ଅମରାବତୀ: ଭ୍ୟାକ୍ସିନ ଯୋଗାଇବା ପାଇଁ ପିଏମ ମୋଦିଙ୍କୁ ଚିଠି ଲେଖିଲେ ଜଗନମୋହନ ରେଡ୍ଡୀ । ରାଜ୍ୟରେ ଟୀକାକରଣ ଚାଲିଥିବାବେଳେ ଭ୍ୟାକ୍ସିନ ଶେଷ ପର୍ଯ୍ୟାୟରେ ରହିଥିବା ଯୋଗୁଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ।
ଶନିବାର ରାଜ୍ୟରେ ଭ୍ୟାକ୍ସିନ ଆବଶ୍ୟକତାକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି । ଭ୍ୟାକ୍ସିନ ଷ୍ଟକ୍ କେବଳ କେନ୍ଦ୍ର ସରକାରଙ୍କ ପାଇଁ ଉପଲବ୍ଧ ରହିଛି । ଟୀକାକରଣରେ ନୀତିଗତ ନିଷ୍ପତି ଭାରତ ସରକାରଙ୍କ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଜଗନ । ସେହିପରି ବେସରକାରୀ ଡାକ୍ତରଖାନା ଗୁଡ଼ିକୁ ସିଧାସଳଖ ଟିକା ପାଇଁ ଅନୁମତି ଦେବା ଘଟଣା ଲୋକଙ୍କୁ ଭୁଲ ସଙ୍କେତ ଯାଉଛି । ବେସରକାରୀ ହସପିଟାଲ ଗୁଡିକରେ ଭ୍ୟାକ୍ସିନ ପ୍ରଦାନକୁ ବନ୍ଦ କରିବା ପାଇଁ କହିଛନ୍ତି । ବେସରକାରୀ ଚିକିତ୍ସାଳୟରେ ଗୋଟିଏ ଡୋଜ ପିଛା 2000 ରୁ 25000 ମଧ୍ୟରେ ବିକ୍ରି କରାଯାଉଛି । ସାଧାରଣ ଲୋକଙ୍କ ଆବଶ୍ୟକତା ରହିଛି ଭ୍ୟାକ୍ସିନ । ସେମାନଙ୍କୁ ମାଗଣାରେ ପ୍ରଦାନ କରାଯିବା ଆବଶ୍ୟକତା ରହିଛି ।
ଭାରତରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ 18 କୋଟି ଲୋକଙ୍କୁ ଟୀକାକରଣ କରାଯାଇଛି । ଦେଶରେ ଦୁଇ ଭ୍ୟାକ୍ସିନ କୋଭାକ୍ସିନ ଓ କୋଭିସିଲ୍ଡକୁ ଅନୁମତି ଦେଇଛନ୍ତି । ଏହା ପରେ ଋଷ ପ୍ରସ୍ତୁତ ସ୍ପୁଟନିକ V କୁ ଅନୁମତି ଦେଇଛନ୍ତି । ଦେଶରେ କୋରୋନାର ସଂକ୍ରମଣ ବୃଦ୍ଧି ପାଉଥିଲେ ସେହି ପରିମାଣରେ ଟୀକାକରଣ କରାଯାଇପାରୁନାହିଁ ଯାହା ଚିନ୍ତାର କାରଣ ପାଲଟିଛି । ଦେଶରେ ବିଭିନ୍ନ ରାଜ୍ୟରେ ଟୀକାର ଆବଶ୍ୟକତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