ETV Bharat / bharat

UPSC Mains Exam 2021: ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ହେବ Civil Services Exam

author img

By

Published : Jan 5, 2022, 8:36 PM IST

UPSC ମୁଖ୍ୟ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସୂଚୀରେ ହେବା ନେଇ ସ୍ପଷ୍ଟ କଲା ସଂଘ ଲୋକ ସେବା ଆୟୋଗ । କୋଭିଡ ସଂକ୍ରମଣ ନେଇ ଜାରି ରହିଥିଲା କଳ୍ପନା ଜଳ୍ପନା । ଅଧିକ ପଢନ୍ତୁ

UPSC
UPSC

ନୂଆଦିଲ୍ଲୀ: ପୂର୍ବନିର୍ଦ୍ଧାରିତ ସୂଚୀ ଅନୁସାରେ ହେବ ସଂଘ ଲୋକସେବା ଆୟୋଗ (UPSC) ) ଦ୍ବାରା ପରିଚାଳିତ ସିଭିଲ ସେବା ପରୀକ୍ଷା (civil service Main Examination) । ପୂର୍ବରୁ ନର୍ଦ୍ଧାରିତ ହୋଇଥିବା ତାରିଖ ଚଳିତ ମାସ (ଜାନୁୟାରୀ) 7 ତାରିଖ 8, 9, 15, ଏବଂ 16 ତାରଖରେ ପର୍ଯ୍ୟାୟ କ୍ରମେ ସିଭିଲ ସେବା (ମୁଖ୍ୟ) ପରୀକ୍ଷା ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ଲୋକସେବା ଆୟୋଗ (UPSC) ଆଜି (ବୁଧବାର) ସ୍ପଷ୍ଟ କରିଛି ।

UPSC ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, ମୁଖ୍ୟ ପରୀକ୍ଷା ଦେବାକୁ ଥିବା ସୂଚୀତ ହୋଇଥିବା ପ୍ରାର୍ଥୀଙ୍କ ପାଇଁ କୌଣସି ସମସ୍ୟା ନହେବା ପାଇଁ ରାଜ୍ୟମାନଙ୍କୁ କୁହାଯାଇଛି । ପ୍ରାର୍ଥୀଙ୍କ ଇ-ଆଡମିଟ୍ କାର୍ଡ, ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା କାର୍ଯ୍ୟକର୍ତ୍ତାଙ୍କ ପରିଚୟ ପତ୍ର ମଧ୍ୟ ବୈଧ ହେବ ବୋଲି ଆୟୋଗ କହିଛି । ତେବେ କୋଭିଡ ସଂକ୍ରମଣ କାରଣରୁ ଏହି ପରୀକ୍ଷାର ପୂର୍ବ ନିର୍ଦ୍ଧାରିତ ସୂଚୀରେ ବିଳମ୍ବ କିମ୍ବା ପରିବର୍ତ୍ତନ କରାଯିବା ନେଇ ଚର୍ଚ୍ଚା ଲାଗି ରହିଥିଲା ।

ସିଭିଲ୍ ସେବା ପରୀକ୍ଷା ପ୍ରତିବର୍ଷ 3ଟି ପର୍ଯ୍ୟାୟରେ ଯଥା ପ୍ରାଥମିକ, ମୁଖ୍ୟ ଏବଂ ସାକ୍ଷାତକାର ମାଧ୍ୟମରେ ହେଉଥବା ବେଳେ ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ବୈଦେଶିକ ସେବା (IFS) ଏବଂ ପୋଲିସ୍ ସେବା (IPS) ଅଧିକାରୀ ଚୟନ ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥାଏ।

ଏହି ସପ୍ତାହ ପୂର୍ବରୁ, କିଛି ପ୍ରାର୍ଥୀ ସିଭିଲ ସେବା (ମୁଖ୍ୟ) ପରୀକ୍ଷା ସ୍ଥଗିତ ରଖିବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । ପରୀକ୍ଷା କେନ୍ଦ୍ର ପାଇଁ ସ୍ଥିର କରାଯାଇଥିବା ଅଧିକାଂଶ ସହରଗୁଡ଼ିକରେ କୋଭିଡ ମାମଲା ବୃଦ୍ଧି ଘଟୁଥିବାରୁ ଏହାକୁ ସ୍ଥଗିତ କରିବାକୁ ଆବେଦନରେ ଦର୍ଶାଯାଇଥିଲା । ତେବେ ଆଜି ସବୁ ପରେ ଏହି ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସୂଚୀରେ ହେବା ନେଇ ସ୍ପଷ୍ଟ କରିଛି UPSC ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.