ETV Bharat / bharat

'କୃଷକଙ୍କ ଆନ୍ଦୋଳନକୁ ନେଇ କେଜ୍ରିଓ୍ବାଲଙ୍କ ଉପବାସ ଏକ ନାଟକ' - ଦିଲ୍ଲୀ ସିଏମ

ନିଜ ଅଧିକାର ପାଇଁ ଲଢୁଥିବା କୃଷକ ମାନଙ୍କ ପାଇଁ ଦିଲ୍ଲୀ ସିଏମଙ୍କ ମନରେ କୌଣସି ଦରଦ ନଥିବା କହିଛନ୍ତି ପଞ୍ଜାବ ସିଏମ । ଅଧିକ ପଢନ୍ତୁ...

'କୃଷକଙ୍କ ଆନ୍ଦୋଳନକୁ ନେଇ କେଜରିଓ୍ବାଲଙ୍କ ଉପବାସ ଏକ ନାଟକ'

author img

By

Published : Dec 14, 2020, 7:25 AM IST

Updated : Dec 14, 2020, 8:34 AM IST

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଦୀର୍ଘ 18 ଦିନ ଧରି ଆନ୍ଦୋଳନରତ ଅଛନ୍ତି କୃଷକ ମାନେ । ତେବେ ଦିଲ୍ଲୀର ସିଙ୍ଘୁ ସୀମାରେ ବିରୋଧ ପ୍ରଦର୍ଶନ କରୁଥିବା ଅନ୍ନଦାତା ଆଜି (ସୋମବାର) ଅନ୍ନଶନରେ ବସିବାକୁ ନିଷ୍ପତ୍ତି ନେଇଛି। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ କୃଷକଙ୍କୁ ସମର୍ଥନ ଜଣାଇ ଗୋଟିଏ ଦିନ ଉପବାସରେ ବସିବା ନେଇ ଘୋଷଣା କରିଛନ୍ତି । ଖାଲି ସେତିକି ନୁହଁ କେଜ୍ରିଓ୍ବାଲ ମଧ୍ୟ ଦେଶର ନାଗରିକ ମାନଙ୍କୁ ଉପବାସ ରଖିବାକୁ ଅପିଲ କରିଛନ୍ତି । ଆଉ ଏହାକୁ ନେଇ ପଞ୍ଜାବ ସିଏମ ତାଙ୍କ ଉପରେ ଆଟାକ କରିଛନ୍ତି ।

କ୍ୟାପଟେନ ଅମରିନ୍ଦର ସିଂ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉପବାସକୁ ନାଟକ ବୋଲି କହିଛନ୍ତି । ଗତ 17 ଦିନ ଧରି ଦିଲ୍ଲୀ ସହର ବାହାରେ ବସି ପ୍ରଦର୍ଶନ କରୁଥିବା କୃଷକଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ତାଙ୍କ ଦଳ ନାଟକ କରିବା ଆରମ୍ଭ କରିଦେଇଛି ବୋଲି କହିଛନ୍ତି ପଞ୍ଜାବ ସିଏମ ।

ଏହାସହ ସେ ଆହୁରି କହିଛନ୍ତି, ଏତେ ଥଣ୍ଡାରେ ସେମାନେ ବାହାରେ ବସିଛନ୍ତି ନିଜର ଅଧିକାର ପାଇଁ ଲଢୁଛନ୍ତି । ଆଉ ଏହି ସମୟରେ ସେମାନଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଏହି ପରିସ୍ଥିତିକୁ ନିଜର ଫାଇଦାରେ ବ୍ୟବହାର କରୁଛନ୍ତି ।

Last Updated : Dec 14, 2020, 8:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.