ETV Bharat / bharat

ତାମିଲନାଡୁରେ ଥମୁନି ଛାତ୍ର ଆତ୍ମହତ୍ୟା: ଆଉ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମାସରେ 6ଷ୍ଠ ଘଟଣା - ତାମିଲନାଡୁ କଲେଜରେ ଛାତ୍ର ଆତ୍ମହତ୍ୟା

ତାମିଲନାଡୁରେ କ୍ରମାଗତ 6 ଛାତ୍ରଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ଆତ୍ମହତ୍ୟା ସନ୍ଦେହ । ଚଳିତ ମାସରେ ଘଟିଲାଣି 6 ଘଟଣା । ଅଧିକ ପଢନ୍ତୁ

ତାମିଲନାଡୁରେ ଥମୁନି ଛାତ୍ର ଆତ୍ମହତ୍ୟା: ଆଜି ଜଣେ ଦ୍ବାଦଶ ଛାତ୍ରଙ୍କ ଆତ୍ମହତ୍ୟା, ମାସରେ ଘଟିଲାଣି 5 ଘଟଣା

author img

By

Published : Jul 27, 2022, 10:47 PM IST

ଚେନ୍ନାଇ: ତାମିଲନାଡୁରେ ଥମିବାର ନାଁ ନେଉନି ଛାତ୍ର ଆତ୍ମହତ୍ୟା । ଆଜି ଜଣେ ଦ୍ବାଦଶ ଛାତ୍ରଙ୍କ ଝୁଲନ୍ତା ମୃତଦେହ ନିଜ ଘରୁ ଉଦ୍ଧାର ହୋଇଛି । ଛାତ୍ରଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଶିଭାଗାନଗାଇ ଜିଲ୍ଲାର କାରାଇକୁଦି ଗ୍ରାମରେ ଏହି ଘଟଣା ଘଟିଛି । ତେବେ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଥିବା ସ୍ଥାନୀୟ ପୋଲିସ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । କୁଦାଲୋର (Cuddalore) ଜିଲ୍ଲାରେ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟାର ମାତ୍ର ଗୋଟିଏ ଦିନ ପରେ ଏପରି ଘଟଣା ପୁଣି ସାମ୍ନାକୁ ଆସିଛି । ଏହି ଘଟଣାକୁ ମିଶାଇ ଦୁଇ ସପ୍ତାହ ମଧ୍ୟରେ ଛାତ୍ର ଆତ୍ମହତ୍ୟା ସଂଖ୍ୟା 6 ରେ ପହଞ୍ଚିଛି ।

ପୂର୍ବରୁ କାଲାକୁରୁଚି ଜିଲ୍ଲାରେ ଜଣେ 16 ବର୍ଷୀୟା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ କଲେଜ ହଷ୍ଟେଲରୁ ଉଦ୍ଧାର ହୋଇଥିଲା । ଛାତ୍ରୀଙ୍କ ପରିବାର ଏହାକୁ ଅସ୍ବାଭାବିକ ମୃତ୍ୟୁ ବୋଲି ଅଭିଯୋଗ କରିବା ସହ ତଦନ୍ତ ଦାବି କରିଥିଲେ । ତେବେ ପାରିପାର୍ଶିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ପୋଲିସ ସନ୍ଦେହ କରୁଥିଲା । ଘଟଣାର ତଦନ୍ତ ଜାରି ରହିଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା କୌଣସି କାରଣ ସମ୍ପର୍କରେ ସ୍ପଷ୍ଟ ହୋଇ ପାରିନାହିଁ ।

ପରେ ତିରୁଭାଲୁର ଜିଲ୍ଲାରେ ମଧ୍ୟ ସରକାରୀ କଲେଜର ଜଣେ ଦ୍ବାଦଶ ଛାତ୍ରୀଙ୍କ ମଧ୍ୟ ମୃତଦେହ ଉଦ୍ଧାର ହୋଇଥିଲା । ଯାହାର କାରଣ ମଧ୍ୟ ସ୍ପଷ୍ଟ ହୋଇ ପାରିନାହିଁ । ବାରମ୍ବାର ଏପରି ଘଟଣା ଘଟି ଚଳିତ ମାସରେ ମୋଟ 5 ଜଣ ଛାତ୍ରଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଲାଣି । ଏପରି କ୍ରମାଗତ ଛାତ୍ରଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ସରକାର ଓ ଅଭିଭାବକଙ୍କ ଚିନ୍ତା ବଢାଇଛି । କିଛି ସ୍ଥାନରେ ମଧ୍ୟ ଏହା ହତ୍ୟାକାଣ୍ଡ ଅଭିଯୋଗରେ ପ୍ରତିବାଦ ଓ ହିଂସା ମଧ୍ୟ ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.