ETV Bharat / bharat

Patiala Violence: ଖାଲିସ୍ତାନ ବିରୋଧୀ ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ, ସ୍ଥିତି ନିୟନ୍ତ୍ରଣାଧୀନ କହିଲେ ମୁଖ୍ୟମନ୍ତ୍ରୀ ମାନ - ପଟିଆଲାରେ ପୁଣି ଦଙ୍ଗା

ପଞ୍ଜାବର ପଟିଆଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ଲାଗି ବ୍ୟାପକ ପୋଲିସ ମୁତୟନ । ସଂଘର୍ଷ ପରେ ମୁଖ୍ୟମନ୍ତ୍ରୀ ଡାକିଥିଲେ ଉଚ୍ଚସ୍ତରୀୟ ବୈଠକ ଏବଂ ବୈଠକ ଶେଷ ହେବା ପରେ ପଟିଆଲାରେ ନାଇଟ୍ କର୍ଫ୍ୟୁ ଜାରି ହୋଇଛି । ଅଧିକ ପଢନ୍ତୁ

Violence in Patiala: ଦୁଇ ଗୋଷ୍ଠୀ ମଧ୍ୟରେ ସଂର୍ଘଷ, ଘଟଣାସ୍ଥଳରେ ପୋଲିସ ମୁତୟନ

author img

By

Published : Apr 29, 2022, 3:46 PM IST

Updated : Apr 29, 2022, 9:09 PM IST

ଚଣ୍ଡୀଗଡ: ପଞ୍ଜାବର ପଟିଆଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ପଟିଆଲାର କାଳୀ ମନ୍ଦିର ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ଲାଗି ବ୍ୟାପକ ପୋଲିସ ମୁତୟନ । ପଞ୍ଜାବ ଶିବସେନାର ମୁଖ୍ୟ କାର୍ଯ୍ୟକର୍ତ୍ତା ହରିଶ ସିଙ୍ଗଲାଙ୍କ ନେତୃତ୍ବରେ ଖାଲିସ୍ତାନ ବିରୋଧୀ ଏକ ଶୋଭାଯାତ୍ରା ଆର୍ଯ୍ୟ ସମାଜ ଛକ ନିକଟରୁ ପଟିଆଲାକୁ ଆରମ୍ଭ ହୋଇଥିଲା । ଏହି ସମୟରେ ଦୁଇ ଗୋଷ୍ଠା ମଧ୍ୟରେ ସଂଘର୍ଷ ଘଟଛି । ସଂଘର୍ଷ ପରେ ମୁଖ୍ୟମନ୍ତ୍ରୀ ଡାକିଥିଲେ ଉଚ୍ଚସ୍ତରୀୟ ବୈଠକ ଏବଂ ବୈଠକ ଶେଷ ହେବା ପରେ ପଟିଆଲାରେ ନାଇଟ୍ କର୍ଫ୍ୟୁ ଜାରି ହୋଇଛି ।

  • The incident of clashes in Patiala are deeply unfortunate. I spoke with the DGP, peace has been restored in the area. We are closely monitoring the situation and will not let anyone create disturbance in the State. Punjab’s peace and harmony is of utmost importance.

    — Bhagwant Mann (@BhagwantMann) April 29, 2022 " class="align-text-top noRightClick twitterSection" data=" ">

ତେବେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏପଟେ ଆମେ ଶିବସେନାର ମୁଖ୍ୟ ହରିଶ ସିଙ୍ଗଲାଙ୍କ ସହ କଥା ହୋଇଛି ବୋଲି ପଟିଆଲା ଡିଏସପି କହିଥିବା ବେଳେ ଏହି ଶୋଭାଯାତ୍ର ପାଇଁ ସିଙ୍ଗଲା କୌଣସି ଅନୁମତି ଆଣି ନାହାନ୍ତି ।

ସୂଚନା ଅନୁସାରେ, ହିନ୍ଦୁ ପକ୍ଷରୁ କରାଯାଇଥିବା ଖାଲିସ୍ତାନ ବିରୋଧୀ ଶୋଭଯାତ୍ରା ସମୟରେ କିଛି ଶିଖ୍‌ ସମ୍ପ୍ରଦାୟର ଲୋକେ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ଫିଙ୍ଗାଫିଙ୍ଗି ଆରମ୍ଭ ହୋଇଥିଲା । ଶିଖ୍‌ ସମ୍ପ୍ରଦାୟର ଲୋକଙ୍କୁ ରୋକିବାକୁ ଚେଷ୍ଟା କରିବାକୁ ଯାଇ ଏସଏଚଓ କରନବୀର ମଧ୍ୟ ଆହତ ହୋଇଛନ୍ତି । ଏହାପରେ ଏସଏସପି ନାନକ ସିଂ ଘଟଣାସ୍ଥଳରେ ପହଞ୍ଚି ଆକାଶକୁ ଫାଙ୍କା ଗୁଳି ଚଳାଇବବା ପରେ ପରିସ୍ଥିତ ଶାନ୍ତ ହୋଇଥିଲା ।

Patiala Violence: ଖାଲିସ୍ତାନ ବିରୋଧୀ ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ, ସ୍ଥିତି ନିୟନ୍ତ୍ରଣାଧୀନ କହିଲେ ମୁଖ୍ୟମନ୍ତ୍ରୀ ମାନ

