ETV Bharat / bharat

ଝାଡ଼ଖଣ୍ଡରେ ଶଦୀଦ ଓଡ଼ିଆ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

author img

By

Published : Aug 11, 2023, 9:39 PM IST

Updated : Aug 11, 2023, 10:11 PM IST

ପଶ୍ଚିମ ସିଂହଭୂମି ଜିଲ୍ଲାରେ ଅପରେସନ ବେଳେ ନକ୍ସଲଙ୍କ ଗୁଳି ମାଡ଼ରେ ଓଡ଼ିଆ ସିଆରପିଏଫ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ ଶହୀଦ । ରାଞ୍ଚି ସ୍ଥିତ ଚାଇବାସା ଠାରେ ଥିବା CRPF ଶିବିରରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଅଧିକ ପଢ଼ନ୍ତୁ

Chaibas Naxalite encounter
ଓଡ଼ିଆ ସିଆରପିଏଫ ଯବାନ ଶହୀଦ
ଓଡ଼ିଆ ସିଆରପିଏଫ ଯବାନ ଶହୀଦ
ଓଡ଼ିଆ ସିଆରପିଏଫ ଯବାନ ଶହୀଦ

ରାଞ୍ଚି: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାରେ ନକ୍ସଲଙ୍କ ଗୁଳିରେ ଓଡ଼ିଆ ସିଆରପିଏଫ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ ଶହୀଦ ହୋଇଛନ୍ତି । ରାଞ୍ଚି ସ୍ଥିତ ଚାଇବାସାଠାରେ ଥିବା CRPF ଶିବିରରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ ଯୋଗେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ସେପଟେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିବିଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ରହି ଶହୀଦଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

  • पश्चिमी सिंहभूम में नक्सल मुठभेड़ के दौरान शहीद होने सीआरपीएफ जवान सुशांत कुमार जी की शहादत को शत-शत नमन।
    परमात्मा दिवंगत अमर वीर शहीद सुशांत जी की आत्मा को शांति प्रदान कर शोकाकुल परिवारजनों को दुःख की यह विकट घड़ी सहन करने की शक्ति दे। pic.twitter.com/Aso3cM49kH

    — Hemant Soren (@HemantSorenJMM) August 11, 2023 " class="align-text-top noRightClick twitterSection" data=" ">

ନବୀନ ପଟ୍ଟନାୟକ ଟ୍ବିଟ୍‌ କରି ଲେଖିଛନ୍ତି,"ନକ୍ସଲ ଆକ୍ରମଣରେ ଓଡ଼ିଆ ସିଆରପିଏଫ ଯବାନ ସୁଶାନ୍ତ ଖୁଣ୍ଟିଆ ଶହୀଦ ହୋଇଥିବା ଖବର ବିଷୟରେ ଜାଣି ମୁଁ ଦୁଃଖିତ । ମାଟି ମା’ର ସେବାରେ ତାଙ୍କର ବଳିଦାନ ସର୍ବଦା ସ୍ମରଣୀୟ ରହିବ। ବୀର ଯବାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି ।"

  • ନକ୍ସଲ ଆକ୍ରମଣରେ ଓଡ଼ିଆ ସିଆରପିଏଫ ଯବାନ ସୁଶାନ୍ତ ଖୁଣ୍ଟିଆ ଶହୀଦ ହୋଇଥିବା ଖବର ବିଷୟରେ ଜାଣି ମୁଁ ଦୁଃଖିତ। ମାଟି ମା’ର ସେବାରେ ତାଙ୍କର ବଳିଦାନ ସର୍ବଦା ସ୍ମରଣୀୟ ରହିବ। ବୀର ଯବାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।

    — Naveen Patnaik (@Naveen_Odisha) August 11, 2023 " class="align-text-top noRightClick twitterSection" data=" ">

ଏହି ଦୁଃଖଦ ଘଟଣା ନେଇ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ବିଟ୍‌ ଯୋଗେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ପଶ୍ଚିମ ସିଂହଭୂମି ଜିଲ୍ଲାରେ ନକ୍ସଲଙ୍କ ଗୁଳିରେ ଶହୀଦ ହୋଇଥିବା CRPF ଯବାନ ସୁଶାନ୍ତ କୁମାରଙ୍କୁ ଶତଶତ ପ୍ରଣାମ । ଇଶ୍ବର ବୀର ଶହୀଦଙ୍କ ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ । ଏଭଳି ମୂହୁର୍ତ୍ତରେ ଶୋକସନ୍ତପ୍ତ ପରିବାରକୁ ଧର୍ଯ୍ୟ ଏବଂ ଶକ୍ତି ଦିଅନ୍ତୁ ।" ଶହୀଦ ଯବାନ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପାଳିକା ୪ ୱାର୍ଡର ବାସିନ୍ଦା ଥିଲେ । ତାଙ୍କ ବାପାଙ୍କ ନାମ ଅତୁଳ ଖୁଣ୍ଟିଆ । କିଛି ବର୍ଷ ଅନ୍ତରେ ତାଙ୍କର ଦୁଇ ଭାଇ ସ୍ବର୍ଗବାସ କରିଛନ୍ତି । ଏବେ ସୁଶାନ୍ତଙ୍କ ଶହୀଦ ଖବରରେ ପୁରା ପରିବାର ଭାଙ୍ଗି ପଡ଼ିଛି । ସୁଶାନ୍ତ କୁମାର ଖୁଣ୍ଟିଆ ୨୦୧୧ ମସିହାରେ CRPFରେ ଯୋଗ ଦେଇଥିଲେ । ସେ CRPF ୬୦ ବାଟାଲିୟନର ବିଡିଏମ ଟିମ୍‌ରେ ସାମିଲ ଥିଲେ । CRPFରେ ଯୋଗଦେବା ପରେ ଅନେକ ଦୁଃସାହସିକ ଅପରେସନ କରି ସଫଳ ହୋଇଥିଲେ । ନକ୍ସଲଙ୍କ ଦ୍ବାରା ଖଞ୍ଜା ଯାଇଥିବା ଆଇଇଡି ବୋମାକୁ ନିଷ୍କ୍ରିୟ କରିବାରେ ସୁଶାନ୍ତ ବେଶ ଧୁରନ୍ଦର ଥିଲେ ।

