ETV Bharat / bharat

LGଙ୍କୁ କେଜ୍ରିୱାଲଙ୍କ ପାଲଟା ଜବାବ, କହିଲେ ଆମକୁ ଆମ କାମ କରିବାକୁ ଦିଅନ୍ତୁ - ଉପରାଜ୍ୟପାଳ ଭି କେ ସକ୍ସେନା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ଭି.କେ ସକ୍ସେନା ପୁଣି ମୁହାଁମୁହିଁ ହୋଇଛନ୍ତି । ଉପରାଜ୍ୟପାଳଙ୍କ ଚିଠିର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି " ଆମକୁ ଆମ କାମ କରିବାକୁ ଦିଅନ୍ତୁ, ଆପଣ ଦିଲ୍ଲୀର ଆଇନ ବ୍ୟବସ୍ଥା ଉପରେ ନଜର ରଖନ୍ତୁ ଯାହାଦ୍ବାରା କଞ୍ଝୱାଲା ଭଳି ଦ୍ବିତୀୟ ଘଟଣା ନ ଘଟୁ ।" ଅଧିକ ପଢନ୍ତୁ

CM Arvind kejriwal
CM Arvind kejriwal
author img

By

Published : Jan 20, 2023, 5:18 PM IST

ନୂଆଦିଲ୍ଲୀ: ପୁଣି ମୁହାଁମୁହିଁ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ଭି.କେ ସକ୍ସେନା । ଚିଠି ମାଧ୍ୟମରେ ଉଭୟ ପରସ୍ପରକୁ ଜବାବ ଦେଉଥିବା ବେଳେ ପୁଣି ଶୁକ୍ରବାର ଉପରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ଉପରାଜ୍ୟପାଳଙ୍କ ଚିଠିର ପାଲଟା ଜବାବ ଦେଇ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ "ଆଜି ଆପଣଙ୍କର ଚିଠି ମିଳିଛି । ଆମକୁ ଆମ କାମ କରିବାକୁ ଦିଅନ୍ତୁ ।" ଏହା ପୂର୍ବରୁ କେଜ୍ରିୱାଲ କହିଥିଲେ ଏଲଜି କିଏ ? ଏହାର ଉତ୍ତର ଚିଠି ଲେଖି ଜଣାଇଥିଲେ ଉପରାଜ୍ୟପାଳ । ସମ୍ବିଧାନ ଦେଖ ଏଲଜି କିଏ ଜାଣିପାରିବ ବୋଲି ସେ କହିଥିଲେ ।

  • आज सुबह LG साहिब का पत्र मिला। उन्हें मेरा जवाब।

    सर, हमें अपना काम करने दीजिए, आप दिल्ली की क़ानून व्यवस्था ठीक कीजिए ताकि कंझावला जैसा दूसरा केस फिर ना हो… pic.twitter.com/3ZTW2rpDG7

    — Arvind Kejriwal (@ArvindKejriwal) January 20, 2023 " class="align-text-top noRightClick twitterSection" data=" ">

ବିଧାନସଭାରେ ଉପରାଜ୍ୟପାଳଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ଏହାର ଉତ୍ତର ଦେଇ ଉପରାଜ୍ୟପାଳ ଚିଠିରେ ଲେଖିଥିଲେ, "ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆପଣ ମୋ ସମ୍ପର୍କରେ ଅନେକ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ଯେପରିକି ଏଲଜି କିଏ ? କେଉଁଠୁ ଆସିଛନ୍ତି ? ବିଧାନସଭା ମଧ୍ୟରେ ଏଭଳି ବୟାନ ରଖିବା ଉଚିତ ନୁହେଁ ।" ଉପରାଜ୍ୟପାଳ ଚିଠିରେ ଆହୁରି ଲେଖିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ଶିକ୍ଷକ ନୁହଁନ୍ତି । ସେ ଗତ ୭ବର୍ଷ ଧରି ଦିଲ୍ଲୀରେ ରହୁଥିବା ବେଳେ ଦିଲ୍ଲୀ ପ୍ରତି ତାଙ୍କର କିଛି ଦାୟିତ୍ବ ରହିଛି । ଶିକ୍ଷା ବ୍ୟବସ୍ଥାକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଜାତୀୟ ରାଜଧାନୀର ଅନେକ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମୁଥିବା ସେ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ- ସଡକ ଉପରେ ସରକାର ! ଉପରାଜ୍ୟପାଳଙ୍କ ବାସଭବନ ଅଭିମୁଖେ ଚାଲିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଗତ ୭-୮ ବର୍ଷ ଧରି ଦିଲ୍ଲୀରେ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଯେଉଁପରି ଭାବରେ ସୁଧାର ଆସିବା କଥା ତାହା ହୋଇନାହିଁ ବୋଲି ଉପରାଜ୍ୟପାଳ କହିଛନ୍ତି । କେଜ୍ରିୱାଲଙ୍କ ଏଲଜି କିଏ ପ୍ରଶ୍ନରେ ପ୍ରତିକ୍ରିୟା ରଖି ଉପରାଜ୍ୟପାଳ କହିଛନ୍ତି ସମ୍ବିଧାନ ଦେଖ ଏଲଜି କିଏ ଜାଣିପାରିବ । ତେବେ ଶୁକ୍ରବାର ଏଲଜି ସକ୍ସେନାଙ୍କ ଚିଠିର ପାଲଟା ଜବାବ ଦେଇ କେଜ୍ରିୱାଲ କହିଛନ୍ତି, " LG ସାର୍‌ । ଆଜି ସକାଳେ ଆପଣଙ୍କ ଚିଠି ହସ୍ତଗତ ହେଲା । ଆପଣ ଆମକୁ ଆମ କାମ କରିବା ପାଇଁ ଦିଅନ୍ତୁ । ଆପଣ ଦିଲ୍ଲୀର ଆଇନ ବ୍ୟବସ୍ଥା ସମ୍ଭାଳନ୍ତୁ । ଯାହାଦ୍ବାରା କଞ୍ଝୱାଲା ଭଳି ଘଟଣାର ପୁନରାବୃତ୍ତି ନହେବ ।"

