ETV Bharat / bharat

ହେଲିପ୍ୟାଡ ହେଲେ ଆପତ୍ତି ନାହିଁ, ସ୍କୁଲ ଯିବା ପାଇଁ ରାସ୍ତା ପ୍ରାଥମିକତା: ବମ୍ବେ ହାଇକୋର୍ଟ

author img

By

Published : Jul 16, 2022, 6:31 PM IST

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଗ୍ରାମରେ ହେଲିପ୍ୟାଡ ନିର୍ମାଣ ପ୍ରସଙ୍ଗରେ ବମ୍ବେ ହାଇକୋର୍ଟଙ୍କ ଟିପ୍ପଣୀ । ହେଲିପ୍ୟାଡ୍‌ ହେଲେ ଆପତ୍ତି ନାହିଁ, କିନ୍ତୁ ସ୍କୁଲ ଯିବା ପାଇଁ ରାସ୍ତା ଓ ପୋଲ ନିର୍ମାଣ ପ୍ରାଥମିକତା ଆଧାରରେ ସୁନିଶ୍ଚିତ କରନ୍ତୁ ସରକାର । ସ୍ଥାୟୀ ସମାଧାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ବମ୍ବେ ହାଇକୋର୍ଟ
ହେଲିପ୍ୟାଡ ହେଲେ ଆପତ୍ତି ନାହିଁ, ସ୍କୁଲ ଯିବା ପାଇଁ ରାସ୍ତା ପ୍ରାଥମିକତା: ବମ୍ବେ ହାଇକୋର୍ଟ

ମୁମ୍ବାଇ: ମହାରାଷ୍ଟ୍ର ସାତାରା ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଦୁଇଟି ହେଲିପ୍ୟାଡ୍‌ ନିର୍ମାଣ କରିବା ଓ ବିଦ୍ୟାଳୟ ଯିବା ପାଇଁ ସ୍କୁଲ ଛାତ୍ରଛାତ୍ରୀ ନିଜ ଜୀବନକୁ ବାଜି ଲଗାଇ ନଦୀ ପାର ହେବା ମାମଲାର ଶୁଣାଣି କରିଛନ୍ତି ବମ୍ବେ ହାଇକୋର୍ଟ । ଗ୍ରାମରେ ହେଲିପ୍ୟାଡ ନିର୍ମାଣ ହେଲେ ଆପତ୍ତି ନାହିଁ, କିନ୍ତୁ ପିଲାଙ୍କ ସ୍କୁଲ ଯିବା ପାଇଁ ରାସ୍ତା ଓ ପୋଲ ନିର୍ମାଣ ହେବା ପ୍ରାଥମିକତା । ହାଇକୋର୍ଟ ନିଜ ଆଡୁ ଦାଏର କରିଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ଭାବେ ମହାରାଷ୍ଟ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।

ବମ୍ବେ ହାଇକୋର୍ଟ
ବମ୍ବେ ହାଇକୋର୍ଟ

ମହାରାଷ୍ଟ୍ରର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ସାତାରା ଜିଲ୍ଲାର ମୂଳ ବାସିନ୍ଦା । ସେ ଜିଲ୍ଲାରେ ଦୁଇଟି ହେଲିପ୍ୟାଡ ନିର୍ମାଣ କରିଛନ୍ତି । ସେଥିରେ କୋର୍ଟଙ୍କ କୌଣସି ଆପତ୍ତି ନାହିଁ । କିନ୍ତୁ ସ୍କୁଲ ପିଲାମାନେ ରାସ୍ତା ନଥିବାରୁ ନଦୀ ପାର୍‌ ହୋଇ ବନ୍ୟଜନ୍ତୁ ଥିବା ଜଙ୍ଗଲ ଘେରା ରାସ୍ତାରେ ପ୍ରାୟ ୪ କି.ମି ଅତିକ୍ରମ କରି ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ସ୍କୁଲରେ ପହଞ୍ଚୁଛନ୍ତି । ସରକାର ଏହି ସମସ୍ୟାର ପ୍ରାଥମିକତା ଆଧାରରେ ସ୍ଥାୟୀ ସମାଧାନ କରନ୍ତୁ ବୋଲି କୋର୍ଟ କହିଛନ୍ତି । ଘଟଣାର ସ୍ଥାୟୀ ସମାଧାନ ପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟ ପ୍ରଦାନ କରିଛନ୍ତି କୋର୍ଟ । ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମୁଖ୍ୟ ଶାସନ ସଚିବ, ସମ୍ପୃକ୍ତ ବିଭାଗୀୟ ସଚିବ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବେ ।

ସରକାର ଓ ପ୍ରଶାସନ କ'ଣ ପଦକ୍ଷେପ ନେଲେ ସେ ସମ୍ପର୍କରେ ଅଗଷ୍ଟ ୩୦ ତାରିଖରେ ମୁଖ୍ୟ ଶାସନ ସଚିବଙ୍କୁ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ । ମହାରାଷ୍ଟ୍ର ସାତାରା ଜିଲ୍ଲାର ଖିରଓ୍ବାନ୍ଦି ଗ୍ରାମରେ ସ୍କୁଲ ଯିବା ପାଇଁ ଛାତ୍ରୀମାନଙ୍କୁ ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେବାକୁ ପଡୁଥିଲା । କୋର୍ଟ ଏହି ମାମଲାରେ ନିଜ ଆଡୁ ଜନସ୍ବାର୍ଥ ମାମଲା ଦାଏର କରିବା ସହ ଶୁଣାଣି କରିଥିଲେ । ଏହି ମାମଲାର ଶୁଣାଣି ଜଷ୍ଟିସ ପ୍ରସନ୍ନ ଭାରାଲେ ଓ ଜଷ୍ଟିସ ଶ୍ରୀକାନ୍ତ କୁଲକର୍ଣ୍ଣିଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଦ୍ବାରା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.