ETV Bharat / bharat

ଆଜି ହିମାଚଳ ପ୍ରଦେଶରେ ରାଲିକୁ ସମ୍ବୋଧିତ କରିବେ କେଜ୍ରିୱାଲ - ହିମାଚଳ ପ୍ରଦେଶରେ ରାଲିକୁ ସମ୍ବୋଧିତ କରିବେ କେଜ୍ରିୱାଲ

ଆଜି (ସୋମବାର) ହିମାଚଳ ପ୍ରଦେଶର ସୋଲନର ଥୋଡୋ ଗ୍ରାଉଣ୍ଡରେ ଆମ ଆଦମୀ ପାର୍ଟି ପକ୍ଷରୁ ରାଲି କରାଯିବ । ଏଥିରେ ଆପର 9193 ଜଣ ନୂତନ ପଦାଧିକାରୀ ଶପଥ ନେବେ । ଯେଉଁଥିରେ ସାମିଲ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢ଼ନ୍ତୁ

cm arvind kejriwal visit to solan today
ଆଜି ହିମାଚଳ ପ୍ରଦେଶରେ ରାଲିକୁ ସମ୍ବୋଧିତ କରିବେ କେଜ୍ରିୱାଲ
author img

By

Published : Jul 25, 2022, 1:24 PM IST

ଶିମଳା: ଆଜି (ସୋମବାର) ହିମାଚଳ ପ୍ରଦେଶର ସୋଲନର ଥୋଡୋ ଗ୍ରାଉଣ୍ଡରେ ଆମ ଆଦମୀ ପାର୍ଟି ପକ୍ଷରୁ ରାଲିର ଆୟୋଜନ କରାଯାଇଛି । ଏଥିରେ ଆପର 9193 ଜଣ ନୂତନ ପଦାଧିକାରୀ ଶପଥ ନେବେ । ଏହି ଅବସରରେ ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯୋଗ ଦେଇ ରାଲିକୁ ସମ୍ବୋଧିତ କରିବେ । ଏହି ସମୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଧ୍ୟ ଉପସ୍ଥିତ ରହିବେ ।

  • आज हिमाचल प्रदेश में “आप” के 9193 नए पदाधिकारी शपथ लेंगे। हिमाचल प्रदेश और भारत माँ की निस्वार्थ और ईमानदारी से सेवा करने की शपथ लेंगे

    इतने कम समय में “आप” का संगठन हर गाँव तक पहुँच गया है। लोगों का अपार प्यार और विश्वास मिल रहा है। आज उनके शपथ समारोह में मैं भी मौजूद रहूँगा।

    — Arvind Kejriwal (@ArvindKejriwal) July 25, 2022 " class="align-text-top noRightClick twitterSection" data=" ">

ହିମାଚଳ ପ୍ରଦେଶରେ ପ୍ରଥମ ଥର ପାଇଁ ରାଜନୈତିକ ଦଳ କାର୍ଯ୍ୟାଳୟର ଅଧିକାରୀମାନେ ଶପଥ ଗ୍ରହଣ କରିବେ । ଆୟୋଜିତ ସମାରୋହରେ କେଜ୍ରିୱାଲ ହିମାଚଳବାସୀଙ୍କ ପାଇଁ ବଡ଼ ଘୋଷଣା କରିପାରନ୍ତି । ଅନୁଷ୍ଠିତ ରାଲି ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆମ ଆଦମୀ ପାର୍ଟିର ରାଜ୍ୟ ସଭାପତି ସୁରଜିତ ସିଂ କହିଛନ୍ତି," ହିମାଚଳ ପ୍ରଦେଶରେ ଆପ ନିଜର ଦଳକୁ ସୁଦୃଢ଼ କରିପାରିଛି । ଏଥିରେ ପଞ୍ଚାୟତ ସ୍ତରର ଲୋକଙ୍କୁ ମଧ୍ୟ ଯୋଡ଼ାଯାଉଛି । ରାଜ୍ୟବାସୀ ପରିବର୍ତ୍ତନ ଚାହୁଁଛନ୍ତି ଏବଂ ଏଭଳି ପରିସ୍ଥିତିରେ ଆପ ଲୋକଙ୍କ ସହ ଠିଆ ହୋଇଛି ।

ହିମାଚଳ ପ୍ରଦେଶର 3615ଟି ପଞ୍ଚାୟତର 8 ହଜାର 380 ପଞ୍ଚାୟତ ମୁଖ୍ୟଙ୍କୁ ଅରବିନ୍ଦ କେଜ୍ରିୱାଲ ଶପଥ ଗ୍ରହଣ କରାଇବେ । ଦିଲ୍ଲୀ, ପଞ୍ଜାବ ପରେ ହିମାଚଳ ପ୍ରଦେଶର ଲୋକଙ୍କ ମଧ୍ୟରେ ଆପ ବିଶ୍ବାସ ଜନ୍ମାଇବାରେ ସଫଳ ହୋଇଛି । ଆଜି ପର୍ଯ୍ୟନ୍ତ ବିଜେପି ଏବଂ କଂଗ୍ରେସ କେବଳ ମିଥ୍ୟା ପ୍ରତିଶୃତି ଦେଇ ଆସିଛନ୍ତି । କିନ୍ତୁ ଦିଲ୍ଲୀ ଏବଂ ପଞ୍ଜାବର ବିକାଶ ମଡେଲ ହିମାଚଳ ପ୍ରଦେଶରେ ମଧ୍ୟ ଗ୍ରହଣ କରାଯିବ । ଏଥିସହ ଉନ୍ନତ ଶିକ୍ଷା ଓ ସ୍ବାସ୍ଥ୍ୟ ଯୋଗାଇ ଦିଆଯିବ" ବୋଲି ରାଜ୍ୟ ସଭାପତି ସୁରଜିତ ସିଂ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.