ETV Bharat / bharat

ଆତଙ୍କୀଙ୍କ ଆଖିବୁଜା ଗୁଳିମାଡରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ

author img

By

Published : Jul 28, 2021, 6:48 AM IST

ଦିନକୁ ଦିନ ବଢି ଚାଲିଛି ଆତଙ୍କୀଙ୍କ ଉତ୍ପାତ । ଶ୍ରୀନଗର ନଓ୍ବାକାଡାଲ ଅଞ୍ଚଳର ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

Civilian dies after being shot at by terrorists in Srinagar
ଆତଙ୍କୀଙ୍କ ଆଖିବୁଜା ଗୁଳିମାଡ, ଜଣେ ମୃତ

ଶ୍ରୀନଗର: ଦିନକୁ ଦିନ ବଢି ଚାଲିଛି ଆତଙ୍କୀଙ୍କ ଉତ୍ପାତ । କେତେବେଳେ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିବା ପାଇଁ ଗୁଳିମାଡ କରୁଛନ୍ତି ତ ଆଉ କେତେବେଳେ ଗ୍ରେନେଡ ମାଡ କରୁଛନ୍ତି । ଆଉ ଏଥିରୁ ବର୍ତ୍ତିପାରୁ ନାହାନ୍ତି ସାଧାରଣ ନାଗରିକ । ଶ୍ରୀନଗର ବୁଲବୁଲଲଙ୍କର ନଓ୍ବାକାଡାଲ ଅଞ୍ଚଳର ଜଣେ ସାଧାରଣ ନାଗରିକଙ୍କ ଉପରକୁ ଗୁଳି ମାଡ କରାଯାଇଛି । ଏଥିରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଶ୍ରୀନଗର ବୁଲବୁଲଲଙ୍କର ନଓ୍ବାକାଡାଲ ଅଞ୍ଚଳରେ ଆତଙ୍କୀ ଆଖି ବୁଜା ଗୁଳିମାଡ କରିଥିଲେ । ଏଥିରେ ସେହି ଅଞ୍ଚଳର ଜଣେ ସାଧାରଣ ନାଗରିକଙ୍କ ଉପରେ ଗୁଳି ବାଜିଥିଲା । ଏଥିରେ ସେ ଗୁରୁତର ହୋଇପଡିଥିଲେ । ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଜଣେ ସାଧାରଣ ନାଗରିକଙ୍କ ଆତଙ୍କୀଙ୍କ ଗୁଳିରେ ମୃତ୍ୟୁ ଘଟିଥିବା ଖବର ଜଣାପଡିବା ପରେ ସେହି ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ କୁମ୍ବିଂ ଜୋରଦାର କରାଯାଇଥିଲା ।

ସେହିପରି ଗତ ୨୩ ତାରିଖରେ ମଧ୍ୟ ଆତଙ୍କୀଙ୍କ ଗୁଳିରେ ଟ୍ରାଲ ଅଞ୍ଚଳର ଆତଙ୍କୀ ଆଖିବୁଜା ଗୁଳିମାଡ କରିଥିଲେ । ଏଥିରେ ଜଣେ ସାଧାରଣ ନାଗରିକଙ୍କ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ହେଲେ ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ମୃତକ ହେଉଛନ୍ତି ଜାଭେଦ ଅହମ୍ମଦ ମଲ୍ଲିକ ବୋଲି ସୂଚନା ମିଳିଛି । ସେପଟେ,ଆକ୍ରମଣକାରୀଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।

ଏହି ପ୍ରସଙ୍ଗରେ କାଶ୍ମୀର ଜୋନ୍ ପୋଲିସ କହିଛି ଯେ, ଅବନ୍ତିପୋରାର ଟ୍ରାଲର ଲାରୁଗ୍ରାମରେ ଥିବା ଜାଭେଦଙ୍କ ଘର ନିକଟରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଫଳରେ ଏଥିରେ ସେ ଆହତ ହୋଇପଡିଥିଲେ । ପରେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.