ସେହିଭଳି ଘଟଣସ୍ଥଳରେ ପୋଲିସ ମୁତୟନ ହେବା ସହ ପରିସ୍ଥିତିକୁ ନିଜ ନିୟନ୍ତ୍ରଣରେ ରଖିଛି । ଏପଟେ ପୋଲିସ ଶିବସେନା ଆନ୍ଦୋଳନକାରୀଙ୍କୁ ଅଟକାଇବା ସହ ପଛକୁ ଫେରାଇ ଦେଇଛି । ସେପଟେ ଶିଖ୍‌ ସଂଗଠନ ପକ୍ଷରୁ ଖଣ୍ଡା ଧରି ମା କାଳୀ ମନ୍ଦିର ନିକଟରେ ଏକାଠି ହୋଇଛନ୍ତି । ଏପଟେ ସଂଘର୍ଷ ପରେ ଟ୍ୱିଟ୍ କରି ମୁଖ୍ୟମନନ୍ତ୍ରୀ ଭଗଓ୍ବନ୍ତ ମାନ କହିଛନ୍ତି, ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି । ମୁଁ ଏନେଇ ଡିଜିଙ୍କ ସହ କଥା ହୋଇଛି ।

ଶିବସେନା ମୁଖ୍ୟ ତଥା ହିନ୍ଦୁ ସଂଗଠନର ମୁଖ୍ୟ ହରିଶ ସିଙ୍ଗଲା କହିଛନ୍ତି, ପଞ୍ଜାବ ପୋଲିସ ଏବଂ ଆମ ଆଦମୀ ପାର୍ଟି ସରକାର ଏହି ଘଟଣାରେ ସମ୍ପୃକ୍ତ ଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସେପଟେ ଏହି ଦଙ୍ଗା ସୃଷ୍ଟି କରୁଥିବା ଅପରାଧୀଙ୍କ ବିରୋଧରେ ବିହତ କାର୍ଯ୍ୟନୁଷ୍ଠାନ ନେବା ଲାଗି ଶିଖ ସଂଗଠନର ନେତା ଜସ୍ବିନ୍ଦର ସିଂ ରାଜପୁରା କହିଛନ୍ତି । ଗତ କିଛି ଦିନ ହେବ ଶିଖଙ୍କ ବିରୋଧରେ ବହୁତ ସଂଗଠନ ଆନ୍ଦୋଳନ କରୁଛନ୍ତି । ଫଳରେ ପରିବେଶ ଅଶାନ୍ତ ହେଉଛି ବୋଲି ରାଜପୁରା କହିଛନ୍ତି । ତେବେ ପୋଲିସ ପ୍ରଶାସନ ଏମାନଙ୍କୁ ଗିରଫ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସେ ନିବେଦନ କରିଛନ୍ତି ।

ଅନ୍ୟପଟେ ଘଟଣାକୁ ନେଇ କଂଗ୍ରେସ ନେତା ସୁଖପାଲ ଖେରା ଟ୍ବିଟ କରି କହିଛନ୍ତି, ପଞ୍ଜାବରେ ଆଇନ ଶୃଙ୍ଖଳା ପରିସ୍ଥିତ ସମ୍ପୂର୍ଣ୍ଣ ବିଗିଡିଯାଇଛି । ଏଥିପାଇଁ ପଞ୍ଜାବ ସରକାରଙ୍କ ଗୁଇନ୍ଦା ପୁରା ଫେଲ ମାରିଛି ବୋଲି ସେ କହିଛନ୍ତି । ସେପଟେ ଭଗୱନ୍ତ ମାନଙ୍କୁ ନିଜ ନିଷ୍ପତ୍ତି ନେବା ଲାଗି ଅନୁମତି ଦିଆଯାଉ ବୋଲି ସେ କଟାକ୍ଷ କରି କହିଛନ୍ତି । ଦିଲ୍ଲୀରୁ ଭଗୱନ୍ତ ମାନଙ୍କ ରିମୋଟ ଦିଲ୍ଲୀରୁ ନିୟନ୍ତ୍ରଣ ହେଉଛି ବୋଲି ଖେରା କହିଛନ୍ତି ।

ଏପଟେ ଏହି ଘଟଣାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ବୈଠକ ପରେ ପଞ୍ଜାବ ପୋଲିସ ଶିବାସେନା ମୁଖ୍ୟ ହରିଶ ସିଙ୍ଗଲାଙ୍କୁ ଏହି ଦଙ୍ଗା ଲାଗି ଗିରଫ କରିଛି । ଏଥିସହ ଏଭଳି କାଣ୍ଡ ଭିଆଇଥିବା ଅପରାଧିକଙ୍କୁ କ୍ଷମା କରାଯିବ ନାହିଁ ବୋଲି ମାନ କହିଛନ୍ତି ।

ଅପରପକ୍ଷରେ ଗୋଷ୍ଠୀ ସଙ୍ଘର୍ଷରେ ଆମର କିଛି ସଂସ୍ଲିଷ୍ଟ ନାହିଁ ବୋଲି ଶିବସେନା ପକ୍ଷରୁ କୁହାଯାଇଛି । ସେପଟେ ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ରାତ୍ରୀ କର୍ଫ୍ୟୁ ଲଗାଇଛି ପ୍ରଶାସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 29, 2022, 9:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.