ETV Bharat / bharat

ନୂଆ ସ୍ଥଳସେନା ମୁଖ୍ୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Apr 18, 2022, 10:59 PM IST

ନୂତନ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ନୂଆ ସ୍ଥଳସେନା ମୁଖ୍ୟଙ୍କୁ ନବୀନଙ୍କ ଶୁଭେଚ୍ଛା
ନୂଆ ସ୍ଥଳସେନା ମୁଖ୍ୟଙ୍କୁ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ବର: ନୂତନ ସ୍ଥଳସେନା ମୁଖ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଟ୍ବିଟ କରି ଜେନେରାଲ ମନୋଜ ପାଣ୍ଡେଙ୍କୁ ନୂତନ ଦାୟିତ୍ବ ପାଇଁ ଅଭିନନ୍ଦନ ଜଣାଇବା ସହ ସଫଳ କର୍ଯ୍ୟକାଳ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

  • Congratulate Lieutenant General Manoj Pande on being appointed as the 29th Chief of the Army Staff of the #IndianArmy. Wish the very best for a successful tenure. https://t.co/pmHO7Qp7gr

    — Naveen Patnaik (@Naveen_Odisha) April 18, 2022 " class="align-text-top noRightClick twitterSection" data=" ">

29ତମ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ଜେନେରାଲ ମନୋଜ ପାଣ୍ଡେ । ସେ ବର୍ତ୍ତମାନ ସ୍ଥଳସେନା ଉପମୁଖ୍ୟ ଭାବେ ଦାୟିତ୍ବରେ ଥିବାବେଳେ ଚଳିତ ମାସ ୩୦ ତାରିଖରେ ଜେନେରାଲ ନରଓ୍ବାଣେଙ୍କ ଠାରୁ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିବେ ।

୧୯୮୨ ମସିହାରେ ଜଣେ ସେନା ଇଞ୍ଜିନିୟର ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଜେନେରାଲ ପାଣ୍ଡେ ସ୍ଥଳସେନାର ସର୍ବୋଚ୍ଚ ପଦବୀରେ ପହଞ୍ଚିବାରେ ପ୍ରଥମ ଅଧିକାରୀ ହେବାକୁ ଯାଉଛନ୍ତି । ଆଜି ତାଙ୍କୁ ପରବର୍ତ୍ତୀ ସେନାମୁଖ୍ୟ ଭାବେ ଚୟନ କରାଯିବା ପରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.