ETV Bharat / bharat

Ambedkar Jayanti: ଆଜି ହାଇଦ୍ରାବାଦରେ ଆଇନ ପ୍ରଣେତାଙ୍କ ସବୁଠୁ ଉଚ୍ଚ ପ୍ରତିମୂର୍ତ୍ତି ହେବ ଅନାବରଣ

author img

By

Published : Apr 14, 2023, 9:39 AM IST

ଆଜି ହାଇଦ୍ରାବାଦରେ ଡ.ବିଆର ଆମ୍ବେଦକର 125 ଫୁଟ ଉଚ୍ଚତାର ପ୍ରତିମୂର୍ତ୍ତିକୁ ଅନାବରଣ କରିବେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଆଜି ଭାରତୀୟ ସମ୍ବିଧାନର ପ୍ରଣେତା ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ । ଏହି ଅବସରରେ ହାଇଦ୍ରାବାଦରେ ଆଧୁନିକ ଭାରତର ମୁଖ୍ୟ ବିନ୍ଧାଣୀ ଡ.ବିଆର ଆମ୍ବେଦକର 125 ଫୁଟ ଉଚ୍ଚତାର ପ୍ରତିମୂର୍ତ୍ତିକୁ ଆଜି ଅନବାରଣ କରିବେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ନିକଟରେ କିଛି ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲେ କେସିଆର । ଯେଉଁଠାରେ ଆମ୍ବେଦକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ, ନୂତନ ସଚିବାଳୟ ବିଲ୍ଡିଂ କମ୍ପ୍ଲେକ୍ସର ଉଦଘାଟନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏଥିସହ ପ୍ରତିମୂର୍ତ୍ତିକୁ ଉନ୍ମୋଚନ ସମୟରେ ହେଲିକପ୍ଟରରେ ପୁଷ୍ପବୃଷ୍ଟି କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା । ଦେଶରେ ଆମ୍ବେଦକରଙ୍କ ଏହା ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ବୋଲି କୁହାଯାଉଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବି ଆର ଆମ୍ବେଦରକଙ୍କ ନାତି ପ୍ରକାଶ ଆମ୍ବେଦକର ମୁଖ୍ୟ ଅତିଥି ଭାବେ ଯୋଗ ଦେବା ନେଇ ସରକରୀ ସୁତ୍ରରୁ ଜଣାପଡିଛି । ମୁଖ୍ୟମନ୍ତ୍ରୀ କେସିଆର ଏନେଇ ପୂର୍ବରୁ କହିଥିଲେ ଯେ, ଦେଶରେ ଆମ୍ବେଦକରଙ୍କ ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ତେଲେଙ୍ଗାନା ସଚିବାଳୟ ନିକଟରେ ଥିବା ବୁଦ୍ଧ ପ୍ରତିମୂର୍ତ୍ତି ସାମ୍ନା ଓ ରାଜ୍ୟର ଶହୀଦ ସ୍ମାରକୀ ନିକଟରେ ହେବ । ଯାହା ଲୋକଙ୍କୁ ପ୍ରତ୍ୟେକ ଦିନ ପ୍ରେରଣା ଯୋଗାଇବ । ଆମ୍ବେଦକର ପ୍ରତିମୂର୍ତ୍ତିର ଉଦଘାଟନୀ ସମାରୋହକୁ ବୃହତ ଆକାରରେ ଆୟୋଜନ କରିବାକୁ ସେ ମନ୍ତ୍ରୀ ତଥା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବହୁ ସରକାରୀ ଅଧିକାରୀଙ୍କ ସହ ତେଲେଙ୍ଗାନାବାସୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ।

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗୋଆ ପୋଲିସର ସମନ, 27ରେ ହାଜର ହେବାକୁ ନିର୍ଦ୍ଦେଶ

ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ କେସିଆର ନିଷ୍ପତ୍ତି ନେବା ପରେ ଏହାକୁ ଶେଷ କରିବାକୁ ଅତିକମରେ ଦୁଇ ବର୍ଷ ସମୟ ଲାଗିଥିଲା । ଏହାକୁ ନିର୍ମାଣ କରିଥିବାରୁ 98 ବର୍ଷୀୟ ଶିଳ୍ପୀ ରାମ ଭଞ୍ଜି ସୂତାରଙ୍କୁ ପ୍ରଶଂସା କରିଥିଲେ କେସିଆର । ଆଜି ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ସୂତାରଙ୍କୁ ନିମନ୍ତ୍ରିତ ଅତିଥି ଭାବେ ସାମିଲ ହେବେ । ତାଙ୍କୁ ସମ୍ମାନିତ ମଧ୍ୟ କରାଯିବ ।

ରାଜ୍ୟରେ 119 ନିର୍ବାଚନମଣ୍ଡଳୀରୁ 35,000ରୁ ଅଧିକ ଲୋକେ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବେ । ଏଥିପାଇଁ 750ଟି ବସର ବ୍ୟବସ୍ଥା କରାଯାଇଛି । ହାଇଦ୍ରାବାଦରେ ପହଞ୍ଚିବା ପୂର୍ବରୁ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ଲୋକଙ୍କ ପାଇଁ ଖାଦ୍ୟ ପାନୀୟର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଏକ ଲକ୍ଷ ମିଠା ପ୍ୟାକେଟ୍, 1.50 ଲକ୍ଷ ବଟର ମିଲ୍କ ପ୍ୟାକେଟ୍ ଏବଂ ସମାନ ସଂଖ୍ୟକ ପାଣି ପ୍ୟାକେଟ୍ ଜନସାଧାରଣଙ୍କୁ ପ୍ରଦାନ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.