ETV Bharat / bharat

କୋଲକାତାରେ ଓଡିଆ ଯବାନଙ୍କ ଗୁଳିମାଡ, ଓଡିଆ ସହକର୍ମୀ ମୃତ

author img

By

Published : Aug 7, 2022, 7:22 AM IST

କୋଲକାତା ସ୍ଥିତ ଇଣ୍ଡିଆନ ମ୍ୟୁଜିୟମର ବାରାକରେ ଓଡିଆ ଯବାନଙ୍କ ଗୁଳିମାଡ । ଗୁଳିମାଡରେ ଆଉ ଜଣେ ଓଡିଆ ଏଏସଆଇ ମୃତ । ଅଧିକ ପଢନ୍ତୁ

କୋଲକାତାରେ ଓଡିଆ ଯବାନଙ୍କ ଗୁଳିମାଡ, ଓଡିଆ ସହକର୍ମୀ ମୃତ
କୋଲକାତାରେ ଓଡିଆ ଯବାନଙ୍କ ଗୁଳିମାଡ, ଓଡିଆ ସହକର୍ମୀ ମୃତ

କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଓଡିଆ CISF ଯବାନଙ୍କ ନାରକୀୟ କାଣ୍ଡ । ଛୁଟି ନ ମିଳିବାରୁ ନିଜର ସହକର୍ମୀଙ୍କ ଉପରେ ଗୁଳି ଚାଳାଇଲେ ଯବାନ । ଗୁଳିମାଡରେ ଜଣେ ଏଏସଆଇ(ASI)ଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ତେବେ ମୃତକ ଏଏସଆଇଙ୍କ ନାମ ଆରକେ ଷଡଙ୍ଗୀ ଏବଂ ତାଙ୍କ ଘର ମଧ୍ୟ ଓଡିଶାରେ ହୋଇଥିବା ସୂଚନା ମିଳିଛି । ଶନିବାର ସନ୍ଧ୍ୟାରେ କୋଲକାତା ପାର୍କ ଷ୍ଟ୍ରିଟ ନିକଟରେ ଥିବା ଇଣ୍ଡିଆନ ମ୍ୟୁଜିୟମର ଗୋଟିଏ ବାରାକରେ ଏହି କାଣ୍ଡ ଘଟିଛି । ଅଭିଯୁକ୍ତ ଓଡିଆ CISF ଯବାନ ଅକ୍ଷୟ ମିଶ୍ରଙ୍କୁ ଗିରଫ କରାଯାଇଛି ।

  • #WATCH | Continuous firing by CISF Constable from his AK 47 in the Indian Museum CISF Barrack situated at Kolkata's Park Street. One died on spot, while another was injured. The constable who fired is still inside, Kolkata Police force deployed on spot pic.twitter.com/WqucNr0RJA

    — ANI (@ANI) August 6, 2022 " class="align-text-top noRightClick twitterSection" data=" ">

ସୂଚନା ଅନୁଯାୟୀ, ଅକ୍ଷୟ ମିଶ୍ର CISFରେ ହେଡ୍ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ । ତାଙ୍କର ଘର ଓଡିଶାର ଢେଙ୍କାନାଳ ଜିଲ୍ଲାରେ । ତିନି ଦିନ ପୂର୍ବେ ଅକ୍ଷୟଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଏଥିପାଇଁ ସେ ଘରକୁ ଯିବାକୁ ଛୁଟି ଚାହୁଁଥିଲେ । କିନ୍ତୁ ଛୁଟି ମିଳିନଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସେ ନିଜର AK-47 ବନ୍ଧୁକରୁ ମ୍ୟୁଜିୟମର ସହ ଜଡିତ CISF ବାରାକରେ ଆଖିବୁଜା ଗୁଳିମାଡ କରିଥିଲେ । ଫଳରେ ଏଏସଆଇ ଆରକେ ଷଡଙ୍ଗୀ ପ୍ରାଣ ହରାଇଥିବା ବେଳେ ଜଣେ ଆସିଷ୍ଟାଣ୍ଟ କମାଣ୍ଡଣ୍ଟ ସୁବୀର ଘୋଷ ଗୁରୁତର ଭାବେ ଆହତ ହୋଇଥିଲେ । ଏହାସହିତ ଅନ୍ୟ କିଛି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବାର ଖବର ମିଳିଛି ।

ଏନେଇ ଖବର ପାଇବା ପରେ କୋଲକାତା ପୋଲିସ କମିଶନର ଭୀନିତ ଗୋୟଲ ବୁଲେଟ ପ୍ରୁଫ ଜ୍ୟାକେଟ ପିନ୍ଧି ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଅଭିଯୁକ୍ତ ଯବାନଙ୍କୁ ଗିରଫ କରିଥିଲେ । ଶନିବାର ସନ୍ଧ୍ୟା ପ୍ରାୟ ୬ଟା ୩୦ ମିନିଟ ସମୟରେ ଏହି ଅଘଟଣ ଘଟିଛି । ମ୍ୟୁଜିୟମ ବନ୍ଦ ହେବାର ୧୫ ମିନିଟ ପରେ ଯବାନ ଜଣଙ୍କ ଗୁଳିମାଡ କରିଛନ୍ତି । ଏଥିରେ ମ୍ୟୁଜିୟମ କର୍ମଚାରୀ କିମ୍ବା ଅନ୍ୟ କୌଣସି ପର୍ଯ୍ୟଟକ ଆହତ ହୋଇନଥିବା କମିଶନର ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.