ETV Bharat / bharat

ଭାଇଜାନଙ୍କୁ ଅଟକାଇ ପୁରସ୍କୃତ ହେଲେ ଓଡିଆ ଯବାନ ସୋମନାଥ - ଓଡିଆ ଯବାନ ସୋମନାଥ

ସଲମାନ ଖାନଙ୍କୁ ଅଟକାଇ ଚର୍ଚ୍ଚାରେ ଥିବା ଓଡିଆ ସିଆଇଏସଏଫ(CISF) ଯବାନ ସୋମନାଥ ମହାନ୍ତିଙ୍କ ମୋବାଇଲ ଫୋନ ସିଜ୍‌ ଖବର ନେଇଛି ନୂଆ ଟ୍ବିଷ୍ଟ । ଯବାନଙ୍କୁ ଦଣ୍ଡିତ କରାଯାଇନାହିଁ ବରଂ ତାଙ୍କୁ ପୁରସ୍କୃତ କରାଯାଇଥିବା CISF ଦେଲା ସ୍ପଷ୍ଟୀକରଣ । ଅଧିକ ପଢନ୍ତୁ...

ବଲିଉଡର ଭାଇଜାନଙ୍କୁ ଅଟକାଇ ପୁରସ୍କୃତ ହେଲେ ଓଡିଆ ଯବାନ ସୋମନାଥ

author img

By

Published : Aug 25, 2021, 3:56 PM IST

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ବିମାନବନ୍ଦରରେ ଯାଞ୍ଚ ପାଇଁ ଅଟକାଇ ଗତ କିଛି ଦିନରୁ ଚର୍ଚ୍ଚାରେ ଅଛନ୍ତି ଓଡିଆ ସିଆଇଏସଏଫ(CISF) ଯବାନ ସୋମନାଥ ମହାନ୍ତି । ସୋମନାଥଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ତାଙ୍କ ମୋବାଇଲ ଫୋନ ସିଜ୍‌ କରାଯାଇଥିବା ସାମ୍ନାକୁ ଆସିଥିଲା ଖବର । ବିବାଦ ଘନେଇବା ପରେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛି ସିଆଇଏସଏଫ ।

  • The contents of this tweet are incorrect & without factual basis. In fact, the officer concerned has been suitably rewarded for exemplary professionalism in the discharge of his duty. @PIBHomeAffairs

    — CISF (@CISFHQrs) August 24, 2021 " class="align-text-top noRightClick twitterSection" data=" ">

ମୁମ୍ବାଇ ବିମାନବନ୍ଦରରେ ବଲିଉଡ ସୁପରଷ୍ଟାର ସଲମାନଙ୍କୁ ଯାଞ୍ଚ ପାଇଁ ଅଟକାଇଥିଲେ ସୋମନାଥ । ଏହାର ଦୃଶ୍ୟ ସାମ୍ନାକୁ ଆସିବା ପରେ ଘଟଣା ସମ୍ପର୍କରେ ଅନେକ ଗଣମାଧ୍ୟମ ଏବାବଦରେ ସୋମନାଥଙ୍କଠାରୁ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ । ଯାହାକୁ ନେଇ ସୋମନାଥଙ୍କ ଫୋନ ସିଜ୍‌ କରାଯାଇଥିବା କୁହାଯାଉଥିଲା । ହେଲେ ଏହି ଖବରକୁ ସିଆଇଏସଏଫ ପକ୍ଷରୁ ଖଣ୍ଡନ କରାଯାଇଛି ।

ଯବାନଙ୍କୁ ଦଣ୍ଡିତ କରାଯାଇନାହିଁ ବୋଲି ସ୍ପଷ୍ଟ କରିଛି ସିଆଇଏସଏଫ । ତେବେ ଏହି ପ୍ରସଙ୍ଗକୁ ନେଇ ସିଆଇଏସଏଫ ଆହୁରି ମଧ୍ୟ କହିଛି ଯେ କାର୍ଯ୍ୟାନୁଷ୍ଠାନର ଖବର ଭୁଲ ଓ ଭିତ୍ତିହୀନ । ସୋମନାଥ ମହାନ୍ତି ତାଙ୍କ କର୍ତ୍ତବ୍ୟକୁ ସଠିକ ଢ଼ଙ୍ଗରେ ପାଳନ କରିଥିବା ଯୋଗୁଁ ତାଙ୍କୁ ପୁରସ୍କୃତ କରାଯାଇଛି।

ମହାରାଷ୍ଟ୍ରର ମୁମ୍ବାଇ ଏୟାରପୋର୍ଟରେ ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କୁ ସିକ୍ୟୁରିଟି ଯାଞ୍ଚ ପାଇଁ ଅଟକାଯାଇଥିଲା । ଏଭଳି କରି ଚର୍ଚ୍ଚାକୁ ଆସିଥିଲେ ନୟାଗଡ଼ ଜିଲ୍ଲାର ଓଡ଼ିଆ ଯବାନ ତଥା ASI ସୋମନାଥ ମହାନ୍ତି । ଏହି ଘଟଣା ପରେ ବର୍ତ୍ତମାନ ସୋମନାଥଙ୍କ ମୋବାଇଲ ଫୋନକୁ ଜବତ କରିଛି CISF (ସେଣ୍ଟ୍ରାଲ ଇଣ୍ଡିଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ) । ସେ ଗଣମାଧ୍ୟମକୁ ଏହି ଘଟଣା ସମ୍ପର୍କରେ ଅଧିକ ସୂଚନା ନ ଦେବା ପାଇଁ ତାଙ୍କ ମୋବାଇଲ ଫୋନକୁ ଜବତ କରାଯାଇଥିବା CISFର ଜଣେ ଅଧିକାରୀ ସୂଚନା ଦେଇଥିଲେ ।

ଟାଇଗର-୩ର ସୁଟିଂ ପାଇଁ ସୁପରଷ୍ଟାର ସଲମାନ ଗତ ୨୦ ତାରିଖରେ ମୁମ୍ବାଇ ଏୟାରପୋର୍ଟରୁ ଋଷିଆ ଅଭିମୁଖେ ଯାଉଥିଲେ । ତେବେ ସେ ମୁମ୍ବାଇ ଏୟାରପୋର୍ଟରେ ସିକ୍ୟୁରିଟି ଚେକ୍‌କୁ ଏଡ଼ାଇ ବିମାନବନ୍ଦର ଭିତରକୁ ପ୍ରବେଶ କରୁଥିବା ସମୟରେ ଓଡ଼ିଆ ଯବାନ ତାଙ୍କୁ ଅଟକାଇଥିଲେ । ସିକ୍ୟୁରିଟି ଚେକ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ବୋଲି ସେ କହିଥିଲେ । ଯାଞ୍ଚ ପାଇଁ ଆବଶ୍ୟକ ଥିବା ସମସ୍ତ ଡକ୍ୟୁମେଣ୍ଟକୁ ଦେଖାଇବା ପାଇଁ ସେ ସଲମାନଙ୍କୁ ଅନୁରୋଧ କରିଥିଲେ । ଏହି ଘଟଣା ପାଇଁ ସମସ୍ତ ଗଣମାଧ୍ୟମ ସଂସ୍ଥାର ହେଡ଼ ଲାଇନରେ ରହିଥିଲେ ଏହି କର୍ତ୍ତବ୍ୟନିଷ୍ଠ ଓଡ଼ିଆ ଯବାନ । ସୋସିଆଲ ମିଡ଼ିଆ ୟୁଜର୍ସମାନେ ମଧ୍ୟ ସୋମନାଥଙ୍କୁ ବହୁତ ପ୍ରଶଂସା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.