ETV Bharat / bharat

ପାଞ୍ଚ ବର୍ଷ ପୂର୍ବରୁ ଚୀନ ତିଆରି କରିଥିଲା ଜୈବିକ ଅସ୍ତ୍ର, ତୃତୀୟ ବିଶ୍ବଯୁ୍ଦ୍ଧର ପ୍ରସ୍ତୁତି ! - କୋରୋନା ଉତ୍ପତି

ବୈଜ୍ଞାନିକମାନେ କୋରୋନାର ଉତ୍ପତିକୁ ନେଇ ଚଳାଇଛନ୍ତି ଅନେକ ଅନୁସନ୍ଧାନ । ଆଉ ଏହାରି ମଧ୍ୟରେ ଚୀନକୁ ନେଇ ଆଉ ଏକ ଖୁଲାସାରେ ଆଶ୍ଚର୍ଯ୍ୟ ବିଶ୍ବ । ଅଧିକ ପଢନ୍ତୁ...

ପାଞ୍ଚ ବର୍ଷ ପୂର୍ବରୁ ଚୀନ ତିଆରି କରିଥିଲା ଜୈବ ଅସ୍ତ୍ର, ତୃତୀୟ ବିଶ୍ବଯୁ୍ଦ୍ଧର ପ୍ରସ୍ତୁତି !

author img

By

Published : May 10, 2021, 9:51 PM IST

ବେଜିଂ: ଦିନକୁ ଦିନ ବିକଟାଳ ରୂପ ଧାରଣ କରୁଛି କୋରୋନା । ଭୟାବହ ହେଉଛି ମହାମାରୀର ସ୍ଥିତି । ମହାମାରୀ ବ୍ୟାପିବାର ଦୀର୍ଘ ଦିନ ବିତିଯାଇ ଥିବାବେଳେ ଚୀନର ଉହାନରେ କୋରୋନାର ଉତ୍ପତିକୁ ନେଇ ମିଳିପାରୁନି କୌଣସି ଠୋସ ପ୍ରମାଣ । ବୈଜ୍ଞାନିକମାନେ କୋରୋନାର ଉତ୍ପତିକୁ ନେଇ ଚଳାଇଛନ୍ତି ଅନେକ ଅନୁସନ୍ଧାନ । ଆଉ ଏହାରି ମଧ୍ୟରେ ଚୀନକୁ ନେଇ ଆଉ ଏକ ଖୁଲାସାରେ ଆଶ୍ଚର୍ଯ୍ୟ ବିଶ୍ବ ।

2015ରେ ଚୀନର ବୈଜ୍ଞାନିକ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ଲିଖିତ ଏକ ଦଲିଲ ସାମ୍ନାକୁ ଆସିଛି । ଏଥିରେ ଦର୍ଶାଯାଇଛି ଯେ 2015 ମସିହାରେ ଚୀନ ବୈଜ୍ଞାନିକମାନେ କୋରୋନା ଭାଇରସକୁ ଏକ ଜେନେଟିକ ଅସ୍ତ୍ର ଭାବରେ ବ୍ୟବହାର କରିବା ବିଷୟରେ ଆଲୋଚନା କରୁଥିଲେ ।

ଚୀନର ଏକ ଲ୍ୟାବରେ କରୋନାଭାଇରସ ବିକଶିତ ହେବାର ସମସ୍ତ ଦାବି ମଧ୍ୟରେ ଏହି ଦଲିଲ ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି । ଆମେରିକୀୟ ଅନୁସନ୍ଧାନକାରୀଙ୍କ ପକ୍ଷରୁ ହସ୍ତାନ୍ତର କରାଯାଇଥିବା ଦଲିଲକୁ ଆଧାର କରି ଦାବି କରାଯାଇଛି ଯେ ଚୀନ ବୈଜ୍ଞାନିକ ଗତ 5 ବର୍ଷ ଧରି କୋରୋନା ଭୂତାଣୁ ପରି ବାୟୋଲୋଜିକାଲ ଏବଂ ଜେନେଟିକ ଅସ୍ତ୍ର ସହିତ ତୃତୀୟ ବିଶ୍ୱଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ଆଶ୍ଚର୍ଯ୍ୟଜନକ ଡକ୍ୟୁମେଣ୍ଟ( ସିକ୍ରେଟ୍ କୋଭିଡ ଡକ୍ୟୁମେଣ୍ଟ)କୁ 'ଯୁଦ୍ଧରେ ବିଜୟ ପାଇଁ ମୁଖ୍ୟ ଅସ୍ତ୍ର ବୋଲି କୁହାଯାଉଛି ।

2015 ଠାରୁ ଚୀନ୍ SARS କୋରୋନା ଭୂତାଣୁକୁ ସାମରିକ କ୍ଷମତା ଭାବରେ ବ୍ୟବହାର କରିବାକୁ ପ୍ରସ୍ତୁତ ହେଉଥିଲା । ୱିକେଣ୍ଡ ଅଷ୍ଟ୍ରେଲିୟ ରିପୋର୍ଟରେ ଏହା ଦାବି କରାଯାଇଛି । ଜେନେଟିକ ବାୟୋପାପନ୍ସର ରିପୋର୍ଟରେ ଦର୍ଶାଯାଇଛି ଯେ ଜୈବିକ ଅସ୍ତ୍ର ମାଧ୍ୟମରେ ତୃତୀୟ ବିଶ୍ୱଯୁଦ୍ଧ ଲଢାଯିବ । ଏହି ଡକ୍ୟୁମେଣ୍ଟରୁ ଜଣାପଡିଛି ଯେ ଚୀନ ସେନାର ସାମରିକ ବୈଜ୍ଞାନିକମାନେ ସାର୍ସ କୋରୋନା ଭୂତାଣୁ (SARS COV)କୁ ଅସ୍ତ୍ର ଭାବରେ ବ୍ୟବହାର ଉପରେ ଆଲୋଚନା କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.