ଏହା ବି ପଢ଼ନ୍ତୁ: ଝାଡ଼ଖଣ୍ଡରେ ପୋଲିସ ଓ ନକ୍ସଲ ମଧ୍ୟରେ ଏନକାଉଣ୍ଟର: ଓଡ଼ିଆ ଯବାନ ଶହୀଦ

ସିଂହଭୂମି ଜିଲ୍ଲା ଟୋଣ୍ଟୋ ଥାନା ଅନ୍ତର୍ଗତ ଜଙ୍ଗଲରେ ଶୁକ୍ରବାର ସକାଳେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଭାକପା ମାଓବାଦୀ ସଂଗଠନର ସେଣ୍ଟ୍ରାଲ କମିଟି ତଥା କୋଟିଏ ଟଙ୍କା ପୁରସ୍କାର ରାଶି ଥିବା ମିସିର ବେସରା ଦସ୍ତେ ସହ ଗୁଳି ବିନିମୟ ହୋଇଥିଲା । ଗତ ତିନିଦିନ ଧରି ଏହି ଅପରେସନ ହୋଇଥିଲା । ଦୁଇ ଦିନ ତଳେ ନକ୍ସଲଙ୍କ ବଡ଼ କ୍ୟାମ୍ପକୁ ଯବାନଙ୍କ ଦ୍ବାରା ଧ୍ବଂସ କରାଯାଇଥିଲା । ଏକ ବଡ଼ ବଙ୍କରକୁ ବି ଯବାନ ଧ୍ବଂସ କରିଥିଲେ । ଦୁଇ ପକ୍ଷରୁ ଅନେକ ରାଉଣ୍ଡ ଫାୟାରିଂ ହୋଇଥିଲା । ଏହି ଏନକାଉଣ୍ଟରରେ CRPF ୬୦ ବାଟାଲିୟନର ହେଡ୍‌ କେନେଷ୍ଟବଳ ମୁନ୍ନା କୁମାର ଓ ସୁଶାନ୍ତ କୁମାର ଗୁରୁତର ଆହତ ହୋଇଥିଲେ । ସୁଶାନ୍ତ କୁମାରଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଅନ୍ୟ ଯବାନଙ୍କ ଗୋଡରେ ବାଜିଥିଲା । ଦୁହିଁଙ୍କୁ ସଙ୍ଗେସଙ୍ଗେ ରାଞ୍ଚିକୁ ଏୟାରଲିଫ୍ଟ କରାଯାଇଥିଲା । ଉଭୟଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସୁଶାନ୍ତ କୁମାର ଶହୀଦ ହୋଇଯାଇଛନ୍ତି ।

ଝାଡ଼ଖଣ୍ଡର ପୋଲିସ ଆଇଜି କହିଛନ୍ତି, "ସୁଶାନ୍ତ କୁମାରଙ୍କ ବଳିଦାନ ବୃଥା ଯିବନି । ଯବାନଙ୍କ ଦ୍ବାରା ସାରନ୍ଦା ଠାରେ ଏବେ ବି ଅପରେସନ ଜାରି ରହିଛି । ସେହି ଅଞ୍ଚଳରୁ ନକ୍ସଲ ସଫା ନହେବା ପର୍ଯ୍ୟନ୍ତ ଏହି ଅପରେସନ ଜାରି ରହିବ ।" ଚାଇବାସା CRPF ଶିବିରରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆସରିଥିବା ବେଳେ ମରଶରୀରକୁ ଜନ୍ମମାଟିକୁ ପଠାଯାଇଥିବା ଜଣାପଡ଼ିଛି । ଜନ୍ମମାଟିରେ ମରଶରୀର ପହଞ୍ଚିବା ପରେ ତାଙ୍କର ଶେଷକୃତ୍ୟ କରାଯିବ । ଅନ୍ୟପଟେ ଓଡ଼ିଆ ଯବାନ ସୁଶାନ୍ତଙ୍କ ଶହୀଦ ଖବରରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Last Updated : Aug 11, 2023, 10:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.