ETV Bharat / bharat

ଆସାମ-ମିଜୋରାମ ସୀମା ଅଶାନ୍ତ, ଶାହଙ୍କ ଗସ୍ତ ପରେ ଫୁଟିଲା ଗୁଳି

ଆସାମ ଓ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଜାରିରହିଛି ଟ୍ବିଟ ଯୁଦ୍ଧ । ସୀମା ବିବାଦକୁ ନେଇ ଜାରି ରହିଛି ଉତ୍ତେଜନା । ଅଧିକ ପଢନ୍ତୁ...

ଆସାମ-ମିଜୋରାମ ସୀମା ଅଶାନ୍ତ, ଶାହଙ୍କ ଗସ୍ତ ପରେ ଫୁଟିଲା ଗୁଳି
ଆସାମ-ମିଜୋରାମ ସୀମା ଅଶାନ୍ତ, ଶାହଙ୍କ ଗସ୍ତ ପରେ ଫୁଟିଲା ଗୁଳି
author img

By

Published : Jul 26, 2021, 5:58 PM IST

Updated : Jul 26, 2021, 6:58 PM IST

ଗୌହାଟୀ: ଆସାମ ଓ ମିଜୋରାମ ମଧ୍ୟରେ ବିବାଦ ଏବେ ଧିରେଧିରେ ବଡ ହେବାରେ ଲାଗିଛି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଜାରିରହିଛି ଟ୍ବିଟ ଯୁଦ୍ଧ । ସୀମାରେ ପଥର ଫିଙ୍ଗୁଥିବା କିଛି ଲୋକଙ୍କ ଭିଡିଓ ସୋସିଆଲ ମିଡିଆରେ ସେୟାର କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାହାଯ୍ୟ ମାଗିଛନ୍ତି ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା । ସେପଟେ ଘଟଣା ପାଇଁ ମିଜୋରାମର ଉପଦ୍ରବୀଙ୍କୁ ଦାୟୀ କରିଛି ଆସାମ ପୋଲିସ ।

ଜୋରାମଥାଙ୍ଗାଙ୍କ ଭିଡିଓ ଉପରେ ଆସାମ ପୋଲିସ କହିଛି, ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ ଆସାମ ମାଟିରେ ଅନୁପ୍ରବେଶ ରୋକିବାକୁ ଲୈଲାପୁରରେ ମୁତୟନ ଆସାମ ସରକାରଙ୍କ ଅଧିକାରୀଙ୍କୁ ମିଜୋରାମ ଉପଦ୍ରବୀ ଆକ୍ରମଣ କରିଛନ୍ତି ।

ପଥରଫିଙ୍ଗା ଘଟଣାକୁ ନେଇ ମିଜୋରାମ ସିଏମ ଟ୍ବିଟରେ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରି ଲେଖିଛନ୍ତି, ଦୟାକରି ଏହି ବିଷୟକୁ ଦେଖନ୍ତୁ | ଏହାକୁ ବର୍ତ୍ତମାନ ବନ୍ଦ କରିବା ଆବଶ୍ୟକ | ଏହାର କିଛି ସମୟ ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ପ୍ରତିଉତ୍ତରରେ କହିଛନ୍ତି, ମିଜୋରାମର ଏସପି ଆମକୁ ଆମ ପୋଷ୍ଟରୁ ହଟିବା ପାଇଁ ବାଧ୍ୟ କରୁଥିଲେ । ଆମେ ଏଭଳି ପରିସ୍ଥିତିରେ କିଭଳି ସରକାର ଚଳାଇବୁ ବୋଲି ପ୍ରଶ୍ନ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ।

ଏଥି ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସାମ ଏବଂ ମିଜୋରାମର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସୀମା ବିବାଦର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିବା ସୂତ୍ରରୁ ସୂଚନା ମିଳିିଛି । ଏହି ସମସ୍ୟାର ସମାଧାନ ତଥା ଶାନ୍ତି ବଜାୟ ରଖିବାକୁ ଉଭୟ ମୁଖ୍ୟମନ୍ତ୍ରୀ ସହମତ ହୋଇଛନ୍ତି । ବିବାଦୀୟ ସ୍ଥାନରୁ ଉଭୟ ରାଜ୍ୟର ପୋଲିସ ବାହିନୀ ଫେରି ଆସିଥିବା ଜଣାପଡିଛି ।

କିଛି ଦିନରୁ ଆସାମ କଚ୍ଛାର ଓ ହୈଲାକାଣ୍ଡୀ ଜିଲ୍ଲାରେ ମିଜୋରାମ ସହ ସଂଲଗ୍ନ ଆନ୍ତଃରାଜ୍ୟ ସୀମା ବିବାଦ ଜାରି ରହିଛି । ସୀମା ପାର ଉପଦ୍ରବୀ କଥିତରୂପେ ଦଖଲ ଜମିକୁ ଖାଲି କରିବା ପାଇଁ ଆସାମ ପୋଲିସର ଅଭିଯାନକୁ ବିରୋଧ କରୁଛନ୍ତି । ଗତ ଜୁଲାଇ ୧୦ରେ ସୀମା ଗସ୍ତ କରିଥିବା ଆସାମ ସରକାରଙ୍କ ଏକ ଟିମ ଉପରେ ସନ୍ଦିଗ୍ଧ ବ୍ୟକ୍ତି ଆଇଡି ଫିଙ୍ଗିଥିଲେ । ଏହାପରଦିନ ୧୧ ଜୁଲାଇରେ ସୀମାରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିବା କୁହାଯାଉଛି ।

ଅନ୍ୟପକ୍ଷେ ମିଜୋରାମ ସରକାର ଆସାମ ସହିତ ସୀମା ବିବାଦର ମୁକାବିଲା କରିବା ପାଇଁ ଏକ ସୀମା ଆୟୋଗ ଗଠନ କରିଛନ୍ତି । ଗତ ୨୨ ଜୁଲାଇରେ ଜାରି ସରକାରୀ ବିଜ୍ଞପ୍ତିରେ କୁହାଯାଇଥିଲା ଯେ ସୀମା ଆୟୋଗର ଅଧ୍ୟକ୍ଷତା ଉପମୁଖ୍ୟମନ୍ତ୍ରୀ ଲମ୍ବଲୁଇୟା କରିବେ ଓ ଏହାର ଉପାଧ୍ୟକ୍ଷ ରହିବେ ରାଜ୍ୟର ଗୃହମନ୍ତ୍ରୀ ଲାଲଚମଲିୟାନା । ରବିବାର ଆସାମ ଗସ୍ତ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହାର ଦିନକ ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।

Last Updated : Jul 26, 2021, 6:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.