ETV Bharat / bharat

କେରଳରେ ଲାଗୁ ହେବନି CAA: ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ

author img

By

Published : Jun 3, 2022, 12:58 PM IST

କେରଳରେ ଲାଗୁ ହେବ ନାହିଁ ସିଏଏ (Citizenship Amendment Act) । ସଂସଦରେ ପାରିତ ହୋଇଥିବା ନାଗରିକତ୍ବ ସଂଶୋଧନ ଆଇନ କେରଳରେ ଲାଗୁ ହେବ ନାହିଁ ବୋଲି ଘୋଷଣା କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ଅଧିକ ପଢନ୍ତୁ

କେରଳରେ ଲାଗୁ ହେବନି CAA
କେରଳରେ ଲାଗୁ ହେବନି CAA

ଥିରୁଅନନ୍ତପୁରମ: କେରଳରେ ଲାଗୁ ହେବ ନାହିଁ ସିଏଏ (Citizenship Amendment Act) । ସଂସଦରେ ପାରିତ ହୋଇଥିବା ନାଗରିକତ୍ବ ସଂଶୋଧନ ଆଇନ କେରଳରେ ଲାଗୁ ହେବ ନାହିଁ ବୋଲି ଘୋଷଣା କରିଛନ୍ତି, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ (Pinarayi Vijayan) । ଦ୍ବିତୀୟ ଥର ସରକାର ଗଢିବାର ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି, "CAAକୁ ନେଇ କେରଳ ସରକାର ନିଜର ଆଭିମୁଖ୍ୟ ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି । ଏହା ଆଗକୁ ମଧ୍ୟ ଜାରି ରହିବ । କେରଳରେ କେବେ ବି ସିଏଏ ଲାଗୁ ହେବନାହିଁ।" ଆମେ ଦେଶ ସମ୍ବିଧାନରେ ଉଲ୍ଲେଖ ଥିବା ଧର୍ମନିରପେକ୍ଷ ନୀତି ଅନୁସାରେ କାର୍ଯ୍ୟ କରିଥାଏ । ଏବେ କିନ୍ତୁ ଧର୍ମନିରପେକ୍ଷତାକୁ ଧ୍ବଂସ କରିବାକୁ ଉଦ୍ୟମ କରାଯାଉଛି । କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକ ଏନେଇ ବେଶ ଚିନ୍ତିତ ରହିଛନ୍ତି ।"

ନିକଟରେ ଘଟିଥିବା ଗୋଟିଏ ଗୋଷ୍ଠୀର ଲୋକମାନେ ଧର୍ମ ଆଧାରରେ ନାଗରିକତ୍ବ ପ୍ରଦାନ କରିବାକୁ ଚାହୁଁଥିବା ଉଦାହରଣ ଦେଇଛନ୍ତି ପିନାରାଇ । କେରଳ ସରକାର ଏପରି ଘଟଣା ବିରୋଧରେ ଛିଡ଼ା ହୋଇଛନ୍ତି । ଲୋକଙ୍କ ମଧ୍ୟରେ ଧାର୍ମିକ ବିବାଦ ସୃଷ୍ଟି କରିବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ଏବେ ସର୍ଭେ କରାଯାଉଛି । ଯାହାକୁ ନିନ୍ଦା କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ।

ନିକଟରେ ସମଗ୍ର ଦେଶରେ CAA ଲାଗୁ ନେଇ ଘୋଷଣା କରିଥିଲେ ଗୃହମନ୍ତ୍ରୀ । ଗତମାସରେ ପଶ୍ଚିମବଙ୍ଗର ସିସିଗୁଡି ଗସ୍ତ କରି ଏହା ଘୋଷଣା କରିଥିଲେ । ୨୦୧୯ ଡିସେମ୍ବର ୨୨ରେ ସଂସଦରେ ନାରରିକତ୍ବ ସଂଶୋଧନ ଆଇନ ପାରିତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.