ETV Bharat / bharat

Arunachal Boy Abducted Case: ଅପହୃତ ଭାରତୀୟ ଯୁବକଙ୍କୁ ଛାଡିଲା ଚୀନ - ଭାରତୀୟ ଯୁବକଙ୍କୁ ଫେରାଇଲା ଚୀନ

ଭାରତକୁ ପ୍ରତ୍ୟାର୍ପଣ ହେଲା ଅରୁଣାଞ୍ଚଳ ପ୍ରଦେଶରୁ ଅପହୃତ ଯୁବକ । ଭାରତୀୟ ସେନାକୁ ଚୀନ ସେନାର ହସ୍ତାନ୍ତର ନେଇ ସୂଚନା ଦେଲେ କେନ୍ଦ୍ରୀୟ ମନ୍ତ୍ରୀ କିରଣ ରିଜିଜୁ । ଅଧିକ ପଢନ୍ତୁ

Arunachal boy missing case: ଅପହୃତ ଯୁବକଙ୍କୁ ଭାରତୀୟ ସେନାକୁ ହସ୍ତାନ୍ତର କଲା ଚୀନ ସେନା

author img

By

Published : Jan 27, 2022, 3:47 PM IST

Updated : Jan 27, 2022, 3:58 PM IST

ନୂଆଦିଲ୍ଲୀ: ଭାରତକୁ ଫେରିଲେ ଅରୁଣାଚଳ ପ୍ରଦେଶରୁ ଅପହୃତ ଯୁବକ । ଆଜି ଚୀନର ପିପୁଲ୍ସ ଲିବରେସନ ଆର୍ମୀ (PLA) ଅପହୃତ ଯୁବକଙ୍କୁ ଭାରତୀୟ ସେନାକୁ ହସ୍ତାନ୍ତର କରିଥିବା ସୂଚନା ଦେଇଛନ୍ତି କେନ୍ଦ୍ରୀୟ ଆଇନ ମନ୍ତ୍ରୀ କିରଣ ରିଜିଜୁ । ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖାର ଏକ ପୋଷ୍ଟରେ ଏହି ପ୍ରତ୍ୟାର୍ପଣ ପ୍ରକ୍ରିୟା ପ୍ରୋଟକଲ ଅନୁସାରେ ଶେଷ ହୋଇଛି । ବର୍ତ୍ତମାନ ଉକ୍ତ ଯୁବକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଜାରି ରହିଛି । ପ୍ରକ୍ରିୟା ଶେଷ ହେବା ପରେ ପରିବାରକୁ ହସ୍ତାନ୍ତର ହେବା ନେଇ ସୂଚନା ରହିଛି ।

  • The Chinese PLA handed over the young boy from Arunachal Pradesh Shri Miram Taron to Indian Army at WACHA-DAMAI interaction point in Arunachal Pradesh today.
    I thank our proud Indian Army for pursuing the case meticulously with PLA and safely securing our young boy back home 🇮🇳 pic.twitter.com/FyiaM4wfQk

    — Kiren Rijiju (@KirenRijiju) January 27, 2022 " class="align-text-top noRightClick twitterSection" data=" ">

ଚଳିତ ମାସ ୧୮ ତାରିଖରେ ଅରୁଣାଞ୍ଚଳ ପ୍ରଦେଶର ସିଆଙ୍ଗ ଜିଲ୍ଲାର ଜିଡୋ ଗାଁର ବାସିନ୍ଦା 19 ବର୍ଷିୟ ମିରାମ ଟାରନ LAC ନିକଟବର୍ତ୍ତୀ ନିଜ କ୍ଷେତରେ କାମ କରୁଥିବା ବେଳେ ନିଖୋଜ ହୋଇଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ପରେ ତାଙ୍କୁ ଠାବ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ତେବେ ସେ ଚୀନ ସେନା କବ୍ଜାରେ ଥିବା ସୂଚନା ମିଳିବା ପରେ ଭାରତୀୟ ସେନା ପକ୍ଷରୁ ଚୀନ ସେନା ସହ ହଟ-ଲାଇନ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲା ।

ସେତେବେଳେ ଚୀନ ସେନା ଏହି ପ୍ରସଙ୍ଗରେ ସକରାତ୍ମକ ଆଭିମୁଖ୍ୟ ପୋଷଣ କରିଥିବା କେନ୍ଦ୍ରମନ୍ତ୍ରୀ ରିଜିଜୁ ମଧ୍ୟ ସୂଚନା ଦେଇଥିଲ । ତେବେ ଆଜି ଚୀନ ସେନା ବିଧିବଦ୍ଧ ଭାବେ ଉକ୍ତ ଯୁବକଙ୍କୁ ଭାରତୀୟ ସେନାକୁ ହସ୍ତାନ୍ତର କରିଛି । ବର୍ତ୍ତମାନ ସେ ସୁରକ୍ଷିତ ରହିଛନ୍ତି । ଭାରତୀୟ ସେନା ଦ୍ବାରା ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଚାଲିଥିବା ସୂଚନା ରହିଛି ।

ANI

Last Updated : Jan 27, 2022, 3:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.