ETV Bharat / bharat

Chocolate Day 2022: ସାଥିଙ୍କୁ ଚକୋଲେଟ୍‌ ଦେଇ କହି ଦିଅନ୍ତୁ ମନକଥା

ଆଜି ହେଉଛି ଚକୋଲେଟ୍ ଡେ । ମନର ମଣିଷକୁ ଚକୋଲେଟ୍ ଦେଇ ମନ କଥା କହିବେ ପ୍ରେମୀଯୁଗଳ । ଆଜି ପରସ୍ପରକୁ ଚକଲେଟ୍‌ ଖୁଆଇ ସମ୍ପର୍କ‌ରେ ଆହୁରି ମଧୁରତା ଆଣିବାକୁ ଚେଷ୍ଟା କରିବେ । ଅଧିକ ପଢନ୍ତୁ

author img

By

Published : Feb 9, 2022, 9:28 AM IST

Updated : Feb 9, 2022, 9:57 AM IST

ଭାଲେଣ୍ଟାଇନ ୱିକ୍: ଆଜି ଚକୋଲେଟ୍ ଡେ’
ଭାଲେଣ୍ଟାଇନ ୱିକ୍: ଆଜି ଚକୋଲେଟ୍ ଡେ’

ହାଇଦ୍ରାବାଦ: ଗତ ୭ ତାରିଖରୁ ଆରମ୍ଭ ହୋଇଯାଇଛି ପ୍ରେମ ଋତୁ । ଏହି ଋତୁର ପ୍ରଥମ ଦିନ ରୋଜ ଡେ'ରୁ ଆରମ୍ଭ ହୋଇ ଶେଷ ଦିନ ଭାଲେଣ୍ଟାଇନ ଡେରେ ଶେଷ ହୁଏ । ଗତକାଲି ପ୍ରପୋଜ ଡେ’ ଶେଷ ହୋଇଥିଲା ଆଜି ଭାଲେଣ୍ଟାଇନ୍ ସପ୍ତାହର ସବୁଠାରୁ ମିଠାଦିନ ଚକୋଲେଟ୍ ଡେ । ନିଜ ମନର ମଣିଷ ପାଇଁ ଏହି ଦିନକୁ ଖାସ୍ କରିବାକୁ ପ୍ରେମୀଯୁଗଳ ବେଶ ସରାଗର ସହ ପାଳନ କରିଥାନ୍ତି । କେବଳ ପ୍ରେମିକା ପ୍ରେମିକ ନୁହେଁ ବରଂ ବିବାହିତ କପଲ ବି ଏହାକୁ ପାଳନ କରିଥାନ୍ତି ।

ମନର ମଣିଷକୁ ଚକୋଲେଟ୍ ଦେଇ ମନ କଥା କହିବେ ପ୍ରେମୀଯୁଗଳ । ଆଜି ପରସ୍ପରକୁ ଚକଲେଟ୍‌ ଖୁଆଇ ସମ୍ପର୍କ‌ରେ ଆହୁରି ମଧୁରତା ଆଣିବାକୁ ଚେଷ୍ଟା କରିବେ । ହାତରେ ହାତ ଛନ୍ଦି ପାର୍କ, ମଲ, ରେସ୍ତୋଁରାରେ ଉଭୟ ଉଭୟଙ୍କୁ ଚକୋଲେଟ୍ ଦେଇ ପ୍ରେମ ନିବେଦନ କରିବେ ପ୍ରେମ ପକ୍ଷୀ ।

ପ୍ରେମ ଆଉ ଚକୋଲେଟ ସତେ ଯେମିତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । କାହିଁକି ନା ମିଠା ବିନା ପ୍ରେମ ଅଧୁରା । କିଶୋର ସମୟରେ ପ୍ରେମ ଚକୋଲେଟ୍ ଦିଆ ନିଆରୁ ହିଁ ଆରମ୍ଭ ହୋଇଥାଏ । ନିଜ ପ୍ରେମିକା ମନରେ ଯେତେ ଦୁଃଖ ବା ରାଗରେ ଥିଲେ ମଧ୍ୟ ପ୍ରେମିକ, ପ୍ରେମିକାକୁ ଚକୋଲେଟ ଟିଏ ଦେଇଦେଲେ ସେ ସବୁ ରାଗ ଭୁଲିଯାଏ । କାହିଁକି ନା ସାଥୀକୁ ମନେଇବା ପାଇଁ ହେଉ ବା ଖୁସି କରିବା ପାଇଁ ହେଉ ସମସ୍ତେ ଚକୋଲେଟ ହିଁ ଦେଇଥାନ୍ତି।

କାରଣ ପ୍ରେମୀଙ୍କ ମତରେ ଚକୋଲେଟ ସମ୍ପର୍କରେ ମଧୁରତା ଆଣେ । କିଏ ନିଜ ପ୍ରେମିକାକୁ ହୃଦୟ ଅକୃତିର ଚକୋଲେଟ୍ ଦେଲାଣି ତ ଆଉ କିଏ ଗୋଲ ଚକୋଲେଟ୍ । କେବଳ ପ୍ରେମୀ ଯୁଗଳ ନୁହେଁ ବନ୍ଧୁଙ୍କୁ ମଧ୍ୟ ଆପଣ ତାଙ୍କ ପସନ୍ଦ ମୁତାବକ ଚକୋଲେଟ ଦେଇ ଖୁସି କରିପାରିବେ । ଯଦି ପୂର୍ବରୁ କୋଉ ସାଙ୍ଗ ସହ ମନୋମାଳିନ୍ୟ ଅଛି ତେବେ ଚକୋଲେଟ ଖୁଆଇ ତାଙ୍କୁ ମନାଇବା ସହ ରାଗକୁ ଦୂର କରନ୍ତୁ।

ଆସନ୍ତୁ ଜାଣିବା କିଛି ଚକୋଲେଟ ବିଷୟରେ...

