ETV Bharat / bharat

Chocolate Day 2023: ଆଜି ଚକୋଲେଟ ଦିଆନିଆ, ଚକୋଲେଟ ଦେଇ କୁହନ୍ତୁ ମନ କଥା - ଚକୋଲେଟ ଡେ ୨୦୨୩

ଗତକାଲି ଗୋଲାପ ଦେଇ ପ୍ରପୋଜ କରିଥିବା ବେଳେ ଆଜି ଚକୋଲେଟ ଦେଇ ପ୍ରେମରେ ମିଠାସ ଭରିବେ ପ୍ରେମୀ ଯୁଗଳ । ପରସ୍ପରକୁ ଚକଲେଟ୍‌ ଖୁଆଇ ସମ୍ପର୍କ‌ରେ ଆହୁରି ମଧୁରତା ଆଣିବାକୁ ଚେଷ୍ଟା କରିବେ । ଅଧିକ ପଢନ୍ତୁ

Chocolate Day 2023
Chocolate Day 2023
author img

By

Published : Feb 9, 2023, 8:47 AM IST

ହାଇଦ୍ରାବାଦ: ପ୍ରେମ....ଏହି ନାଁ ଶୁଣିଲେ ମନରେ ଭରେ ଅଲଗା ଶିହରଣ । ପ୍ରେମର ଅନୁଭବ ଏକ ନିଆରା । ପ୍ରେମ କରି ନଶିଖିଲେ ପିତା କିନ୍ତୁ କରି ଜାଣିଲେ ତାହା ଚକୋଲେଟ ଠାରୁ ମଧ୍ୟ ମିଠା ଲାଗେ । କହିବାକୁ ଗଲେ ପ୍ରଥମେ ପ୍ରେମ ସାଙ୍ଗ ଓ ପରେ ଚୋକୋଲେଟ ଦିଆନିଆରୁ ହିଁ ଆରମ୍ଭ ହୁଏ । ଏଥିରୁ ସ୍ପଷ୍ଟ ଯେ ପ୍ରେମ କେତେ ମିଠା । ଆଜି ପ୍ରେମ ଋତୁର ତୃତୀୟ ଦିନ ବା ଚକୋଲେଟ ଡେ । ପ୍ରଥମ ଦୁଇ ଦିନ ଗୋଲାପ ଏବଂ ପ୍ରପୋଜ କରି ପ୍ରେମ ଜାହିର କରିଥିବା ବେଳେ ତୃତୀୟ ଦିନ ଚକୋଲେଟ ଦିଆନିଆ ହେବେ ପ୍ରେମୀ ଯୁଗଳ । ଚକୋଲେଟ ତରଳିଲା ପରି ହୃଦୟ ତରଳାଇବା ପାଇଁ ଚେଷ୍ଟା କରିବେ ।

ଜାରି ରହିଛି ପ୍ରେମ ସପ୍ତାହ । ଏହାକୁ ବର୍ଷର ସବୁଠାରୁ ରୋମାଣ୍ଟିକ ସପ୍ତାହ ଭାବେ ବିବେଚନା କରାଯାଇଥାଏ । ତେବେ ଆଜି ହେଉଛି ପ୍ରେମ ସପ୍ତାହର ଚକୋଲେଟ ଡେ । ଦୁଇ ଦିନରେ ଆପଣ ଆପଣଙ୍କ ପ୍ରେମିକାକୁ ମନେଇ ପାରିନଥିଲେ କିମ୍ବା ପ୍ରେମ ନିବେଦନ କରିନଥିଲେ ଆଜି ଚକୋଲେଟ ଦେଇ କରନ୍ତୁ ପ୍ରେମ ନିବେଦନ । କାରଣ ଝିଅଙ୍କ ପ୍ରଥମ ପସନ୍ଦ ହୋଇଥାଏ ଚକୋଲେଟ । ପ୍ରେମିକଟିଏ ପ୍ରେମିକାକୁ ଚକୋଲେଟ ଦେଇ ନିଜର ନିଜର ମନ କଥା କହିଥାଏ । ପ୍ରେମିକାର ମନ ଯେତେ ଦୁଃଖ ଥିଲେ ମଧ୍ୟ ଚକୋଲେଟ ଦେଇ ଖୁସି କରିବେ ପ୍ରେମିକ ।

ଏହା ମଧ୍ୟ ପଢନ୍ତୁ: Propose Day: ଗୋଲାପ ଦେଇ ମନ କିଣିଲେ, ଆଜି ନିଃସଙ୍କୋଚରେ କହିଦିଅନ୍ତୁ ହୃଦୟର କଥା

