ETV Bharat / bharat

କଂଗ୍ରେସରେ ମିଶିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଶର୍ମିଲା - କଂଗ୍ରେସରେ ମିଶିଲେ ଶର୍ମିଲା

YS Sharmila joins Congress: କଂଗ୍ରେସରେ ମିଶିଲେ ଓ୍ବାଇ.ଏସ ଶର୍ମିଲା । କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପସ୍ଥିତିରେ ଧରିଲେ ହାତ । ଅଧିକ ପଢନ୍ତୁ

YS Sharmila joins Congress
କଂଗ୍ରେସରେ ମିଶିଲେ ଶର୍ମିଲା
author img

By ETV Bharat Odisha Team

Published : Jan 4, 2024, 11:32 AM IST

ହାଇଦ୍ରାବାଦ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । କଂଗ୍ରେସରେ ମିଶିଲେ ଓ୍ବାଇଏସଆର ତେଲେଙ୍ଗାନା ପାର୍ଟି (YSRTP) ନେତ୍ରୀ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ଓ୍ବାଇ.ଏସ ଶର୍ମିଲା । ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ପାର୍ଟି ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି । ଏଥିପାଇଁ ବୁଧବାର ରାତିରେ ଦିଲ୍ଲୀ ଗସ୍ତ କରିଥିଲେ ଶର୍ମିଲା । ସେଠାରେ ପହଞ୍ଚିବା ପରେ ସାମ୍ବାଦିକମାନେ ତାଙ୍କୁ କଂଗ୍ରେସରେ ମିଶିବା ସମ୍ପର୍କରେ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ସେ ହଁ ବୋଲି କହିଥିଲେ । ଆଜି କଂଗ୍ରେସ ମୁଖ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି ।

ଶର୍ମିଲା ବୁଧବାର ଦିନ ଇଡୁପୁଲାପାୟା ଗସ୍ତ କରି କଂଗ୍ରେସରେ ଯୋଗ ଦେବେ ବୋଲି ଘୋଷଣା କରିଥିଲେ । ଓ୍ବାଇ.ଏସ ଶର୍ମିଲା କଂଗ୍ରେସରେ ମିଶିବା ନେଇ କିଛି ଦିନ ହେବ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା । ଆଜି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି । ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ହେବାର କିଛି ଦିନ ପରେ ଶର୍ମିଲାଙ୍କ ଏପରି ନିଷ୍ପତ୍ତି ସାମ୍ନାକୁ ଆସିଥିଲା । ଓ୍ବାଇଏସଆର ତେଲେଙ୍ଗାନା ପାର୍ଟିର ପ୍ରତିଷ୍ଠାତା ତଥା ସଭାପତି ହେଉଛନ୍ତି ଓ୍ବାଇ.ଏସ ଶର୍ମିଲା । ତେଲେଙ୍ଗାନା ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସକୁ ସେ ବିପୁଳ ସମର୍ଥନ କରିଥିଲେ । ତେଲେଙ୍ଗାନାରେ କଂଗ୍ରେସର ବିଜୟ ପରେ ଶର୍ମିଲା କଂଗ୍ରେସରେ ମିଶିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା ।

ଏହା ମଧ୍ୟ ପଢନ୍ତୁ-ହାତ ଧରିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କ ଭଉଣୀ ଶର୍ମିଲା !

ଚଳିତ ବର୍ଷ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ସହ ଲୋକସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ଏହା ପୂର୍ବରୁ କଂଗ୍ରେସ ନିଜକୁ ସଜାଡିବା ଆରମ୍ଭ କରିଛି । ଶର୍ମିଲା କଂଗ୍ରେସରେ ମିଶିବା ପରେ ନିର୍ବାଚନ ସମୟରେ ଏହା ଦଳକୁ ଏକ ପ୍ରକାର ବଳ ଯୋଗାଇବ । ଶର୍ମିଲାଙ୍କୁ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏକ ବଡ ଦାୟିତ୍ବ ଦେଇପାରେ ।

ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ସରକାର ଗଠନ କରିଛି । ନିର୍ବାଚନ ପୂର୍ବରୁ ଓ୍ବାଇ.ଏସ ଶର୍ମିଲା କଂଗ୍ରେସକୁ ସମର୍ଥନ ଜଣାଇଥିଲେ । ଶର୍ମିଲା କହିଥିଲେ ଯେ, ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳକୁ ମୁଁ ସମର୍ଥନ କରୁଛି । ରାଜ୍ୟରେ ଶାସନ ଗଢିବାକୁ କଂଗ୍ରେସ ପାଖରେ ବହୁତ ସୁଯୋଗ ରହିଛି । ବିଆରଏସ ରାଜ୍ୟରେ 9 ବର୍ଷ ଶାସନ କରି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିନାହିଁ । ତେଣୁ ମୁଁ ଚାହୁଁଛି କେସିଆର କ୍ଷମତାରୁ ହଟନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.