ETV Bharat / bharat

ଆସାମ-ଅରୁଣାଚଳ ମଧ୍ୟରେ ବିମାନ ସେବା ଆରମ୍ଭ, ଉଡିଲା ପ୍ରଥମ ସ୍ୱଦେଶୀ Dornier Flight - ଉଡିଲା ନୂଆ ବିମାନ

ଭାରତୀୟ ବେସାମରିକ ବିମାନ ଚଳାଚଳ କ୍ଷେତ୍ରକୁ ଏକ ବଡ ସଫଳତା । ଆସାମର ଦିବ୍ରୁଗଡ ଓ ଅରୁଣାଚଳ ପ୍ରଦେଶର ପସିଘାଟ ମଧ୍ୟରେ ନୂଆ ବିମାନ ସେବା ଉଦ୍ଘାଟିତ । ଉଡିବ ସ୍ବଦେଶୀ ନିର୍ମିତ ପ୍ରଥମ ଯାତ୍ରୀବାହୀ ବିମାନ । ବିଭାଗୀୟ ମନ୍ତ୍ରୀ ସିନ୍ଧିଆ କହିଲେ ଐତିହାସିକ ପଦକ୍ଷେପ । ଅଧିକ ପଢନ୍ତୁ

ଆସମର ଦ୍ରିବୁଗଡ ଓ ଅରୁଣାଚଳ ପ୍ରଦେଶର ପସିଘାଟ ମଧ୍ୟରେ ଉଡିଲା ପ୍ରଥମ ସ୍ବଦେଶୀ ଯାତ୍ରୀବାହୀ ବିମାନ

author img

By

Published : Apr 12, 2022, 8:46 PM IST

ଇଟାନଗର: ଭାରତୀୟ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଏକ ବଡ ସଫଳତା ମିଳିଛି । ଆଜି ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆସାମର ଦିବ୍ରୁଗଡ ଓ ଅରୁଣାଚଳ ପ୍ରଦେଶର ପସିଘାଟ ମଧ୍ୟରେ ନୂଆ ବିମାନ ସେବା ଉଦ୍ଘାଟନ କରିଛନ୍ତି । ଏହି ସେବାରେ ପ୍ରଥମ ଥର ପାଇଁ ସ୍ବଦେଶୀ ନିର୍ମିତ ବିମାନ Dornier 228କୁ ବ୍ୟବହାର କରାଯିବ । ଏହି ସ୍ବଦେଶୀ ନିର୍ମିତ ବିମାନ ହିନ୍ଦୁସ୍ଥାନ ଏରୋନେଟିକ (HAL) ଲିମିଟେଡ ଦ୍ବାରା ନିର୍ମିତ ହୋଇଛି ଯାହା ପ୍ରଥମ ସ୍ବେଦେଶୀ ଯାତ୍ରବାହୀ ବିମାନ ।

  • A historic moment for the people of Arunachal Pradesh and Assam as Dibrugarh- Pasighat- Lilabari- Guwahati flight is inaugurated under Udaan scheme. Fulfilling the visions of PM @narendramodi Ji and realizing the dreams of the people of North-East India. pic.twitter.com/IpGoTjxzdl

    — Kiren Rijiju (@KirenRijiju) April 12, 2022 " class="align-text-top noRightClick twitterSection" data=" ">

ଉଦ୍ଘାଟନୀ ଅବସରରେ ସିନ୍ଧିଆ, କହିଛନ୍ତି ଏହି ଉଡାଣ ସେବା ଦ୍ବାରା ଅରୁଣାଚଳ ପ୍ରଦେଶର ପସିଘାଟ ସହ ଆସାମର ଦ୍ରିବୁଗଡ ଯୋଡି ହୋଇଛି । ଏହି ସେବାରେ ବ୍ୟବହୃତ ହେବାକୁ ଥିବା ବିମାନ ସମ୍ପୂର୍ଣ୍ଣ ସ୍ବେଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ଉଡାଣ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦି ଦେଖିଥିବା ଭିଜନର ଏହା ପ୍ରାରମ୍ଭ । ଭାରତ ପ୍ରଥମ ପର୍ଯ୍ୟାୟରେ ଏହି ବର୍ଗରେ ଦୁଇଟି ବିମାନ ଉଡାଣ ଆରମ୍ଭ କରିଥିବା ବେଳେ ଆଗକୁ ଆହୁରି ସଂଖ୍ୟାରେ ବୃଦ୍ଧି କରାଯିବା ନେଇ କହିଛନ୍ତି ସିନ୍ଧିଆ ।

ସେ ଆହୁରି ମଧ୍ୟ କହିଛନ୍ତି ଆଗାମୀ କିଛି ସପ୍ତାହ ମଧ୍ୟରେ ତେଜୁ ଓ ଜିରୋକୁ ମଧ୍ୟ ଉଡାଣ ସେବାରେ ଯୋଡିବାକୁ ଯାଉଛନ୍ତି ସରକାର । ଦ୍ବିତୀୟ ପର୍ଯ୍ୟାୟରେ ମେଚୁକା ଟୁଟିଙ୍ଗ ଓ ବିଜୟନଗରକୁ ସାମିଲ କରାଯିବା । ଦେଶର ସମସ୍ତ ସାଧାରଣ ନାଗରିକଙ୍କୁ ଉଡାଣ ସେବାରେ ସାମିଲ କରିବା ପ୍ରଧାନମନ୍ତ୍ରୀଙ୍କ ନୂଆ ଭାରତର ସ୍ବପ୍ନ ବୋଲି କହିଛନ୍ତି ସିନ୍ଧିଆ ।

କେନ୍ଦ୍ରମନ୍ତ୍ରୀ କିରଣ ରିଜଜୁ ମଧ୍ୟ ଉଡାଣ ଯୋଜନା ଅଧୀନରେ ଅରୁଣାଚଳ ପ୍ରଦେଶ ଏବଂ ଆସାମର ଲୋକମାନଙ୍କ ପାଇଁ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି । ଉତ୍ତର-ପୂର୍ବ ଭାରତର ଲୋକଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ପ୍ରଧାନମନ୍ତ୍ରୀ ଗ୍ରହଣ କରିଥିବା ପଦକ୍ଷେପ ସଫଳ ହେଉଥିବା ମଧ୍ୟ ସେ କହିଛନ୍ତି । ଆଜିର କାର୍ଯ୍ୟକ୍ରମରେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ମଧ୍ୟ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.