ପ୍ରେମୀଙ୍କ ମତରେ ଚକୋଲେଟ ସମ୍ପର୍କରେ ମଧୁରତା ଆଣେ । କିଏ ନିଜ ପ୍ରେମିକାକୁ ହୃଦୟ ଆକୃତିର ଚକୋଲେଟ୍ ଦେଲାଣି ତ ଆଉ କିଏ ଗୋଲ ଚକୋଲେଟ୍ । କେବଳ ପ୍ରେମୀ ଯୁଗଳ ନୁହେଁ ବନ୍ଧୁଙ୍କୁ ମଧ୍ୟ ଆପଣ ତାଙ୍କ ପସନ୍ଦ ମୁତାବକ ଚକୋଲେଟ ଦେଇ ଖୁସି କରିପାରିବେ । ଯଦି ପୂର୍ବରୁ କୋଉ ସାଙ୍ଗ ସହ ମନୋମାଳିନ୍ୟ ଅଛି ତେବେ ଚକୋଲେଟ ଖୁଆଇ ତାଙ୍କୁ ମନାଇବା ସହ ରାଗକୁ ଦୂର କରନ୍ତୁ।

ଏଥିପାଇଁ ଦିଆଯାଏ ଚକୋଲେଟ: ପ୍ରେମ ପ୍ରକାଶ କରିବା ପାଇଁ ଚକୋଲେଟ ଏକ ଉତ୍ତମ ମାଧ୍ୟମ ବୋଲି ବୈଜ୍ଞାନିକ ମତ ରହିଛି । ଅନୁସନ୍ଧାନରୁ ଜଣାପଡିଛି ଯେ, ଏଥିରେ ଥିଓବ୍ରୋମାଇନ୍ ଏବଂ କ୍ୟାଫେନ୍ ରହିଥିବାରୁ ଏହା ଖାଇବା ଦ୍ବାରା ମନୋବଳ ଦୃଢ ହୋଇଥାଏ । ଏହି ଦୁଇ ଉପାଦାନ ଦ୍ବାରା ମସ୍ତିଷ୍କରେ ଏଣ୍ଡୋରଫିନ୍ ନାମକ ହରମୋନ ସୃଷ୍ଟି ହୋଇଥାଏ । ଯାହାକୁ ଖୁସି ହରମୋନ ମଧ୍ୟ କୁହାଯାଇଥାଏ । ଏହି ହରମୋନ୍ ମନକୁ ଖୁସି ଏବଂ ଶାନ୍ତ କରିଥାଏ । ତେଣୁ ଚକୋଲେଟ ସ୍ୱାସ୍ଥ୍ୟ ଏବଂ ପ୍ରେମ ଜୀବନ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ ।

କେମିତି ପାଳନ କରିବେ ଚକୋଲେଟ ଡେ: ଚକୋଲେଟ ଖାଇବା କାହାକୁ ବା ପସନ୍ଦ ନୁହେଁ । ଆଜିର ଦିନରେ ଚକୋଲେଟ ଖୁଆଇ ପ୍ରେମୀଯୁଗଳ ହୃଦୟର କଥା କହିଥାନ୍ତି । ଆଜି ଆପଣ ନିଜର ସାଥିକୁ ମନ ପସନ୍ଦର ଚକୋଲେଟ ଉପହାର ଦିଅନ୍ତୁ । ପ୍ରେମ ସପ୍ତାହ ଆରମ୍ଭରୁ ବଜାରକୁ ବିଭିନ୍ନ ପ୍ରକାର ଚକୋଲେଟ ଆସିଯାଇଥାଏ । ମିଲକ ଚକୋଲେଟ, ଡାର୍କ ଚକୋଲେଟ, ସୁଗାର ଫ୍ରି ଚକୋଲେଟ, ନଟସ ଚକୋଲେଟ ଭଳି ଅନେକ ଚକୋଲେଟ ବଜାରରେ ଉପଲବ୍ଧ ଥାଏ । ତେଣୁ ଆଜି ଏକ ଚକୋଲେଟ ବମ୍ପ ଦେଇ ପ୍ରେମ ନିବେଦନ କରନ୍ତୁ । ଦିନକୁ ସ୍ବତନ୍ତ୍ର କରିବାକୁ ହେଲେ ସକାଳୁ ସକାଳୁ ଚକୋଲେଟ ଗିଫ୍ଟ କରନ୍ତୁ । ଫଳରେ ଚକୋଲେଟ ଭଳି ଜୀବନ ମଧ୍ୟ ମିଠା ହୋଇଯିବ । ଯଦି ଆପଣ ନିଜ ହାତରେ ଚକୋଲେଟ୍ ତିଆରି କରି ଗିଫ୍ଟ କିରିବା ତାହାହେଲେଆପଣଙ୍କ ସାଥି ଆହୁରି ଖୁସି ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.