ETV Bharat / bharat

ଆନ୍ଧ୍ରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ପଥରମାଡ, ୧୫ ଆହତ

ଆନ୍ଧ୍ରର କୁର୍ଣ୍ଣୁଲ ଜିଲ୍ଲାରେ ମଧ୍ୟ ସାମ୍ପ୍ରଦାୟିକ ହିଂସା । ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ପଥର ଫିଙ୍ଗାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୧୫ରୁ ଉର୍ଦ୍ଧ୍ବ ଆହତ । ବ୍ୟାପକ ପୋଲିସ ମୂତୟନ । ଅଧିକ ପଢନ୍ତୁ

author img

By

Published : Apr 17, 2022, 9:14 PM IST

Updated : Apr 17, 2022, 9:38 PM IST

ଆନ୍ଧ୍ରରେ ବି ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ପଥରମାଡ, 15 ଆହତ

ଅମରାବତୀ: ଦେଶର ବିଭିନ୍ନ ସ୍ଥାନକୁ ବ୍ୟାପିବାରେ ଲାଗିଲାଣି ସାମ୍ପ୍ରଦାୟିକ ହିଂସା । ଆଜି (ଶନିବାର) ସଂନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ପଥରମାଡ ଓ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ଶୋଭାଯାତ୍ରାରେ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପଥରମାଡ କରିବା ପରେ ସ୍ଥିତି ଅଣାୟତ୍ତ ହେବା ସହ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ଏଥିରେ ୧୫ରୁ ଉର୍ଦ୍ଧ୍ବ ଆହତ ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଆନ୍ଧ୍ରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ପଥରମାଡ, ୧୫ ଆହତ

ଶୋଭାଯାତ୍ରାରେ ମାତ୍ର କିଛି ହାତଗଣତି ପୋଲିସ କର୍ମୀ ଉପସ୍ଥିତ ଥିବା ବେଳେ ସ୍ଥିତି ଅଣାୟତ୍ତ ହୋଇଥିଲା । ପରେ ଖବର ପାଇ ସ୍ଥାନୀୟ ଥାନାରୁ ପୋଲିସ ଫୋର୍ସ ପହଞ୍ଚି ସ୍ଥିତିକୁ ଆୟତକୁ ଆଣିଥିଲେ । ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୂତୟନ ହୋଇଥିବା ସ୍ଥାନୀୟ SP ସୂଚନା ଦେଇଛନ୍ତି । ତଦନ୍ତ ଆରମ୍ଭ ହୋଇଛି ଏବଂ କାର୍ଯ୍ୟାନୁଷ୍ଠାନ ହେବା ନେଇ ମଧ୍ୟ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 17, 2022, 9:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.