ETV Bharat / bharat

ଦରଦାମ ବୃଦ୍ଧିକୁ ବିଜେପି ପରାଜୟର କାରଣ ଦର୍ଶାଇଲେ ହିମାଚଳ ମୁଖ୍ୟମନ୍ତ୍ରୀ

author img

By

Published : Nov 2, 2021, 10:31 PM IST

ଚଳିତ ଉପନିର୍ବାଚନରେ ହିମାଚଳ ପ୍ରଦେଶର ଗୋଟିଏ ଲୋକସଭା ଆସନ ସହ ୩ ବିଧାନସଭା ଆସନରେ ଶୋଚନୀୟ ପରାଜିତ ହୋଇଛି BJP । ତେବେ ଦଳର ଏପରି ପରାଜୟ ପରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର । ଦରଦାମ ବୃଦ୍ଧିକୁ ଦର୍ଶାଇଲେ ପରାଜୟ କାରଣ । ଅଧିକ ପଢନ୍ତୁ..

‘ଦରଦାମ ବୃଦ୍ଧି ବିଜେପି ପାଇଁ ମହଙ୍ଗା ପଡିଲା ’

ଶିମଲା: ଚଳିତ ଉପନିର୍ବାନରେ ହିମାଚଳ ପ୍ରଦେଶରେ ବିଜେପିର ପ୍ରଦର୍ଶନ ସମ୍ପୂର୍ଣ୍ଣ ନୈରାଶ୍ୟଜନକ ରହିଛି । ମଣ୍ଡି ଲୋକସଭା ଆସନ ସମେତ ରାଜ୍ୟର ୩ ବିଧାନସଭା ଆସନରେ କଂଗ୍ରେସ ଠାରୁ ଶୋଚନୀୟ ପରାଜିତ ହୋଇଛି ବିଜେପି । ତେବେ ଦଳର ଏପରି ପରାଜୟ ପରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର । ଜୟରାମ କହିଛନ୍ତି ବିଜେପି ନିର୍ବାଚନ ଜିତିବା ପାଇଁ ସବୁ ପ୍ରକାର ପ୍ରୟାସ କରିଛି କିନ୍ତୁ ଦରଦାମ ବୃଦ୍ଧି ପ୍ରସଙ୍ଗ ବିଜେପି ଉପରେ ଭାରି ପଡିଛି । ଯାହା ଚଳିତ ଉପନିର୍ବାଚନରେ ପ୍ରତିଫଳିତ ହୋଇଛି । ଦରଦାମ ବୃଦ୍ଧିକୁ ମୁଦ୍ଦା କରି ପ୍ରତିଦ୍ବନ୍ଦୀ କଂଗ୍ରେସକୁ ଲାଭ ଦେଇଥିବା କହିଛନ୍ତି ଜୟରାମ ।

ସେହିପରି ନିଜ ଦଳ ଓ ପରାଜିତ ପ୍ରାର୍ଥୀଙ୍କୁ ସାନ୍ତ୍ବନା ଦେଇ ଜୟରାମ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ଓ ବିଜେପି ମଧ୍ୟରେ ଭୋଟର ବ୍ୟବଧାନ ବହୁତ କମ ରହିଛି । ତେଣୁ କଂଗ୍ରେସ ବିଜୟ ପରେ ଖୁସି ହେବାର କିଛି ବିଶେଷ କାରଣ ନାହିଁ । ମଣ୍ଡି ଲୋକସଭା ନିର୍ବାଚନରେ ଚଳିତ ଥରର ଭୋଟ ବ୍ୟବଧାନ ଇତିହାସର ସବୁଠୁ କମ ବ୍ୟବଧାନ ବୋଲି କହିଛନ୍ତି ଜୟରାମ ।

ମୁଖ୍ୟମନ୍ତ୍ରୀ ଜୟରାମ ଆହୁରି ମଧ୍ୟ କହିଛନ୍ତି ଯେ ଅବଶ୍ୟ ମୁଦ୍ରାସ୍ଫୀତି ଏକ ବିଶ୍ୱସ୍ତରୀୟ ପ୍ରସଙ୍ଗ, କିନ୍ତୁ ହିମାଚଳ ପ୍ରଦେଶ ଉପନିର୍ବାଚନ ଏହା ପ୍ରଭାବଶାଳୀ କାରଣ ଭାବେ ପ୍ରତିଫଳିତ ହୋଇଛି । ସେହିପିର ଫଳାଫଳ ପରେ ଦଳୀୟ ବିଶୃଙ୍ଖଳାକାରୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଜୟରାମ । ଦଳ ବିରୋଧୀଙ୍କ ଉପରେ ଆଗାମୀ ଦିନରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ପରାଜୟର କାରଣ ଉପରେ ମଧ୍ୟ ସମୀକ୍ଷା କରାଯିବା ନେଇ ସେ ସୂଚନା ଦେଇଛନ୍ତି । ସେହିପରି ରାଜ୍ୟରେ ସମସ୍ତ ୪ ସିଟରେ କ୍ଲିନସ୍ବିପ କରିିଥିବା ବିଜୟୀ କଂଗ୍ରେସ ପ୍ରାର୍ଥୀଙ୍କୁ ଧନ୍ୟବାଦ ଦେଇଛନ୍ତି ଜୟରାମ ।

କଂଗ୍ରେସ ଭେଟେରାନ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ଦେହାନ୍ତରେ କଂଗ୍ରେସକୁ ରାଜ୍ୟବାସୀଙ୍କ ସହାନୁଭୂତି ମଧ୍ୟ ମିଳିଥିବା ଏହି ଫଳାଫଳରୁ ସ୍ପଷ୍ଟ ହୋଇଥିବା କହିଛନ୍ତି ଜୟରାମ । ସେହିପରି ଜୟରାମ ଠାକୁର ମଧ୍ୟ NOTAର ଭୂମିକା ଉପରେ ନିଜର ଯୁକ୍ତି ଦର୍ଶାଇ ମନ୍ତବ୍ୟ ରଖିଛନ୍ତି । ଯଦି NOTA ବ୍ୟବହାର ନହୋଇଥାନ୍ତା ତେବେ, ତେବେ ଫଳାଫଳ ଭିନ୍ନ ହୋଇଥାନ୍ତା ବୋଲି ସେ ମତ ରଖିଛନ୍ତି ।

ବିଜେପି ଜନମତକୁ ସମ୍ମାନ ଦିଏ ଏବଂ ଏହି ପରାଜୟର ସମୀକ୍ଷା କରାଯିବ। ନିର୍ବାଚନ ଫଳାଫଳ ପରେ ଶିମଲାରେ ଗଣମାଧ୍ୟମକୁ ସମ୍ବୋଧନ କଲାବେଳେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ ଦଳର ରାଜ୍ୟ ସଭାପତି ସୁରେଶ କାଶ୍ୟପ ମଧ୍ୟ ଉପସ୍ଥିତ ଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.