ETV Bharat / bharat

ଭାରତୀୟ ସୀମାରୁ ଗିରଫ ହେଲେ ଚୀନ ଯବାନ - indo- china border issue

ଭାରତ-ଚୀନ ସୀମା ପ୍ରକୃତ ନିୟନ୍ତ୍ରଣର ରେଖା (LAC) ନିକଟ ଭାରତୀୟ ଅଞ୍ଚଳରୁ ଜଣେ ଚୀନ ସୈନିକଙ୍କୁ ଗିରଫ କରିଛି ଭାରତୀୟ ସେନା ।

ଭରତୀୟ ସୀମାରୁ ଗିରଫ ହେଲେ ଚୀନ ଯବାନ
ଭରତୀୟ ସୀମାରୁ ଗିରଫ ହେଲେ ଚୀନ ଯବାନ
author img

By

Published : Jan 9, 2021, 4:09 PM IST

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ପ୍ରକୃତ ନିୟନ୍ତ୍ରଣର ରେଖା (LAC) ନିକଟ ଭାରତୀୟ ଅଞ୍ଚଳରୁ ଜଣେ ଚୀନ ସୈନିକଙ୍କୁ ଗିରଫ କରିଛି ଭାରତୀୟ ସେନା । ଉଭୟ ଦେଶ ମଧ୍ୟରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଲଦାଖ ଅଞ୍ଚଳରୁ ଯବାନ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଦକ୍ଷିଣ ପୋଙ୍ଗୟାଙ୍ଗ ଯେତ୍ରରେ ଚୀନ ଲିବରେସନ ଆର୍ମୀର ଯବାନ ଜଣଙ୍କ ଠାବ ହେବା ପରେ ତାଙ୍କୁ ସେନା ପକ୍ଷରୁ ହେପାଜତକୁ ନିଆଯାଇଛି ।

ଯବାନ ଜଣଙ୍କୁ ଗିରଫ କରାଯିବା ବେଳେ ସମସ୍ତ ଆନ୍ତର୍ଜାତୀୟ ପ୍ରୋଟକଲ ଅନୁପାଳନ କରାଯାଇଥିବା କହିଛି ଭାରତୀୟ ସେନା । ଔପଚାରିକ ଭାବେ ଚୀନ ସେନା କର୍ତ୍ତୃପକ୍ଷଙ୍କୁ ଭାରତୀୟ ସେନା ପକ୍ଷରୁ ଅବଗତ କରାଯାଇଛି । ସେହିପରି ଚୀନ ଯବାନ ଜଣଙ୍କ ଭାରତୀୟ ଅଞ୍ଚଳକୁ କାହିଁକି ପ୍ରବେଶ କଲେ, ଏହା ତୃଟି ବଶତଃ ନା ଉଦ୍ଦେଶ୍ୟ ମୂଳକ ତାହା ତଦନ୍ତ ପରେ ସ୍ପଷ୍ଟ ହେବା ନେଇ ଭାରତୀୟ ସେନା ପକ୍ଷରୁ ଅନୁସନ୍ଧାନ ଚାଲିଛି । ଉଭୟ ଦେଶର ସାମରିକ କର୍ତ୍ତୃପକ୍ଷ ଉକ୍ତ ଘଟଣାକୁ ଗୁରୁତର ସହ ନେଇ ଯୋଗାଯୋଗରେ ଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.