ETV Bharat / bharat

ଅରୁଣାଚଳରୁ ନାବାଳକକୁ ଅପହରଣ କଲା ଚୀନ

author img

By

Published : Jan 20, 2022, 8:21 AM IST

ଚୀନ ପିପଲ୍ସ ଲିବରେସନ ଆର୍ମି ଅନୁପ୍ରବେଶ କରି ଜଣେ ନାବାଳକଙ୍କୁ ଅପହରଣ କରିଛି ଚୀନ । ଅରୁଣାଚଳ ପ୍ରଦେଶ ଅପର ସିଆଙ୍ଗ ଜିଲ୍ଲାରୁ ଜଣେ ୧୭ ବର୍ଷୀୟ ମିରାମ ତାରୋନଙ୍କୁ ପିଏଲଏ ସୈନ୍ୟମାନେ ଉଠାଇ ନେଇଥିବା ଅଭିଯୋଗ ହୋଇଛି (Chinese PLA abducts 17-year-old Indian national) । ଅଧିକ ପଢନ୍ତୁ

ଅରୁଣାଚଳରୁ ନାବାଳକକୁ ଅପହରଣ କଲା ଚୀନ
ଅରୁଣାଚଳରୁ ନାବାଳକକୁ ଅପହରଣ କଲା ଚୀନ

ନୂଆଦିଲ୍ଲୀ: ଜଣେ ନାବାଳକଙ୍କୁ ଅପହରଣ କରିଛି ଚୀନ । ଚୀନ ପିପଲ୍ସ ଲିବରେସନ ଆର୍ମି ଅନୁପ୍ରବେଶ କରି ଜଣେ ନାବାଳକଙ୍କୁ ଅପହରଣ କରିଛି ଚୀନ । ଅରୁଣାଚଳ ପ୍ରଦେଶ ଅପର ସିଆଙ୍ଗ ଜିଲ୍ଲାରୁ ଜଣେ ୧୭ ବର୍ଷୀୟ ମିରାମ ତାରୋନଙ୍କୁ ପିଏଲଏ ସୈନ୍ୟମାନେ ଉଠାଇ ନେଇଥିବା ଅଭିଯୋଗ ହୋଇଛି (Chinese PLA abducts 17-year-old Indian national) । ତ୍ବରିତ ପଦକ୍ଷେପ ପାଇଁ କହିଲେ ସ୍ଥାନୀୟ ଏମପି ।

  • 1/2
    Chinese #PLA has abducted Sh Miram Taron, 17 years of Zido vill. yesterday 18th Jan 2022 from inside Indian territory, Lungta Jor area (China built 3-4 kms road inside India in 2018) under Siyungla area (Bishing village) of Upper Siang dist, Arunachal Pradesh. pic.twitter.com/ecKzGfgjB7

    — Tapir Gao (@TapirGao) January 19, 2022 " class="align-text-top noRightClick twitterSection" data=" ">

ମିରାମ ତାରୋନଙ୍କୁ ଅପହରଣ କରି ନେଇଥିବାବେଳେ ତାଙ୍କର ଜଣେ ବନ୍ଧୁ ଜନି ୟାୟିଙ୍ଗ ଖସି ପଳାଇ ଆସିବାରେ ସଫଳ ହୋଇଛନ୍ତି । ପିଏଲଏର ଏଭଳି କାର୍ଯ୍ୟ ସମ୍ପର୍କରେ ଜନି ସ୍ଥାନୀୟ ଅଧିକାରୀଙ୍କୁ ଅବଗତ କରାଇଛନ୍ତି । ମିରାମ ଓ ଜନି ଜିଡୋ ଗ୍ରାମର ବାସିନ୍ଦା । ସେମାନେ ଶିକାର କରନ୍ତି । ସାଙ୍ଗପୋ ନଦୀ ଅରୁଣାଚଳକୁ ପ୍ରବେଶ କରିଥିବା ସ୍ଥାନ ନିକଟରେ ଏହି ଘଟଣା ଘଟିଥିବା କହିଛନ୍ତି ସେଠାକାର ଏମପି ତାପିର ଗାଓ ।

ଟ୍ବିଟରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଭାରତୀୟ ସେନାଙ୍କୁ ଜରୁରୀ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ୨୦୨୦ରେ ସେପ୍ଟେମ୍ବରରେ ପିଏଲଏ ସୈନ୍ୟମାନେ ଅରୁଣାଚଳ ଅପର ସୁବାଂସିରି ଜିଲ୍ଲାକୁ ଅନୁପ୍ରବେଶ କରି ୫ ଜଣ ଯୁବକଙ୍କୁ ଅପହରଣ କରି ନେଇଥିଲେ । ସପ୍ତାହ ପରେ ସେମାନଙ୍କୁ ଛାଡି ଦେଇଥିଲେ । ୨୦୨୦ରୁ ଭାରତୀୟ ଯବାନ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଥିବାବେଳେ ବର୍ତ୍ତମାନ ଏହି ସଦ୍ୟ ଘଟଣା ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.