ETV Bharat / bharat

3 ମାସ ହେଲା ନିରୁଦ୍ଦିଷ୍ଟ ଚୀନର ବିତ୍ତଶାଳୀ ଶିଳ୍ପପତି ଜ୍ୟାକ ମା

author img

By

Published : Jan 5, 2021, 8:29 PM IST

ଗତ 3 ମାସ ହେଲା ନଜର ଆସୁନାହାଁନ୍ତି ଚୀନର ବିତ୍ତଶାଳୀ ଶିଳ୍ପପତି ତଥା ଅଲି ବାବା ଗ୍ରୁପର ପ୍ରତିଷ୍ଠାତା ଜ୍ୟାକ ମା । ଅଧିକ ପଢନ୍ତୁ .....

3 ମାସ ହେଲା ନଜର ଆସୁନାହାନ୍ତି ଚୀନର ବିତ୍ତଶାଳୀ ଶିଳ୍ପପତି ଜ୍ୟାକମା

ବେଜିଂ: ଗତ 3 ମାସ ହେଲା ନଜର ଆସୁନାହାଁନ୍ତି ଚୀନର ବିତ୍ତଶାଳୀ ଶିଳ୍ପପତି ତଥା ଅଲି ବାବା ଗ୍ରୁପର ପ୍ରତିଷ୍ଠାତା ଜ୍ୟାକ ମା ।ଗତ କିଛି ଦିନ ହେବ ନିରୁଦ୍ଦିଷ୍ଟ ହୋଇ ଯାଇଥିବା ଚର୍ଚ୍ଚା ହେବାରେ ଲାଗିଛି । ଗତ 3 ମାସ ଧରି ତାଙ୍କୁ ଚୀନର କୌଣସି ସଭା ସମିତି ବା ସର୍ବସାଧାରଣ ସ୍ଥାନରେ ଦେଖିବାକୁ ମିଳିନଥିବା କଥା ସାମ୍ନାକୁ ଆସିଛି ।

ତେବେ କିଛି ଦିନ ପୂର୍ବେ ସେ ତାଙ୍କ ବୟାନ ପାଇଁ ସେ ଚୀନ ସରକାରଙ୍କ ଆକ୍ରୋଶକୁ ଆସିଥିବା ଜଣା ପଡିଥିଲା । ପରେ ଚାଇନା ସରକାର ତାଙ୍କ କାର୍ଯ୍ୟକଳାପ ଓ ତାଙ୍କ ସଂସ୍ଥାର ବ୍ୟବସାୟିକ ଗତିବିଧି ଉପରେ ନଜର ରଖିଥିଲେ । ତେବେ ଗତ ଅକ୍ଟୋବର 9 ତାରିଖରେ ତାଙ୍କର ଶେଷ ଟ୍ବିଟ ଦେଖିବାକୁ ମିଳିଥିଲା । ତା ପରେ ସେ ସୋସିଆଲ ମିଡିଆରେ ତାଙ୍କର କୌଣସି ପୋଷ୍ଟ ଦେଖିବାକୁ ମିଳୁନାହିଁ ।

ଜ୍ୟାକ ମା ଚୀନର ଫିନାନ୍ସିଆଲ ଟାଇମ୍ସ ନାମକ ଏକ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ଏକ ବାଣିଜ୍ୟିକ ଟେଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିଲେ । ପରେ ସେ ଏହି କାର୍ଯ୍ୟକ୍ରମର ଏକ ଏପିସୋଡରେ ଚାଇନା ସରକାରଙ୍କ ବ୍ୟାଙ୍କ ପଲିସିକୁ କଡା ସମାଲୋଚନା ମଧ୍ୟ କରିଥିଲେ । ପରେ ତାଙ୍କୁ ଏଥି ପାଇଁ ଉକ୍ତ ପ୍ରୋଗ୍ରାମରୁ ହଟାଇଥିଲା ଉକ୍ତ ଟିଭି ଚ୍ୟାନେଲ ।

ସରକାରଙ୍କୁ ସମାଲୋଚନା ମୂଳକ ମନ୍ତବ୍ୟ ପରେ ଚୀନ ସରକାର ତାଙ୍କୁ ଓ ତାଙ୍କ ସଂସ୍ଥାର କାର୍ଯ୍ଯକଳାପକୁ ନିରୀକ୍ଷଣ କରୁଥିବା କଥା ମଧ୍ୟ ଚର୍ଚ୍ଚାକୁ ଆସିଥିଲା । କିନ୍ତୁ ଗତ ପ୍ରାୟ 3 ମାସ ହେବ ତାଙ୍କୁ କୌଣସି ସାଧାରଣ ସ୍ଥାନରେ ଦେଖିବାକୁ ମିଳିନଥିବା ଚର୍ଚ୍ଚା ହେଉଛି । ତେବେ ସେ ଚୀନରେ ଅଛନ୍ତି ନା ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.