ETV Bharat / bharat

ଆଜି ସଂଧ୍ୟା ସୁଦ୍ଧା ସରିବ ଉଦ୍ଧାରକାର୍ଯ୍ୟ ! ଶ୍ରମିକଙ୍କ ସହ କଥା ହେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Nov 23, 2023, 4:02 PM IST

ଆଜି ଦିନ ସୁଦ୍ଧା ଶେଷ ହୋଇପାରେ ଉଦ୍ଧାରକାର୍ଯ୍ୟ । ଘଟଣାସ୍ଥଳରେ ପହଞ୍ଚି ଫସିଥିବା ଶ୍ରମିକଙ୍କ ସହ ଫୋନରେ କଥା ହେଲେ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଧାମି । ଧୈର୍ଯ୍ୟ ରଖିବାକୁ ଦେଲେ ପରାମର୍ଶ । ଅଧିକ ପଢନ୍ତୁ

ଆଜି ସଂଧ୍ୟା ସୁଦ୍ଧା ସରିବ ଉଦ୍ଧାରକାର୍ଯ୍ୟ ! ଶ୍ରମିକଙ୍କ ସହ କଥା ହେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ
ଆଜି ସଂଧ୍ୟା ସୁଦ୍ଧା ସରିବ ଉଦ୍ଧାରକାର୍ଯ୍ୟ ! ଶ୍ରମିକଙ୍କ ସହ କଥା ହେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ
ଆଜି ଦିନ ସଂଧ୍ୟା ସୁଦ୍ଧା ସରିବ ଉଦ୍ଧାରକାର୍ଯ୍ୟ ! ଶ୍ରମିକଙ୍କ ସହ କଥା ହେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ: ଉତ୍ତରାକାଶୀ ଟନେଲ ଟ୍ରାଜେଡିର ଉଦ୍ଧାରକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ବିଭିନ୍ନ ସମସ୍ୟା କାରଣରୁ ଶ୍ରମିକଙ୍କୁ ଉଦ୍ଧାର କରିବାରେ ବିଳମ୍ବ ହେଉଛି । ସମସ୍ତ ପ୍ରାକ ପ୍ରସ୍ତୁତି ସହ ଚୂଡାନ୍ତ ପର୍ଯ୍ୟାୟ ଖୋଦେଇ ଓ ଟନେଲ ମଧ୍ୟକୁ ପାଇପ ଭର୍ତ୍ତି କରିବା କାର୍ଯ୍ୟ ଜାରି ରହିଛି । ଆଜି ସ୍ଥାନୀୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସେ ଟନେଲ ମଧ୍ୟରେ ଉଦ୍ଧାରକାରୀ ଟିମ୍‌ ସହ ଆଲୋଚନା କରିବା ସହ ଓ୍ବାକି-ଟକି ଜରିଆରେ ଫସିଥିବା ଶ୍ରମିକମାନଙ୍କ ସହ କଥା ହୋଇଛନ୍ତି । ସେମାନଙ୍କୁ ସେମାନଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଧୈର୍ଯ୍ୟ ରଖିବାକୁ ପରାମର୍ଶ ଦେଇଛନ୍ତି ।

ଧାମି ଶ୍ରମିକଙ୍କୁ କହିଛନ୍ତି, ବାହାରେ ଉଦ୍ଧରକାରୀ ଟିମ ଓ ଅନ୍ୟ ସମସ୍ତେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଜାରି ରଖିଛନ୍ତି । ସମସ୍ତ ପୂର୍ବ ପ୍ରସ୍ତୁତି ହୋଇସାରିଛି । ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଘଟଣାରେ ନିୟମିତ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ଓ ଉଦ୍ଧାର ପ୍ରକ୍ରିୟାକୁ ତଦାରଖ କରୁଥିବା ଶ୍ରମିକଙ୍କୁ କହିଛନ୍ତି ଧାମି । ଧାମିଙ୍କ ସହ କେନ୍ଦ୍ର ସଡକ ପରିବହନ ରାଷ୍ଟ୍ରମନ୍ତ୍ରୀ ତଥା ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ (ଅବସରପ୍ରାପ୍ତ) ଭି.କେ ସିଂ ମଧ୍ୟ ଉଦ୍ଧାର ଅପରେସକୁ ତଦାରଖ କରିଛନ୍ତି ।

ତେବେ ଏହି ସମନ୍ବିତ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ମୁଖ୍ୟ ୟୁନିଟ NDRFର ଡିଜି ଅତୁଲ କରଓ୍ବାଲ ମଧ୍ୟ ଆଜି ଉଦ୍ଧାରକାର୍ଯ୍ୟ ସମୀକ୍ଷା କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସ୍ଥିତି ସମୀକ୍ଷା କରିବା ପରେ ସେ ଏକ ବଡ ସୂଚନା ଦେଇଛନ୍ତି ଯେ, ଆଜି ସଂଧ୍ୟା ସୁଦ୍ଧା ଉଦ୍ଧାର ଅପରେସନ ଶେଷ କରିବା ଲକ୍ଷ୍ୟରେ କାର୍ଯ୍ୟ ଜାରି ରହିଛି । ଅଗର ମେସିନ ଖୋଳିବା କାମ ଜାରି ରଖିଛି । ସଂଧ୍ୟା ସୁଦ୍ଧା ଉଦ୍ଧାର ଅପରେସନ ଶେଷ ହେବାର ସର୍ବାଧିକ ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ :- ଟନେଲ ମଧ୍ୟକୁ ପଶିଲା NDRF, ମଧ୍ୟରାତି ସୁଦ୍ଧା ସରିବ ଅପରେସନ !

ଗତକାଲିଠାରୁ ସମ୍ପୂର୍ଣ୍ଣ ଜରୁରୀ ମେଡିକାଲ ସରଞ୍ଜାମ ସହ 30ଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପ୍ରସ୍ତୁତ ରଖାଯାଇଛି । ଉତ୍ତରକାଶୀରେ 41 ବେଡ ସହିତ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଶ୍ରମିକଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କୁ ଅବିଳମ୍ବେ ହସ୍ପିଟାଲରେ ଭର୍ତ୍ତି କରାଯିବ । ଡାକ୍ତରୀ ଟିମ ସେମାନଙ୍କ ସ୍ବସ୍ଥ୍ୟାବସ୍ଥା ପରୀକ୍ଷା କରିବେ । ସେମାନେ କିଛି ଦିନ ଡାକ୍ତରୀ ଟିମ୍‌ ତତ୍ବାବଧାନରେ ରହିବା ପରେ ସେମାନଙ୍କ ରାଜ୍ୟକୁ ଫେରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.