କଣ ପୁରା ଘଟଣା ? :- ବିଧାନସଭା ଆରମ୍ଭରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଥିଲେ, "ଯଦି ଭଗବାନ ଚାହାନ୍ତି, ତେବେ କେନ୍ଦ୍ରରେ ଆମ ଦଳ ସରକାର ଗଠନ କରିବ । ଦିଲ୍ଲୀରେ ବିଜେପି କି ଅନ୍ୟ କୌଣସି ଦଳର ସରକାର ରୁହନ୍ତୁ ନା କାହିଁକି ସେମାନେ ସୁନିଶ୍ଚିତ କରିବେ ଯେ ଆମର ଏଲଜି (ଦିଲ୍ଲୀର ଉପରାଜ୍ୟପାଳ) ସ୍ଥାନୀୟ ସରକାରକୁ ହଇରାଣ କରିବେ ନାହିଁ । ଆପ୍‌ ନିର୍ବାଚିତ ଦଳକୁ ସମ୍ମାନ ଜଣାଏ, ଲୋକଙ୍କୁ ସମ୍ମାନ ଜଣାଏ । ମୁଁ ସବୁବେଳେ କହିଛି ଦିଲ୍ଲୀର ପିଲାମାନେ ହେଉଛନ୍ତି ଆମର ପିଲା । ଶିକ୍ଷକଙ୍କ ଟ୍ରେନିଂ ଲାଗି ସେମାନଙ୍କୁ ଫିନଲ୍ୟାଣ୍ଡ ପଠାଇବାକୁ ଚାହୁଁଛି । ତେବେ ଉପରାଜ୍ୟପାଳ ଏ ନେଇ ୨ଥର ବିରୋଧାଦେଶ ଜାରି କରିଛନ୍ତି ।

ଏହାର ଅର୍ଥ ତାଙ୍କର ଅନ୍ୟ କୌଣସି ଉଦ୍ଦେଶ୍ୟ ରହିଛି । ଯଦି ଆପ୍‌ ଦିଲ୍ଲୀର ଛାତ୍ରଛାତ୍ରୀଙ୍କ ଉତ୍ତମ ଶିକ୍ଷା ଦେବା ଲାଗି ଚାହୁଁଛି, ତେବେ ଗରିବ ଶ୍ରେଣୀର ପିଲାଙ୍କୁ ଉତ୍ତମ ଶିକ୍ଷା ଦେବାରୁ ଉପରାଜ୍ୟପାଳ କାହିଁକି ବଞ୍ଚିତ କରିବାକୁ ଚାହୁଁଛନ୍ତି । ଆମକୁ ସ୍ବାଧୀନତା ମିଳିଛି, ହେଲେ ସେହି ଅନୁଯାୟୀ ବିଚାରଧାରା ବଦଳିନି । ଆମ ପିଲାଙ୍କୁ ଆମେ କେଉଁଠି ପାଠ ପଢାଇବୁ ତାହା ଉପରାଜ୍ୟପାଳ ନିଷ୍ପତ୍ତି ନେବେ ? କିଏ ଏଲଜି ? " କେଜ୍ରିୱାଲଙ୍କ ଏପରି ମନ୍ତବ୍ୟ ପରେ ତାଙ୍କୁ ଚିଠି ଲେଖିଥିଲେ ଉପରାଜ୍ୟପାଳ । ସମ୍ବିଧାନ ଦେଖିଲେ ଏଲଜି କିଏ ଜାଣିପାରିବ ବୋଲି ସେ ଚିଠିରେ କହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.