ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଲଗାତାର ସ୍ଥାନୀୟ ବାସିନ୍ଦାଙ୍କୁ ଟାର୍ଗେଟ କରିବାରେ ଲାଗିଲେଣି ଆତଙ୍କୀ । ଗତ କିଛି ଦନ ମଧ୍ୟରେ ସାଧାରଣ ନାଗରିକଙ୍କ ଉପରେ ଏକାଧିକ ଆକ୍ରମଣ ହୋଇଥିବାବେଳେ ଆଜି ମଧ୍ୟ ସମାନ ଘଟଣା ଘଟିଛି । ଆଜି (ବୁଧବାର) ସନ୍ଧ୍ୟାରେ ସୋପିଆନ ଅଞ୍ଚଳରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ସ୍ଥାନୀୟ ବାସିନ୍ଦା ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆହତଙ୍କ ନାମ ଫାରୁକ ଅହମ୍ମଦ ଶେଖ ଓ ସେ ସ୍ଥାନୀୟ ବାସିନ୍ଦା ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ସ୍ପଷ୍ଟ କରିଛି ।
-
Terrorist fired upon one civilian Farooq Ahmad Sheikh in Chidren, Keegam area of Shopian. He got injury in leg & has been shifted to hospital. His condition is stated to be stable: Jammu and Kashmir Police
— ANI (@ANI) June 1, 2022 " class="align-text-top noRightClick twitterSection" data="
">Terrorist fired upon one civilian Farooq Ahmad Sheikh in Chidren, Keegam area of Shopian. He got injury in leg & has been shifted to hospital. His condition is stated to be stable: Jammu and Kashmir Police
— ANI (@ANI) June 1, 2022Terrorist fired upon one civilian Farooq Ahmad Sheikh in Chidren, Keegam area of Shopian. He got injury in leg & has been shifted to hospital. His condition is stated to be stable: Jammu and Kashmir Police
— ANI (@ANI) June 1, 2022
ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ଆହତ ଫାରୁକଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଗୁଳିକାଣ୍ଡ ସୂଚନା ମିଳିବା ପରେ ସୁରକ୍ଷା ବଳର ଯବାନ ଓ ସ୍ଥାନୀୟ ପୋଲିସର ମିଳିତ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ନିକଟରେ ଜଣେ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଗୁଳି କରିହତ୍ୟା କରିଥିଲେ ଆତଙ୍କବାଦୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