ETV Bharat / bharat

କୋଲକାତା ବିଜେପି ନେତା ହତ୍ୟା ମାମଲା: 10 ଅଭିଯୁକ୍ତଙ୍କ ନାମରେ ଚାର୍ଜସିଟ୍‌ ଦାଖଲ - ପଶ୍ଚିମବଙ୍ଗ ବିଜେପି ନେତା ମନୀଷ ଶୁକ୍ଳା

ପଶ୍ଚିମବଙ୍ଗ ବିଜେପି ନେତା ମନୀଷ ଶୁକ୍ଳାଙ୍କ ମୃତ୍ୟୁର 87 ଦିନ ପରେ ସିଆଇଡି ଚାର୍ଜସିଟି ଦାଖଲ କରିଛି । ଏଥିରେ 10 ଜଣଙ୍କ ନାମ ଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ବିଜେପି ନେତା ହତ୍ୟା ମାମଲା
ବିଜେପି ନେତା ହତ୍ୟା ମାମଲା
author img

By

Published : Jan 2, 2021, 9:24 AM IST

କୋଲକାତା: ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ବିଜେପି ନେତା ତଥା ଟିଟାଗଡର କାଉନସିଲର ମନୀଷ ଶୁକ୍ଳା ହତ୍ୟା ମାମଲାରେ ଚାର୍ଜସିଟ୍‌ ଦାଖଲ କରିଛି ସିଆଇଡି । ବାରାକପୋର କୋର୍ଟରେ ଶୁକ୍ରବାର ଅପରାହ୍ନରେ ସିଆଇଡି ଏହି ଚାର୍ଜସିଟ୍‌ ଦାଖଲ କରିଛି । ଏଥିରେ ଅତିକମରେ 10 ଜଣଙ୍କ ନାମ ଥିବା ସୂଚନା ମିଳିଛି ।

ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥା ସିଆଇଡି ହତ୍ୟାକାଣ୍ଡର 87 ଦିନ ପରେ ଚାର୍ଜସିଟ ଦାଖଲ କରିଛି । ସେହିପରି ଏହି ଚାର୍ଜସିଟ୍‌ରେ ଦୁଇ ଜଣ ତୃଣମୂଳ କଂଗ୍ରେସ ନେତାଙ୍କ ନାମ ଥିବା ମଧ୍ୟ ସୂଚନା ମିଳିଛି । ଏହାସହ ଆଉ 12 ଜଣ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବାବେଳେ ସେମାନଙ୍କ ନାମରେ ପୁଣି ଥରେ ସିବିଆଇ ଚାର୍ଜସିଟ ଦାଖଲ କରିବ ବୋଲି କୁହାଯାଉଛି ।

ସୂଚନାଥାଉକି, ଅକ୍ଟୋବର 4 ତାରିଖରେ ସାଂସଦ ଅର୍ଜୁନ ସିଂଙ୍କ ଅତି ଘନିଷ୍ଠ ଥିବା ମନୀଷ ଶୁକ୍ଳାଙ୍କୁ ହତ୍ୟା କରାଯାଇଥିଲା । ତାଙ୍କୁ ଦଳୀୟ କାର୍ଯ୍ୟାଳୟ ସାମ୍ନାରେ କିଛି ବାଇକ୍‌ ଚାଳକ ଆସି ହତ୍ୟା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.