ETV Bharat / bharat

ମେ’ 10ରୁ ରାଜସ୍ଥାନରେ ତାଲାବନ୍ଦ - ଲକଡାଉନ ରାଜସ୍ଥାନ

ରାଜସ୍ଥାନରେ ମଧ୍ୟ ଲକଡାଉନ ଘୋଷଣା କରିଛନ୍ତି ଅଶୋକ ଗେହଲଟ ସରକାର । ରାଜସ୍ଥାନରେ 10ରୁ 24 ମେ ପର୍ଯ୍ୟନ୍ତ ଲକଡାଉନ ଲାଗୁ ନେଇ ଘୋଷଣା କରିଛନ୍ତି ମୁ୍ଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଅଧିକ ପଢନ୍ତୁ..

ମେ 10 ରୁ ଲକଡାଉନ ରାଜସ୍ଥାନ
ମେ 10 ରୁ ଲକଡାଉନ ରାଜସ୍ଥାନ
author img

By

Published : May 7, 2021, 7:17 AM IST

ଜୟପୁର: ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଲକଡାଉନ ଲାଗୁ ପାଇଁ ହେଉଛି ଅପିଲ । ଏହାରି ମଧ୍ୟରେ କିଛି ରାଜ୍ୟରେ ଝୁଲି ସାରିଲାଣି ତାଲା । ଏହିକ୍ରମରେ ରାଜସ୍ଥାନରେ ମଧ୍ୟ ଲକଡାଉନ ଘୋଷଣା କରିଛନ୍ତି ଅଶୋକ ଗେହଲଟ ସରକାର ।

ରାଜସ୍ଥାନରେ 10ରୁ 24 ମେ ପର୍ଯ୍ୟନ୍ତ ଲକଡାଉନ ଲାଗୁ ନେଇ ଘୋଷଣା କରିଛନ୍ତି ମୁ୍ଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ରାଜ୍ୟରେ କ୍ରମାଗତ ସଂକ୍ରମଣ ବୃଦ୍ଧି ମଧ୍ୟରେ ସପ୍ତାହନ୍ତ ଲକଡାଉନ ଜାରି ରହିଛି । ତେବେ 10 ମେ’ରୁ ସମ୍ପୂର୍ଣ୍ଣ ଲକଡାଉନ ଲାଗିବ ।

ଏହା ପୂର୍ବରୁ ଦେଶବ୍ୟାପୀ ଲକଡାଉନ ଲାଗୁ କରିବାକୁ କେନ୍ଦ୍ରକୁ ଅପିଲ କରିଥିଲା କଂଗ୍ରେସ । ହେଲେ ଏହାପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ବିଟ କରି ଲକଡାଉନକୁ ଦେଶବାସୀଙ୍କ ଉପରେ ଘାତକ ମାଡ ବୋଲି କହିଥିଲେ ।

ଏପଟେ ଓଡିଶା, ଛତିଶଗଡ, ବିହାରରେ ସମ୍ପୂର୍ଣ୍ଣ ଲକଡାଉନ ଲାଗିସାରିଥିବାବେଳେ ପଶ୍ଚିମବଙ୍ଗରେ ଆଂଶିକ ଲକଡାଉନ ଲାଗୁହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.