ETV Bharat / bharat

Civil Services Day: ପ୍ରଶାସନରେ ଉତ୍କର୍ଷତା ସେବା ପାଇଁ ମିଳିବ ପ୍ରଧାନମନ୍ତ୍ରୀ ପୁରସ୍କାର

author img

By

Published : Apr 20, 2022, 5:14 PM IST

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (Prime Ministers Office) ସୂଚନା ଅନୁସାରେ ସାଧାରଣ ନାଗରିକଙ୍କ କଲ୍ୟାଣ ପାଇଁ ଜିଲ୍ଲା ସ୍ତରରେ କାର୍ଯ୍ୟକାରୀ ୟୁନିଟ ଏବଂ କେନ୍ଦ୍ରୀୟ ଓ ରାଜ୍ୟ ସଂଗଠନ ଦ୍ବାରା କରାଯାଇଥିବା ଅସାଧାରଣ ତଥା ଅଭିନବ କାର୍ଯ୍ୟକୁ ସ୍ବୀକୃତି ଦେବା ଉଦ୍ଦେଶ୍ୟରେ ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରତିଷ୍ଠା କରାଯାଇଛି । ଅଧିକ ପଢନ୍ତୁ

Civil Services Day
Civil Services Day

ନୂଆଦିଲ୍ଲୀ: ସିଭିଲ ସର୍ଭିସ ଦିବସ (Civil Services Day) ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi ଆସନ୍ତାକାଲି (ଗୁରୁବାର) ପୂର୍ବାହ୍ନ ୧୧ ଟା ରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଲୋକ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଶାସକମାନଙ୍କୁ ମଧ୍ୟ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (Prime Ministers Office) ସୂଚନା ଅନୁସାରେ ସାଧାରଣ ନାଗରିକଙ୍କ କଲ୍ୟାଣ ପାଇଁ ଜିଲ୍ଲା ସ୍ତରରେ କାର୍ଯ୍ୟକାରୀ ୟୁନିଟ ଏବଂ କେନ୍ଦ୍ରୀୟ ଓ ରାଜ୍ୟ ସଂଗଠନ ଦ୍ବାରା କରାଯାଇଥିବା ଅସାଧାରଣ ତଥା ଅଭିନବ କାର୍ଯ୍ୟକୁ ସ୍ବୀକୃତି ଦେବା ଉଦ୍ଦେଶ୍ୟରେ ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରତିଷ୍ଠା କରାଯାଇଛି । ଚିହ୍ନିତ ପ୍ରାରମ୍ଭିକ କାର୍ଯ୍ୟକ୍ରମ ଏବଂ ନବସୃଜନର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ସେମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଉଛି ।

ଆସନ୍ତାକାଲି ପାଞ୍ଚଟି ବର୍ଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କାର ପ୍ରଦାନ କରାଯିବ । ପୁରସ୍କୃତ ହେବାକୁ ଥିବା ବର୍ଗ ମଧ୍ୟରେ ରହିଛି 1 ପୋଷଣ ଅଭିଯାନରେ ‘ଜନ ଭାଗିଦାରୀ,’ 2- ଖେଲୋ ଇଣ୍ଡିଆ ସ୍କିମ ଜରିଆରେ ଉତ୍କର୍ଷ କ୍ରୀଡାକୁ ପ୍ରୋତ୍ସାହନ, 3- ପିଏମ ଏସଭିଏ ନିଧି ଯୋଜନାରେ ଡିଜିଟାଲ ଦେୟ ଏବଂ ଉତ୍ତମ ପ୍ରଶାସନ, 4- ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ସ୍କିମ ମାଧ୍ୟମରେ ସାମୂହିକ ବିକାଶ ଓ 5- ମାନବ ହସ୍ତକ୍ଷେପ ବିନା ଲୋକଙ୍କ ନିକଟରେ ସେବା ପହଞ୍ଚାଇବା । କାର୍ଯ୍ୟକ୍ରମରେ ଅନେକ କେନ୍ଦ୍ରୀୟ ମନ୍ତ୍ରୀ, ପ୍ରଶାସକ, ଜିଲ୍ଲାସ୍ତରୀୟ ଅଧିକାରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.