାର ଆସିବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.