ମିଲକ୍ ଚକୋଲେଟ୍

ମିଲକ୍ ଚକୋଲେଟ୍ ଖାଇବା ଦ୍ୱାରା ଆପଣଙ୍କ ହୃଦୟ ଜନିତ ସମସ୍ୟା ନରହିବା ସହିତ ଏହା ମସ୍ତିଷ୍କକୁ ମଧ୍ୟ ତୀକ୍ଷଣ କରିଥାଏ । ଆପଣଙ୍କ ମହିଳା ବନ୍ଧୁ ଯଦି ନିଜ ସ୍ୱାସ୍ଥ୍ୟ ପାଇଁ ଚକୋଲେଟ୍ ଖାଇବାରୁ ନିବୃତ ହୋଇ ରହିଛନ୍ତି, ତ ଆପଣ ତାଙ୍କୁ ମିଲକ୍ ଚକୋଲେଟ୍ ଦେଇପାରିବେ ।

ଡାର୍କ ଚକୋଲେଟ

ଝିଅମାନେ ନିଜ ଶରୀରର ଓଜନ ପାଇଁ ବହୁତ ସଚେତନ ଥାନ୍ତି । ତେଣୁ ଆପଣ ନିଜ ପାର୍ଟନରଙ୍କୁ ଡାର୍କ ଚକୋଲେଟ ଦେଇପାରିବେ । ଡାର୍କ ଚକୋଲେଟ ଓଜନକୁ ସନ୍ତୁଳନରେ ରଖିଥାଏ ।

ସୁଗାର ଫ୍ରି ଚକୋଲେଟ

ଯଦି ଆପଣଙ୍କ ପାର୍ଟନର ମିଠା ଚକୋଲେଟ ପସନ୍ଦ କରୁନଥିବେ ଆପଣ ତାଙ୍କୁ ସୁଗାର ଫ୍ରି ଚକୋଲେଟ ଦେଇପାରିବେ । ଯାହା ଆପଣଙ୍କ ଭଲ ପାଇବାକୁ ମଜବୁତ କରିବା ସହ ମିଠାସ ଭରି ଦେବ।

ନଟସ୍ ଚକୋଲେଟ୍

ନଟସ୍ ଚକୋଲେଟ୍ ଖାଇବା ପାଇଁ ଖୁବ୍ ସ୍ୱାଦିଷ୍ଟ । ସେଥିପାଇଁ ଏହା ପିଲାମାନଙ୍କ ମଧ୍ୟରେ ଖୁବ ଲୋକପ୍ରିୟ । ତେଣୁ ଏହାକୁ ଉପହାରରେ ଦେବା ମଧ୍ୟ ଖୁବ ଭଲ । ଏହି ଚକଲେଟ୍ ଖାଇବା ପାଇଁ ସୁଆଦିଆ ହେବା ସହିତ ଶରୀର ପାଇଁ ମଧ୍ୟ ଭଲ ସାବ୍ୟସ୍ତ ହୋଇଥାଏ । ଏହି ସମସ୍ତ ଡ୍ରାଏ ଫ୍ରୁଟ୍ସ ଶରୀର ପାଇଁ ହିତକର ହୋଇଥାଏ ।

ଚକୋଲେଟ ଡେ’ରେ କେକ ଚକୋଲେଟ୍ ସାଧାରଣ ରୂପେ ସେୟାର କରାଯାଇଥାଏ । ଏହା ଯୁବ ପ୍ରେମୀଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ । ଅଧିକାଂଶ ଯୁବ ପ୍ରେମୀ ଚକୋଲେଟ୍ ଡେ’ରେ ଚକେଲେଟ୍ କେକ ଉପହାର ଦେବାକୁ ପସନ୍ଦ କରିଥାନ୍ତି ।

ଆସନ୍ତାକାଲି ୧୦ରେ ଟେଡି ଡେ, ୧୧ରେ ପ୍ରମିଜ୍‌ ଡେ, ୧୨ରେ ହଗ୍‌ ଡେ, ୧୩ରେ କିସ୍‌ ଡେ ଓ ଫେବୃୟାରୀ ୧୪କୁ ଭାଲେଣ୍ଟାଇନ୍ସ ଡେ ଭାବେ ପାଳନ କରାଯାଏ । ନିଜ ମନର ମଣିଷ ପାଇଁ ଏହି ଦିନକୁ ଖାସ୍ କରିବାକୁ ପ୍ରେମୀଯୁଗଳ ବେଶ ଖୁସିରେ ପାଳନ କରିଥାନ୍ତି । କେବଳ ପ୍ରେମିକା ପ୍ରେମିକ ନୁହେଁ ବରଂ ବିବାହିତ କପଲ ବି ଏହାକୁ ପାଳନ କରିଥାନ୍ତି ।

Last Updated : Feb 9, 2022, 9:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.